ପଦ୍ମଶ୍ରୀ ଉପାଧି ପାଇଁ ସାଧୁ ମେହେର, ଜିତେନ୍ଦ୍ର ହରିପାଲ, ଡ.ମୁକୁଟ ମିଂଜ ଏବଂ ଏବଂ ଅରୁଣା ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇଲା ରାଜ୍ୟ ବିଜେପି

16174761_1246652398751670_7417402937461220799_nଉଭୟ ଓଡିଆ ଏବଂ ହିନ୍ଦୀ ଚଳଚିତ୍ର ଜଗତର ବିଶିଷ୍ଟ ଅଭିନେତା, ନିର୍ମାତା ଓ ପ୍ରଯୋଜକ ତଥା ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଶ୍ରୀ ସାଧୁ ମେହେର, ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ଜିତେନ୍ଦ୍ର ହରିପାଲ, ମୋହାଲିସ୍ଥିତ ଫୋର୍ଟିସ ହସପିଟାଲର ନିଦେ୍ର୍ଧଶକ ସ୍ୱନାମଧନ୍ୟ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡିଆ କିଡନୀ ରୋଗ ବିଶେଷଜ୍ଞ ଡ.ମୁକୁଟ ମିଞ୍ଜ ଏବଂ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ଅରୁଣା ମହାନ୍ତିଙ୍କ ପାଇଁ ଆଜି ସମଗ୍ର ଓଡିଶାବାସୀ ଗର୍ବିତ । କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ପଦ୍ମଶ୍ରୀ ଉପାଧି ତାଲିକାରେ ଓଡିଶାର ଏହି ଚାରି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ନାମ ପ୍ରକାଶ ପାଇଥିବାରୁ ସମଗ୍ର ରାଜ୍ୟବାସୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି । ମନୋରଂଜନ ଏବଂ ସେବା କ୍ଷେତ୍ରରେ ପ୍ରଶଂସନୀୟ ଅବଦାନ ପାଇଁ ଶ୍ରୀ ମେହେର, ଶ୍ରୀ ହରିପାଲ, ଶ୍ରୀମତୀ ମହାନ୍ତି ଏବଂ ଡ.ମିଂଜଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଛି । ଏକା ଥରକେ ଚାରି ଜଣ ଓଡିଆ ପଦ୍ମଶ୍ରୀ ଉପାଧି ପାଇବା ରାଜ୍ୟବାସୀଙ୍କ ପାଇଁ ଆନନ୍ଦ ଏବଂ ଗର୍ବର ବିଷୟ ବୋଲି କହିବା ସହ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସମସ୍ତଙ୍କୁ ପଦ୍ମଶ୍ରୀ ଉପାଧି ପାଇଁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟବାସୀଙ୍କ ମନରେ ଖୁସି ଆଣି ଦେଇଥିବାରୁ ଶ୍ରୀ ପଣ୍ଡା ଏବଂ ଶ୍ରୀ ସିଂହଦେଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Share in top social networks!