ଓଡ଼ିଶାର ସ୍ୱଳ୍ପ ପରିଚିତ ପରିବର୍ତନର ସୂତ୍ରଧରଙ୍କୁ ସମ୍ବର୍ଦ୍ଧନା

munda
• “ୟେସ୍ ୱି କ୍ୟାନ୍’ ପକ୍ଷରୁ “ବି ଦ ଚେଞ୍ଜ’ ଅଭିଯାନର ଶୁଭାରମ୍ଭ
• ଓଡ଼ିଶାର ସ୍ୱଳ୍ପ ପରିଚିତ ୧୦୦ ଜଣ ପରିବର୍ତନର ସୂତ୍ରଧରଙ୍କୁ ଚଳିତବର୍ଷ ଚିହ୍ନଟ, ୧୦ ବର୍ଷରେ ୧୦୦୦ ଜଣ ପ୍ରତିଭାଙ୍କୁ ଚିହ୍ନଟ ଲକ୍ଷ୍ୟ
• ପ୍ରଥମ ଦଫାରେ ୫୦ ଜଣ ପରିବର୍ତନର ସୂତ୍ରଧରଙ୍କ କାହାଣୀକୁ ନେଇଏକ ପ୍ରକାଶନ ଉନ୍ମୋଚିତ
• ଅନୁÂାନର ୱେବ୍ସାଇଟ୍ ଉନ୍ମୋଚିତ

“”ଆଜି ଆମେ ଯେଉଁ ବ୍ୟକ୍ତିମାନଙ୍କୁ ଭେଟୁଛନ୍ତି ସେମାନେ ଆମ ଭିତରେ ସ୍ୱପ୍ନ ଦେଖିବା ପାଇଁ ତଥା ସ୍ୱପ୍ନକୁ ରୂପାୟିତ କରିବା ପାଇଁ ଯଥେଷ୍ଟ ଆଶା ଓ ଉନ୍ମାଦନା ଭରିଦେବେ । ଏହି ବ୍ୟକ୍ତିମାନେ ସମାଜର ସାଧାରଣ ପୃÂଭୂମିରୁ ଆସିଛନ୍ତି । ଏହି ପରିବର୍ତନର ସୂତ୍ରଧରମାନେ ସମାଜରେ ପରିବର୍ତନ ଆଣିବା ପାଇଁ ବିଭିନ୍ନ ପ୍ରତିବନ୍ଧକ ଅତିକ୍ରମ କରି ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିଥାନ୍ତି ।” କହିଥିଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ସେ ଭୁବନେଶ୍ୱରର ସାମାଜିକ ଅନୁÂାନ “ୟେସ୍ ୱି କ୍ୟାନ୍’ ତରଫରୁ ଆୟୋଜିତ ଅଭିନବ ଉତ୍ସବ “ଓଡ଼ିଶାର ସ୍ୱଳ୍ପ ପରିଚିତ ପରିବର୍ତନର ସୂତ୍ରଧର’ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହା କହିଛନ୍ତି । ଏହି ଉତ୍ସବ ଆରମ୍ଭରେ ଗଣ୍ୟମାନ୍ୟ ବ୍ୟକ୍ତିବୃନ୍ଦ ଏହି ମାଟିର ଦୁଇ ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀ ଅବସରରେ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

“ୟେସ୍ ୱି କ୍ୟାନ୍’ ଆରମ୍ଭ କରିଛି ପ୍ରୋଜେକ୍ଟ “ବି ଦ ଚେଞ୍ଜ୍’ ଏବଂ ସାରା ରାଜ୍ୟରୁ ୧୦୦ ଜଣ ସ୍ୱଳ୍ପ ପରିଚିତ ପରିବର୍ତନର ସୂତ୍ରଧରଙ୍କୁ ଚିହ୍ନିତ କରିଛି ଏବଂ ସେମାନଙ୍କର ସ୍ୱପ୍ନ ପୂରଣ ଦିଗରେ ସହାୟତା ପାଇଁ ଆଗେଇ ଆସିଛି । ଏହି ପ୍ରକଳ୍ପ ଆରମ୍ଭ ଅବସରରେ ଏହାର ପ୍ରତିÂାତା ଶିଶିର ସାହୁ କହିଛନ୍ତି ଯେ “”ଏହି ପ୍ରତିଭାମାନଙ୍କୁ ସାଗର ଗର୍ଭର ଶାମୁକା ତଳୁ ମୋତି ଭଳି ସାଉଁଟି ଆଣିଛୁ । ଆଜି ଉତ୍ସବର ଦିନ ନୁହେଁ, ସଂକଳ୍ପର ଦିନ । ଅନୁÂାନ ପକ୍ଷରୁ ପ୍ରସ୍ତୁତ “ବି ଦ ଚେଞ୍ଜ୍’ ଅଭିଯାନର ଆଜି ଶୁଭାରମ୍ଭ ହେବା ସହ ଏହି ଅବସରରେ ୫୦ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଉଛି । ଯେଉଁମାନେ କି ନିଜ ରାସ୍ତା ନିଜେ ତିଆରି କରିଛନ୍ତି ଓ ନିଜେ ନିଜର ଭାଗ୍ୟ ନିର୍ଣ୍ଣୟ କରିଛନ୍ତି ।”

“”ଏହି ପରିବର୍ତନର ସୂତ୍ରଧରମାନେ କୌଣସି ଡିଗ୍ରୀ ବା ଡିପ୍ଲୋମାଧାରୀ ପରିଚାଳିତ ହୋଇନାହାନ୍ତି, ସେମାନେ କେବଳ ନିଜ ହୃଦୟର କଥା ଶୁଣିଛନ୍ତି । ଜୀବନ ଯାତ୍ରାରେ ଉତୀର୍ଣ୍ଣ ହୋଇଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କର କାହାଣୀ ହେଉଛି କଠିନ ପରିଶ୍ରମ, ଦୃଢ଼ ପ୍ରତିବନ୍ଧକ, ସାଗର ଲଙ୍ଘନର ଅଭିପ୍ସାର ଉଦାହରଣ । ଓଡ଼ିଶାର ବିକାଶର ଦୃଢ଼ ସମ୍ଭାବନା ଏହି ସୂତ୍ରଧରଙ୍କ ଦ୍ୱାରା ହିଁ ସମ୍ଭବ ।” କହିଛନ୍ତି ୟେସ୍ ୱି କ୍ୟାନ୍ର କନ୍ସଲଟାଂଟ ଏଡିଟର ଅନିଲ୍ ଭଟ୍ଟ୍ ।

ଏହି ଅବସରରେ ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଅନୁÂାନକୁ ଅଭିନବ ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, “”ଏହା ସମ୍ଭବତଃ ରାଜନୈତିକ ନେତାମାନଙ୍କର ଆଖି ଖୋଲି ଦେଇପାରେ ଯେ କେବଳ ନେତା ନୁହଁନ୍ତି ସାଧାରଣ ଜନତାମାନେ ମଧ୍ୟ ସମାଜର ବିକାଶର କର୍ଣ୍ଣଧାର ହୋଇପାରିବେ ଏବଂ ହଜାର ହଜାର ଲୋକଙ୍କ ଜୀବନରେ ଅନୁକୂଳ ପରିବର୍ତନ ଆଣିପାରିବେ ।”

ଏହି ଅବସରରେ ୫୦ ଜଣ ପରିବର୍ତନର ସୂତ୍ରଧରଙ୍କର କାହାଣୀକୁ ନେଇ ଲିଖିତ ପୁସ୍ତକ “ବି ଦ ଚେଞ୍ଜ୍’ର ପ୍ରଥମ ଭାଗ ତଥା ଅନୁÂାନର ୱେବ୍ସାଇଟ୍ ଉନ୍ମୋଚିତ ହୋଇଛି । ହୁଇଲ୍ ଚେୟାର୍ ମ୍ୟାନ୍ ଜିତେନ୍ଦ୍ର ବିଶ୍ୱାଳ, କିନ୍ନରଙ୍କ ଅଧିକାର ପାଇଁ କାର୍ଯ୍ୟରତ ମୀରା ପରିଡ଼ା, ଓଡ଼ିଶାର ପ୍ରଥମ କମ୍ୟୁନିଟି ରେଡିଓ ଷ୍ଟେସନର ପ୍ରତିÂାତା ଏନ୍. ଏ. ସାହା ଅନ୍ସାରୀ, ଦେଶର ସର୍ବକନିÂ ମହିଳା ସରପଂଚ ଆରତୀ ଦେବୀ ଇତ୍ୟାଦି ୫୦ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଉତ୍ସବରେ ସମାଜ ବିଜ୍ଞାନୀ ଡକ୍ଟର ଭଗବାନ ପ୍ରକାଶ, ରାଜ୍ୟସଭା ଏମ୍ପି ଏ. ଭି. ସ୍ୱାମୀ, ପ୍ରଖ୍ୟାତ ଶିକ୍ଷାବିତ୍ ରାଧାମୋହନ, ଆମ ଓଡ଼ିଶାର ସଂପାଦକ ସ୍ୱରାଜ ମିଶ୍ର ଏବଂ ଶୋଭନୀୟ ଅଭିଯାନର ଅରୁନ୍ଧତି ଦେବୀ ନିଜର ବକ୍ତବ୍ୟ ରଖିଥିଲେ । କେତେକ ସମ୍ବର୍ଦ୍ଧିତ ପରିବର୍ତନର ସୂତ୍ରଧର ତାଙ୍କ ଜୀବନର କଥା କହିଥିଲେ ଯାହାକି ଦର୍ଶକଙ୍କୁ ରୋମାଂଚିତ କରିଥିଲା ।

Share in top social networks!