ସରକାରୀ ପଦାଧିକାରିଙ୍କୁ ହାତବାରିସୀ କରିି ଶାସକ ବିଜେଡି ପଂଚାୟତ ନିର୍ବାଚନକୁ ପ୍ରଭାବିତ କରୁଛି : ବିଜେପି

ରାଜ୍ୟରେ ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ସାଧାରଣରେ ସଂନେ୍ଦହ ସୃଷ୍ଟି ହୋଇଛି । ଶାସକ ବିଜେଡି ସଂପୂର୍ଣ୍ଣ ଭାବେ ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ଲଢୁଛି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସିଧାସଳଖ ଅଭିଯୋଗ କରିଛନ୍ତି ।
ଶାସକ ବିଜେଡି ସାଧାରଣ ଭୋଟରମାନଙ୍କୁ ଯେଣ ତେଣ ଭାବେ ପ୍ରଭାବିତ କରି ଭୋଟ ହାତେଇବାର ପ୍ରୟାସ ଜାରି ରଖିଛି । ଏହି କାର୍ଯ୍ୟରେ ସ୍ଥାନୀୟ ବିଡିଓ, ତହାସିଲଦାରଙ୍କ ସମେତ ସରକାରୀ ପଦାଧିକାରିଙ୍କୁ ହାତବାରିସି କରି ବିଜେଡି ନିଜର ହୀନ ରାଜନୈତିକ ସ୍ୱାର୍ଥ ହାସଲ କରୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
କେନ୍ଦ୍ରାପଡା, ବଲାଙ୍ଗୀର, ନୂଆପଡା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି ଭଳି ବହୁ ଘଟଣା ହୋଇଥିବାର ଅଭିଯୋଗମାନ ଆସିଥିବାର ଶ୍ରୀ ମହାନ୍ତି କହିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଂଠପାଳ ପଂଚାୟତ ପାଇଁ ସମିତି ସଭ୍ୟା ପ୍ରାର୍ଥୀଙ୍କ ବିନାନୁମତିରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅଭିଯୋଗ ଆଧାରରେ ଆଜି ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାନୁÂାନ ଗ୍ରହଣ କରି ତୁରନ୍ତ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ବଦଳି କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏହା ସ୍ଥାନୀୟ ଶାସକ ବିଜେଡି ବିଧାୟକଙ୍କ ସଂପୃକ୍ତିକୁ ସ୍ପଷ୍ଟ କରୁଛି । ଅନ୍ୟ କ୍ଷେତ୍ରରେ ବିଡିଓଙ୍କୁ ବଦଳି କରାଯାଇ ତାଙ୍କୁ ଏହି ମାମଲାରେ ବଂଚେଇ ଦିଆଯାଇଥିବା ଅନୁଭବ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମାତ୍ର ଏହି ଚକ୍ରାନ୍ତର ଶିକାର ହୋଇଥିବା ନିରୀହ ସମିତି ସଭ୍ୟା ପ୍ରାର୍ଥୀଙ୍କୁ ଯଥାଶୀଘ୍ର ନ୍ୟାୟ ପ୍ରଦାନ କରାଯିବା ସହ ଏହି ଭଳି ଘଟଣାରେ ସଂପୃକ୍ତ ବ୍ୟକ୍ତି, ରାଜନେତା ଓ ସରକାରୀ ପଦାଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

Share in top social networks!