ବିଜେଡି ଛାଡି ବିଜେପିରେ ଯୋଗଦେଲେ ମାଲାକାନଗିରି ପୂର୍ବତନ ବିଧାୟକ ମୁକୁନ୍ଦ ସୋଢୀ

basanatabjpଶାସକ ବିଜେଡିର ବିଧାୟକ ଏବଂ ଜିଲ୍ଲା ସଭାପତି ଥିବା ସତ୍ୱେ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଅସହଯୋଗ ଓ ଆନ୍ତରିକତା ଅଭାବ କାରଣରୁ ନିଜ ଅଂଚଳ ପାଇଁ କୈାଣସି ବିକାଶମୂଳକ କାର୍ଯ୍ୟ କରିବାରେ ସକ୍ଷମ ହେଲେ ନାହିଁ ବୋଲି ମାଲକାନଗିରିର ପୂର୍ବତନ ବିଧାୟକ ଓ ଜିଲ୍ଲା ସଭାପତି ଶ୍ରୀ ମୁକୁନ୍ଦ ସୋଢୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାର କେବେହେଲେ ଆଦିବାସୀ, ପଛୁଆ, ଦଳିତ, ମହିଳା, ଶିଶୁମାନଙ୍କ ପାଇଁ ଚିନ୍ତିତ ନୁହନ୍ତି । ମୁଁ ନିଜକୁ ସମାଜସେବା ପାଇଁ ଉତ୍ସର୍ଗ କରିଥିବାବେଳେ ଶାସକ ବିଜେଡି ବାଧକ ସାଜିଥିବା କାରଣରୁ ଏହା ସମ୍ଭବ ନୁହେଁ ବୋଲି ହୃଦବୋଧ ହେବା ପରେ ବାଧ୍ୟ ହୋଇ ବିଜେଡି ଛାଡିଛି ବୋଲି ଶ୍ରୀ ସୋଢୀ କହିଛନ୍ତି ।
ଅନ୍ୟ ପଟେ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଗରିବୀ କଲ୍ୟାଣ ଯୋଜନାର ସଫଳ ରୂପାୟନରେ ପ୍ରଭାବିତ ହେବା ସହ ନିଜ ସ୍ୱପ୍ନ ସାକାର ହେବାର ଦୃଢ ଆଶା ବ୍ୟକ୍ତ କରି ସେ ବିଜେପିରେ ଯୋଗଦାନ କରିଥିବାର ଶ୍ରୀ ସୋଢୀ କହିଛନ୍ତି । ଶ୍ରୀ ସୋଢୀଙ୍କ ସମେତ ମାଲକାନଗିରି କାଳିମେଳା ବ୍ଲକର ଏମପିଭି-୨୯ ଗ୍ରାମର ଗୈାର ବୈଦ୍ୟ, ମାଂଗିପାଲି ଗ୍ରାମର ପ୍ରବୀଣ କୁମାର ସୋଢୀ, ଜିତେନ୍ଦ୍ର ସାମଲ, ଧୀରେନ୍ଦ୍ର ବେଚା ପ୍ରମୁଖ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଉପସ୍ଥିତ ଥିଲେ ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ପୁଷ୍ପ ଗୁଚ୍ଛ ଏବଂ ଉତରୀୟ ଦେଇ ଶ୍ରୀ ସୋଢୀ ଏବଂ ଅନ୍ୟ ସମସ୍ତଙ୍କୁ ପାର୍ଟିରେ ଆନୁÂାନିକ ଭାବେ ସ୍ୱାଗତ ଜଣାଇଥିଲେ । ୨୦୦୯ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ମାଲକାନଗିରି ବିଧାୟକ ଥିବା ଶ୍ରୀ ସୋଢୀ ୨୦୧୨ ରୁ ୨୦୧୫ ମସିହା ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ଦାୟୀତ୍ୱ ନିର୍ବାହ କରିଛନ୍ତି ।
ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଓଡିଶା ଆଜି ସମଗ୍ର ବିଶ୍ୱରେ ଲଜ୍ଜିତ ଏବଂ ନିନ୍ଦିତ । ନଗଡା, ଦାନ ମାଝୀ, କନ୍ଧମାଳ ଗୁଳିକାଣ୍ଡ ଭଳି ଘଟଣାମାନ ପୁନରାବୃତି ହେବା ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରମାଣିତ କରୁଛି । ଦୀର୍ଘ ବର୍ଷ ଶାସନ ପରେ ମଧ୍ୟ ରାଜ୍ୟ ଆଜି ବିକାଶର ଅପହଂଚରେ ଅଛି । ଶିଶୁ ମୃତୁ୍ୟ, ନାରୀ ନିର୍ଯ୍ୟାତନା, ଦୁର୍ନିତୀ ରୋକିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ମୋହନାଠାରେ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଥିବା ଜଣେ ମହିଳାଙ୍କୁ ହତ୍ୟା, କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ଯୁବତୀଙ୍କୁ ପୋଡି ମାରିଦେବା ଆଦି ଘଟଣାମାନ ରାଜ୍ୟ ସରକାରଙ୍କ ବିଫଳତାର ସଦ୍ୟ ଉଦାହରଣ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ସାଧାରଣ ଗରିବଙ୍କ କଲ୍ୟାଣକୁ ପ୍ରାଧାନ୍ୟ ଦେଇ ବିଜେପି ସର୍ବଦା କାର୍ଯ୍ୟ କରିଥାଏ । ରାଜ୍ୟରେ ଶାସକ ବିଜେଡିର ଲୋକପ୍ରିୟତା କ୍ରମଶଃ ହ୍ରାସ ପାଇବାରେ ଲାଗିଥିବାବେଳେ ରାଜ୍ୟବାସୀଙ୍କ ଦ୍ୱାରା ବିଜେପି ଆଦୃତ ହେବାରେ ଲାଗିଛି । ସମସ୍ତଙ୍କୁ ସାଥୀରେ ନେଇ ରାଜ୍ୟର ଗ୍ରାମାଂଚଳ ବିକାଶକୁ ମୁଖ୍ୟ ପ୍ରସଙ୍ଗ କରି ପାର୍ଟୀ ଆଗାମୀ ପଂଚାୟତ ନିର୍ବାଚନ ଲଢିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Share in top social networks!