ବିଏସ୍ଏନ୍ଏଲ୍ ପେନ୍ସନର୍ସଙ୍କ ପ୍ରତୀକ ଧାରଣା

bsnlଆଜି ସର୍ବଭାରତୀୟ ଭାରତ ସଞ୍ଚାର ନିଗମର ବି.ଏସ୍.ଏନ୍.ଏଲ୍. ପେନ୍ସନର୍ସ ୱେଲ୍ଫେୟାର ଆସୋସିଏସନର ଧାରଣା ନୋଟିସ୍ ଅନୁଯାୟୀ ଓଡ଼ିଶା ସର୍କଲର ସଦସ୍ୟ ଓ
କର୍ମକର୍ତ୍ତାଗଣ କଣ୍ଟେ୍ରାଲରର ଅଫ୍ କମୁ୍ୟନିକେସନ ଏକାଉଣ୍ଟ ଅଫ୍ ଆକାଉଣ୍ଟସ୍ ଭୁବନେଶ୍ୱର କାର୍ଯ୍ୟାଳୟ ସମ୍ମୁଖରେ ୭୮.୨% ଆଇଡ଼ିଏ ମିଶାଯାଇ ରିଭାଇଜିଡ଼୍ ପେନ୍ସନ୍ ଅଡର଼୍ର ନଦେବା ଓ ଅହେତୁକ ବିଳମ୍ବର ଅନ୍ତ ଘଟାଇବା ପାଇଁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨.୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରତୀକ ଧାରଣା ଦେଇଥିଲେ ।

ରାଜ୍ୟର ପ୍ରାୟ ୩ହଜାର ପେନ୍ସନ୍ଧାରୀଙ୍କର ପେନ୍ସନ୍ ରିଭିଜନ ହେବା କଥା, ମାତ୍ର ସିସିଏ ୮୦୦ଟି ରିଭିଜନ ଆଦେଶ ଆଜିସୁଦ୍ଧା ଦେଇଛନ୍ତି, ଯଦିଓ ଭାରତ ସରକାରଙ୍କ ଊଙଞ ଦୂରସଞ୍ଚାର ବିଭାଗ ୩୧.୧୨.୨୦୧୬ ପୂର୍ବରୁ ସମସ୍ତ କାର୍ଯ୍ୟ ସମାପ୍ତ ପାଇଁ ବିହୀତ ଆଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ବିଏସ୍ଏନ୍ଏଲ୍ ପେନସନଧାରୀମାନେ ବରିÂ ନାଗରିକ ଏବଂ ସେମାନେ ଧାରଣା ଦେବା କେତେ ଲଜ୍ଜାଜନକ ବିଷୟ ତାହା ହିଁ କଣ୍ଟେ୍ରାଲର ଶ୍ରୀ ସାହାଜାଦା ଉପଲବ୍ଧି କରିବା ଆବଶ୍ୟକ । ଏଣୁ ଖୁବ୍ଶୀଘ୍ର ଅବଶିଷ୍ଟ ୨୨୦୦
ପେନ୍ସନଧାରୀଙ୍କର ରିଭାଇଜିଡ୍ ପିପିଓ ପ୍ରଦାନ କରିବା ଏବଂ ସମସ୍ତ ପେନ୍ସନରଙ୍କୁ ଭଦ୍ରୋଚିତ ବ୍ୟବହାର କରବାକୁ ଆସୋସିଏସନ୍ ପକ୍ଷରୁ ଦାବୀ କରାଯାଇଛି ।

ଆଜିର ଧାରଣାରେ ଆସୋସିଏସନର ସର୍ବଭାରତୀୟ ଉପସଭାପତି ଜୟକୃଷ୍ଣ ତ୍ରିପାଠୀ, ସର୍କଲ ସଭାପତି ରମେଶ ମହାନ୍ତି, ସର୍କଲ ସମ୍ପାଦକ ବିଶ୍ୱନାଥ ବେହେରା, ଭୁବନେଶ୍ୱର ଜିଲ୍ଲା ସଭାପତି ଶରତ ମହାନ୍ତି, କଟକ ଜିଲ୍ଲା ସମ୍ପାଦକ ଶ୍ରୀଚରଣ ମହାନ୍ତି, ବ୍ରହ୍ମପୁର ଜିଲ୍ଲା ସମ୍ପାଦକ ଖତୁ ଭୋଇ ଓ ଏସ୍.ଏନ୍. ପାଢୀ ପ୍ରମୁଖ ନେତୃତ୍ୱ
ନେଇଥିଲେ । ପ୍ରାୟ ୧୦୦ ସଦସ୍ୟ ତଥା ବରିÂ ନାଗରିକ ବିଭିନ୍ନ ଜିଲ୍ଲାରୁ ଆସି ଯୋଗଦାନ କରିଥିଲେ ।

Share in top social networks!