ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟତ୍ସୋବ ଉଦ୍ଘାଟିତ

tatalitfestଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟତ୍ସୋବ(ଟିଏସ୍ବିଏଲ୍ଏମ୍)ର ଦ୍ୱିତୀୟ ସଂସ୍କରଣକୁ ଶ୍ରୀମତି ନୟନତାରା ସେହଗଲ୍, ଟାଟା ଷ୍ଟିଲ ଟିକୁ୍ୟଏମ୍ ଓ ଷ୍ଟିଲ ବିଜେନ୍ସର ସଭାପତି ଶ୍ରୀ ଆନନ୍ଦ ସେନ୍, ସମ୍ବାଦ ଖବର କାଗଜର ସମ୍ପାଦକ ଶ୍ରୀ ଶୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତିÂିତ ମଞ୍ଚ କଳାକାର ଶ୍ରୀ ଅନନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ଏହି ଦୁଇ ଦିନିଆ ସାହିତତ୍ସୋବରେ ୪୦ଜଣ ପ୍ରତିÂିତ ଲେଖକ ଓ ଓøପନ୍ୟାସିକ ଅଂଶଗ୍ରହଣ କରିବେ । ଟାଟା ଷ୍ଟିଲ କର୍ପୋରେଟ୍ ମୂଲ୍ୟବୋଧର ଅଂଶବିଶେଷ ଭାବେ ସମାଜର ସାଂସ୍କୃତିକ ଓ ବୌଦ୍ଧିକ ବିକାଶରେ ଯୋଗାଦାନ ସ୍ୱରୁପ କମ୍ପାନୀ ପକ୍ଷରୁ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟତ୍ସୋବର ଆୟୋଜନ କରାଯାଉଛି ।

ବିଶ୍ୱ ବିଦିତ ଓଡ଼ିଆ ସଂସ୍କୃତିର ପ୍ରସାର ଲକ୍ଷ୍ୟରେ କମ୍ପାନୀ ପକ୍ଷରୁ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି । ସାହିତ୍ୟ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିବା ନାଟକ, ନୃତ୍ୟ, ସଂଗୀତ, ଚଳଚ୍ଚିତ୍ର, ସାମ୍ବଦିକତା ଓ ରାଜନୀତିକୁ ଗୋଟିଏ ମଞ୍ଚକୁ ଆଣିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ।

ଏହି ଉତ୍ସବକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀମତି ନୟନତାରା ସେହଗଲ କହିଥିଲେ ଯେ, “ଲେଖକ ଓ ତାଙ୍କ କୃତି ସବୁ ଆକାର ଓ ଆକୃତିରେ ପ୍ରସ୍ପୁଟିତ ହୋଇଥାଏ । କିଛି ଲୋକ ବର୍ଷକୁ ଗୋଟିଏ ଓøପନ୍ୟାସ ରଚାନ କରୁଥିବାବେଳେ ଅନ୍ୟମାନେ ବହୁ ବର୍ଷର ଅଭିଜ୍ଞତା ପରେ ଗୋଟିଏ ଧାଡ଼ି ଲେଖିବାରେ ସଫଳ ହୋଇଥାନ୍ତି । ଦେଶକୁ ଭବିଷ୍ୟତରେ ମଧ୍ୟ ଏକ ଧର୍ମନିରେପକ୍ଷଣ ଗଣତନ୍ତ୍ର ରୂପେ ଆଗେଇ ନେବାରେ ଏକ ଲେଖକର ଗୁରୁଦାୟିତ୍ୱ ରହିଛି” ।

ଏହି ଅବସରରେ ଶ୍ରୀ ଆନନ୍ଦ ସେନ୍ କହିଥିଲେ ଯେ “ଓଡ଼ିଶା ସହ ଟାଟା ଷ୍ଟିଲର ସମ୍ପର୍କ ୧୦୦ ବର୍ଷରୁ ଊଦ୍ଧ୍ୱର୍ । ଏଠାରେ ଆମେ ସାମାଜିକ ପ୍ରତିବଦ୍ଧତା ବ୍ୟତୀତ ସାହିତ୍ୟର ପ୍ରସାର ପ୍ରଚାର ପାଇଁ ସହଭାଗୀ ହୋଇଛୁ । ଏହି କାର୍ଯ୍ୟକ୍ରମ ଆଗକୁ ଆହୁରି ବୃହତ୍ତର ହେବା ସହିତ ସାହିତ୍ୟ ପ୍ରେମୀଙ୍କୁ ଅଧିକ ରୋମାଞ୍ଚିତ ଓ ଆକର୍ଷିତ କରିବ” ।
ଏହି ଦୁଇ ଦିନିଆ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟତ୍ସୋବରେ ଭାରତ ଏବଂ ଓଡ଼ିଆ ସାହିତ୍ୟ ଜଗତ ଉପରେ ବୌଦ୍ଧିକ ଆଲୋଚନା ଓ ବିତର୍କ ଅଧିବେସନର ଆୟୋଜନ କରାଯାଉଛି । ପ୍ରଥମ ଦିନରେ ସାହିତ୍ୟ କିଭଳି ସଚେତନ କରିବା ସହିତ ଜ୍ଞାନଦୌୟ ଓ ମାର୍ଗଦର୍ଶନରେ ସହଯୋଗ କରିଥାଏ, ଏହା ଉପରେ ଆଲୋଚନା କରାଯିବା ସହ ପ୍ରଶ୍ନଉତ୍ତର ମଧ୍ୟ ଆୟୋଜନ କରାଯାଇଥିଲା ।

ଏହି ଅଧିବେସନ୍ରେ ବିଶାରଦ ମଣ୍ଡଳୀ ଟେଷ୍ଟ ମ୍ୟାଚ୍ କ୍ରିକେଟର ଶ୍ରେÂ ସ୍ତର ଓ ୨୦-୨୦ କ୍ରିକେଟ୍କୁ ଭଲ ଭାବେ ପରିଭାଷିତ କରୁଥିବା ଏକ କ୍ଷୁଦ୍ରସ୍ତର ଏହା ଉପରେ ଆଲୋଚନା କରିଥିଲେ ।

ଏହାସହିତ ଶ୍ରୀମତି ସେହଗଲ୍ଙ୍କ ଦ୍ୱାରା ସୁଶ୍ମିତା ବାଗ୍ଚୀଙ୍କ ପୁସ୍ତକ ‘ବିନିଥ୍ ଏ ରଫର ସି’ର ଉନ୍ମୋଚନ କରାଯାଇଥିଲା । ଏହାପରେ ମାନସିକ ଅସୁସ୍ଥତାର ଶିକାର ଥିବା ଲୋକମାନଙ୍କ ପ୍ରତି ସମାଜର ବ୍ୟବହାର ଓ ସେମାନଙ୍କ ଯତ୍ନ ନେଉଥିବା ଲୋକମାନଙ୍କୁ ସମ୍ମୁଖରେ ଥିବା ବିଭିନ୍ନ ଆହ୍ୱାନ ଉପରେ ଆଲୋଚନା କରାଯାଇଥିଲା ।

Share in top social networks!