ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ସଂଶ୍ଲିଷ୍ଟ ସମସ୍ତ ସରକାରୀ, ବେସରକାରୀ କର୍ମଚାରୀମାନେ ଭୋଟଦାନ ଅଧିକାରରୁ ବଂଚିତ ନ ହୁଅନ୍ତୁ : ବିଜେପି

bjpଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ସଂଶ୍ଲିଷ୍ଟ ସରକାରୀ, ବେସରକାରୀ କର୍ମଚାରୀମାନଙ୍କୁ ଭୋଟଦାନ ଅଧିକାରରୁ ବଂଚିତ ନ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ବିଜେପି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଏ ସମ୍ପର୍କରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ।
ଆସନ୍ତା ଫେବୃଆରୀ ମାସରେ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆପଣଙ୍କ ସଂଯୋଜନାରେ ଅନୁÂିତ ହେଉଛି । ରାଜ୍ୟରେ ମୋଟ ୯୨ ହଜାରରୁ ଉର୍ଧ ବୁଥରେ ଭୋଟ ଦାନ ଅନୁÂିତ ହେବ । ମାତ୍ର ଏଥିରେ ନିଯୁକ୍ତ ପାଂଚ ଲକ୍ଷରୁ ଉର୍ଧ ସରକାରୀ କର୍ମଚାରୀ ଓଡିଶାର ଭୋଟର ଭାଇ ଭଉଣୀମାନେ ସେମାନଙ୍କର ଭୋଟ ଦାନ ଅଧିକାରରୁ ବଂଚିତ ହେବେ । ପ୍ରତି ବୁଥରେ ନିଯୁକ୍ତ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ତଥା ଅନ୍ୟାନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଯେଉଁ ମାନେ ବୁଥ ଭିତରେ ରହି ପ୍ରତ୍ୟକ୍ଷ ଭାବେ ନିର୍ବାଚନ ପରିଚାଳନା କରିବେ ସେମାନେ ସେମାନଙ୍କର ନ୍ୟାଯ୍ୟ ଭୋଟ ଅଧିକାରରୁ ବଂଚିତ ହେବେ । ବୁଥ ବାହାରେ ନିଯୁକ୍ତ ହୋମଗାର୍ଡ ଠାରୁ ଆରମ୍ଭ କରି ବଡ ପୋଲିସ ଅଧିକାରୀ ପର୍ଯ୍ୟନ୍ତ ସେମାନଙ୍କର ଭୋଟ ଦାନ ଅଧିକାରରୁ ବଂଚିତ ହେବେ । ବେସରକାରୀ ଗାଡିକୁ ଏହି ନିର୍ବାଚନ ପ୍ରକ୍ରିୟାରେ ବହୁଳ ଭାବରେ ବ୍ୟବହାର କରାଯାଉଛି । ଏହା କାରଣରୁ ହଜାର ହଜାର ଡ୍ରାଇଭର, ହେଲପରମାନେ ମଧ୍ୟ ସେମାନଙ୍କର ନ୍ୟାର୍ଯ୍ୟ ଗଣତାନ୍ତ୍ରିକ ଅଧିକାରରୁ ବଂଚିତ ହେବାକୁ ଯାଉଛନ୍ତି ।
ତେଣୁ ଏହି ନିର୍ବାଚନ ପ୍ରକ୍ରିୟାରେ ସଂଶ୍ଲିଷ୍ଟ ସମସ୍ତ ସରକାରୀ କର୍ମଚାରୀ ଓ ବେସରକାରୀ ବ୍ୟକ୍ତିବିଶେଷ ମାନଙ୍କୁ ସେମାନଙ୍କ ଅଧିକାର କିପରି ସାବ୍ୟସ୍ତ କରି ପାରିବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଜେପି ଦାବୀ କରିଛି ।
ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୂବନାନନ୍ଦ ତ୍ରିପାଠୀ, ବିଶ୍ୱଜିତ ମହାନ୍ତି ଏବଂ ସୁବାଷ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!