ହୀରାଖଣ୍ଡ ଟ୍ରେନ୍ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ନାଲ୍କୋ ପକ୍ଷରୁ ଚିକିସôା ସହାୟତା

ndrfରାୟଗଡ଼ା ନିକଟସ୍ଥ କୁନେରୁ ଠାରେ ଦୁର୍ଘଟଣାଗ୍ରସ୍ତ ହୀରାଖଣ୍ଡ ଟ୍ରେନ୍ର ଆହତ ଯାତ୍ରୀମାନଙ୍କୁ ନାଲ୍କୋ ପକ୍ଷରୁ ଚିକିସôା ସହାୟତା ପ୍ରଦାନ କରାଯାଇଛି । ଜାନୁୟାରୀ ୨୨ ତାରିଖରେ ୪ଜଣ ଚିକିସôକ ଓ ପାରା-ମେଡିକାଲ୍ କର୍ମଚାରୀ ଏବଂ ଆବଶ୍ୟକୀୟ ଔଷଧ ସହ କମ୍ପାନୀର ୨ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ଏନ୍.ଡି.ଆର୍.ଏଫ୍. ଦଳ ସହ ମିଶି ଆହତ ବ୍ୟକ୍ତି ଚିକସôା ପ୍ରଦାନ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଜାନୁୟାରୀ ୨୧ ତାରିଖରେ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ର ଇଞ୍ଜିନ୍ ଓ ୯ଟି କୋଚ୍ ଲାଇନ୍ଚୁ୍ୟତ ହେବା ଯୋଗୁଁ ପ୍ରାୟ ୪୦ ଜଣ ବ୍ୟକ୍ତି ମୃତୁ୍ୟବରଣ କରିଥିବା ବେଳେ ଅନେକ ଆହତ ହୋଇଥିଲେ । ଏହି ଘଟଣାରେ ନାଲ୍କୋ ମ୍ୟାନେଜ୍ମେଣ୍ଟ ପକ୍ଷରୁ ଦୁଃଖପ୍ରକାଶ କରାଯିବା ସହ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ପରିବାରର ସଦସ୍ୟମାନଙ୍କୁ ସମବେଦନା ଜଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦାମନଯୋଡ଼ି ଏବଂ ନାଲ୍କୋ ଟାଉନ୍ସିପ୍ରୁ ପ୍ରାୟ ୪୦ ଜଣ ବ୍ୟକ୍ତି ଏହି ଟ୍ରେନ୍ରେ ଯାତ୍ରା କରୁଥିଲେ । କିନ୍ତୁ, ସୌଭାଗ୍ୟବଶତଃ ସେମାନେ ସମସ୍ତେ ସୁରକ୍ଷିତ ଥିବା ଖବର ମିଳିଛି ।

Share in top social networks!