ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡିଶା ଗସ୍ତ

• ପଂଚାୟତ ନିର୍ବାଚନ ସମ୍ପର୍କରେ ଦଳୀୟ ନେତାଙ୍କ ସହ ଆଲୋଚନା
• ଶାହଙ୍କ ପରାମର୍ଶ ପଂଚାୟତ ନିର୍ବାଚନରେ ଦଳକୁ ଲାଭ ଦେବ – ଧର୍ମେନ୍ଦ୍ର ପ୍ରଧାନ
amitjiବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡିଶା ଗସ୍ତ କାଳରେ ରାଜ୍ୟର ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆଗାମୀ ପଂଚାୟତ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିବା ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସେ କହିଛନ୍ତି ଯେ ଆଗାମୀ ପଂଚାୟତ ନିର୍ବାଚନ ଦୃଷ୍ଟିରୁ ଦଳ ତରଫରୁ କରା ଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଅମିତ ଶାହଙ୍କୁ ଅବଗତ କରାଯାଇଥିଲା । ଏହା ସହ ପ୍ରତିପକ୍ଷ ଦଳର ପ୍ରସ୍ତୁତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।
ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମିତ ଶାହ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କର ପରାମର୍ଶ ଦଳର କାର୍ଯ୍ୟକର୍ତା ମାନଙ୍କୁ ଦେଇଥିଲେ । ତାଙ୍କର ପରାମର୍ଶ ଦଳର ନିର୍ବାଚନ ପରିଚାଳନା ଦୃଷ୍ଟିରୁ ଦଳ ପାଇଁ ବେଶ ଲାଭଦାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ବୈଠକରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ରାଷ୍ଟ୍ରୀ ୟ ସହ ସଂଗଠନ ସମ୍ପାଦକ ସୌଦାନ ସିଂହ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସମେତ ପ୍ରଦେଶ ପଦାଧିକାରୀ ଓ ବରିÂ ନେତା ମାନେ ଉପସ୍ଥିତ ଥିଲେ ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ପୁରୀ ଗୋବର୍ଧନ ପୀଠର ଆମନ୍ତ୍ରଣ କ୍ରମେ ଶ୍ରୀ ବିମଳାମ୍ବା ପ୍ରତିÂା ମହୋତ୍ସବରେ ଯୋଗ ଦେବା ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ।

Share in top social networks!