ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ

odtourismରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଓଡ଼ିଶା ପର୍ୟ୍ୟଟନ ନିଗମ ଦ୍ବାରା ସଂଯୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମକ୍ରାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁÂିତ ହେଉଛି । ଏହି ଉତ୍ସବର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପାରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର କରାଇବା । ଏହା ବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା ।

ଆଜି ସଂଧ୍ୟାର ପ୍ରଥମ କାର୍ୟ୍ୟକ୍ରମ ଥିଲା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଯାହାକୁ ପରିବେଷଣ କରିଥିଲେ ଉସ୍ତାଦ ରସିଦ୍ ଖାନ୍ । ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗ ମାରୁଆ ଉପରେ ଆଧାରିତ ଶାସ୍ତ୍ରୀୟ ସଙ୍ଗୀତ ପରେ ପରେ ଠୁମୁରି ୟାଦ ପିୟା କି ଆଏ….. ଏବଂ ସଜନ ତୁମକୋ ବିତଗୟ……. । ତାଙ୍କୁ ତବଲାରେ ଶୁଭଙ୍କର ବାନାର୍ଜି, ସାରଙ୍ଗିରେ ଅଲ୍ଲାର ଖାନ, ହାରମେ।ନିୟମରେ ଜୋତି ଗୋହା ସହଯୋଗ କରିଥିଲେ ।

ସଂଧ୍ୟାର ଦ୍ବିତୀୟ ପରିବେଷଣ ଥିଲା ପଣ୍ଡିତ ବିଶ୍ବ ମୋହନ ଭଟ୍ଟଙ୍କ ଦ୍ବାରା ମୋହନବୀଣା ବାଦନ । ଶାସ୍ତ୍ରୀୟ ଜଗତରେ ଚହଳ ସୃଷ୍ଟି କରି ମୋହନବୀଣାର ଆବିଷ୍ଶାର କରିଥିଲେ ବିଶ୍ବ ମୋହନ । ପାଶ୍ଚାତ୍ୟ ଯନ୍ତ୍ରର ନୂତନ ରୂପ ଯେଉଁଥିରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଅପୂର୍ବ ମହକ ବହନ କରିଛି ମୋହନବୀଣା । ଏହି ମୋହନବୀଣାକୁ ନେଇ ତାଙ୍କର ପ୍ରସ୍ତୁତିରେ ଥିଲା ଦୁଇଟି ପର୍ୟ୍ୟାୟ । ପ୍ରଥମେ ସମ୍ପୂର୍ଣ୍ଣ ଶାସ୍ତ୍ରୀୟ ସଙ୍ଗୀତରେ ରାଗ ବିହାଗ ପରିବେଷଣ ସହିତ ତାଙ୍କୁ ତବଲାରେ ସହଯୋଗ କରିଥିଲେ ରାମ ଗୋପାଲ ମିଶ୍ର ଏବଂ ଦ୍ବିତୀୟ ପର୍ୟ୍ୟାୟରେ ମୋହନବୀଣାରେ ଅର୍ଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ସହିତ ତାଙ୍କୁ ତବଲାରେ ସହଯୋଗ କରିଥିଲେ ପ୍ରଦ୍ୟୁତ ବାନାର୍ଜି ଏବଂ କି ବୋଡ଼ରେ ଅଭିକ ଗାଙ୍ଗୁଲୀ । ତାଙ୍କର ଏହି ମୋହନବୀଣା ବାଦନକୁ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଭରପୁର ଦର୍ଶକ ଶେଷ ପର୍ୟ୍ୟନ୍ତ ଉପଭୋଗ କରିଥିଲେ ।

ଆଜି ସଂନ୍ଧ୍ୟାର ଅତିଥି ଭାବରେ ଯୋଗଦେଇଥିଲେ ହାଇଦ୍ରାବାଦରେ ଅବସ୍ଥିତ ଆମେରିକାର କନସୁଲେଟ ଜେନେରାଲ କେଥରିନ୍ ହଡ଼ା, ଓଡ଼ିଶାର ପୂର୍ବତନ ଶାସନ ସଚିବ ତରୁଣକାନ୍ତି ମିଶ୍ର, ପର୍ୟ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଆରତୀ ଆହୁଜା ଏବଂ ପର୍ୟ୍ୟଟନ ବିଭାଗର ନିର୍ଦ୍ଦେଶକ ନିତୀନ ଭାନୁଦାସ ଜାୱଲେ । କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଡ଼. ସାଧନା ଶ୍ରୀବାସ୍ତବ ।

Share in top social networks!