ଶିଶୁ ସାହସିକତା ପୁରସ୍କାରରେ ସମ୍ମାନିତ ମୋହନ ଓଡିଶା ପାଇଁ ଗର୍ବ ଓ ଗୌରବ – ଧର୍ମେନ୍ଦ୍ର ପ୍ରଧାନ

dpbraveଆଦମ୍ୟ ସାହସ ପାଇଁ ଶିଶୁ ସାହସିକତା ପୁରସ୍କାରରେ ସମ୍ମାନିତ ଓଡିଶାର ବାଳକ ମୋହନ ସେଠୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମଙ୍ଗଳବାର ଦିନ ତାଙ୍କର ସରକାରୀ ବାସଭବନରେ ଭେଟିବା ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ଏହି ଶିଶୁ ସାହସିକତା ପୁରସ୍କାର ହାସଲ କରି ମୋହନ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ମୋହନ ଓଡିଶାର ପିଲା ମାନଙ୍କର ପ୍ରେରଣାର ସ୍ରୋତ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭେଟିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋହନ ତାଙ୍କ ସାଙ୍ଗ ପିଲାଙ୍କୁ ନଦୀରେ ବୁଡି ଯାଉଥିବା ବେଳେ ସାହସର ପ୍ରଦର୍ଶନ କରି ତାଙ୍କର ଜୀବନ ରକ୍ଷା କରିଥିଲେ । ଏହା ପରେ ମୋହନ ସୈନିକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମୋହନ ଓଡିଶାର ପିଲା ମାନଙ୍କର ପ୍ରେରଣା ସାଜିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେ୍ଖନୀୟ ଯେ ଆଦମ୍ୟ ସାହସର ପରିଚୟ ଦେଇ ଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋହନଙ୍କୁ ସୋମବାର ଦିନ ସମ୍ମାନିତ କରିଥିଲେ । ଗାଧୋଉଥିବା ବେଳେ ସାଙ୍ଗର ଗୋଡ ଖସି ଯାଉଥିବା ବେଳେ ମୋହନ ତାଙ୍କର ଜୀବନ ରକ୍ଷା କରିଥିଲେ ।

Share in top social networks!