ରାଜାରାଣୀ ସଙ୍ଗୀତ ଉତ୍ସବର ଦ୍ବିତୀୟ ସଂଧ୍ୟାରେ ସୁରେଶ ୱାଡ଼କରଙ୍କ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ଦର୍ଶକ ବିଭୋର

rajaraniରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡିଶୀ ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ପର୍ଯ୍ୟଟନ ନିଗମ ଦ୍ବାରା ଆୟେ।ଜିତ ରାଜାରାଣୀ ସଙ୍ଗୀତ ମହେ।ତ୍ସବ ଆଜି ଦ୍ବିତୀୟ ବର୍ଣ୍ଣ।ଢ୍ୟ ଓ ଚିତ୍ତାକର୍ଷକ ସନ୍ଧ୍ୟା ସାଙ୍ଗକୁ ଓଡ଼ିଶୀ ସଂଗୀତ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହେ।ଇଥିଲା ।
ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହେ।ଇଥିଲା ଋପକ କୁମାର ପରିଡ଼ାଙ୍କ ଦ୍ବାରା ଓଡ଼ିଶୀ ସଙ୍ଗୀତ ପରିବେଷଣରୁ । ସେ ପ୍ରଥମେ ରାଗାଙ୍ଗ ପର୍ଯ୍ୟାୟରେ ରାଗ-କାମୋଦୀରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଦ୍ବାରା ରଚିତ ପ୍ରବନ୍ଧ – “ଆସି ଘନ କାଳ ହୋଇଲାରେ ଘନ କେଶୀ ସଂଗ ନହିଁଲାରେ” ପରେ ପରେ କବି ସୂର୍ଯ୍ୟ ବଳଦେବ ରଥଙ୍କ ଦ୍ବାରା ରଚିତ ଚମ୍ପୂ ପ୍ରବନ୍ଧ “ବର୍ତ୍ତୁଳ ଚନ୍ଦ୍ରନାନା ତୋ ଚିତ୍ତରେ” ଯାହା ରାଗ-ଶ୍ରୀ ରଞ୍ଜନୀ ଓ ତାଳ ଆଡ଼ତାଳୀ ଉପରେ ପର୍ଯ୍ୟବେଷିତ ଥିଲା । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତି ଥିଲା ଶ୍ରୀ ଗୀତଗୋବିନ୍ଦର ଚାଟୁ “ବଚନ ରଚନଂ ଚରଣେ ରଷିତ ପ୍ରଣିପାତମ୍” ଯାହା ତାଳ-ଏକତାଳୀ ଉପରେ ପର୍ଯ୍ୟବେଷିତ ଥିଲା । ତାଙ୍କର ଅନ୍ତିମ ପ୍ରସ୍ତୁତି ଥିଲା ନାଟ୍ୟାଙ୍ଗ ବନମାଳୀଙ୍କ ରଚନାରୁ ଉଦ୍ଦୃତ “ବାରିଜାକି ମନରୁ ମନ ମାରିଦେ” । ତାଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ ମର୍ଦ୍ଦଳରେ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ହାରମୋନିୟମରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ।
ସଂଧ୍ୟାର ଦ୍ବିତୀୟ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିୟ ଖ୍ୟାତି ସମ୍ପର୍ଣ୍ଣ ବିଶିଷ୍ଟ ଗାୟକ ସୁରେଶ ୱାଡ଼କରଙ୍କ ଦ୍ବାରା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ । ସେ ପ୍ରଥମେ ରାଗ ମାଲକୋସ ପରିବେଷଣ କରିଥିଲେ ଏବଂ ପରେ ପରେ ବିଭିନ୍ନ ବନ୍ଧୀସ ଯଥା ସିନେ ମେ ଜଲନ ଆଖୋମେ…. ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ତାଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ ତବଲାରେ ବିନାୟକ ନେଟକେ, ହାରମୋନିୟମରେ ଅଜୟ ଜଗଲେକର, ତାନପୁରାରେ ଅନନ୍ୟା ୱାଡ଼କର ଓ ବଂଶୀରେ ଜୱାହାର ।
ଆଜି ସଂନ୍ଧ୍ୟାର ଅତିଥି ଭାବରେ ଯୋଗଦେଇଥିଲେ ହାଇଦ୍ରାବାଦରେ ଅବସ୍ଥିତ ତୁର୍କୀର କନସୁଲେଟ ଜେନେରାଲ ଆରଦା ଉଲଟାସ, ପର୍ଯ୍ୟଟନ ବିଭାଗର ଉପ ନିର୍ଦ୍ଦେଶକ ଉତ୍ପଳ କୁମାର ପତି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଡ଼. ସାଧନା ଶ୍ରୀବାସ୍ତବ ।

Share in top social networks!