ତାରିକ୍‍ ହୁସେନ୍‍ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦେଲେ

bjdjoinନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ହବିବୁଲ୍ଲା ଖାଁଙ୍କ ପୁତ୍ର ତାରିକ୍‍ ହୁସେନ୍‍ ଖାଁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ନିଜ ଦଳକୁ ପରିତ୍ୟାଗ ଆଜି ବିଜୁ ଜନତା ଦଳରେ ଆନୁÂାନିକ
ଭାବେ ସାମିଲ ହୋଇଛନ୍ତି ।

ନବୀନ ନିବାସ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ ନେତୃତ୍ୱଙ୍କୁ ସ୍ୱାଗତ କରିବା ସହ କହିଥିଲେ, “ମୁଁ ବହୁତ ଆନନ୍ଦିତ ଯେ କଂଗ୍ରେସର ବର୍ଷିଆନ୍‍ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ହବିବୁଲ୍ଳା ଖାଁଙ୍କ ସୁପୁତ୍ର ଶ୍ରୀ ତାରିକ୍‍ ହୁସେନ୍‍ ଖାଁ ତାଙ୍କ ନିଜ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରୁଛନ୍ତି । ତାଙ୍କର ଯୋଗଦାନ ଫଳରେ ନବରଙ୍ଗପୁର ଜିଲ୍ଲାରେ ଆମ ଦଳ ଆହୁରି ଶକ୍ତିଶାଳୀ ହୋଇପାରିବ । ଏହି ଅବସରରେ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ।”

Share in top social networks!