ଢେଙ୍କାନାଳ ସ୍ୱୟଂଶାସିତ କଲେଜ ବାର୍ଷିକ ଉତ୍ସବରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dharmendrapradhan
ଇତିହାସରୁ ପ୍ରେରଣା ନେଇ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଆହ୍ୱାନ
ଢେଙ୍କାନାଳର ଗୌରବମୟ ଇତିହାସ ରହିଛି । ଅତୀତରୁ କେବଳ ଗର୍ବ ଅନୁଭବ ନ କରି ସୁନ୍ଦର ଭବିଷ୍ୟତ ଗଢିବାରେ ସ୍ଥାନୀୟ ଯୁବ ଶକ୍ତି ଗୁରୁତ୍ୱପୂର୍ଣ ଭୂମିକା ନେଉ ବୋଲି
ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଢେଙ୍କାନାଳ ମାଟିରୁ ମହିମା ଗୋସାଇଁଙ୍କ କାଳଜୟୀ ବାଣୀ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଜାତି ସଂଘର ଘୋଷବାକ୍ୟରେ ପରିଣତ ହୋଇଛି । ବାଜି ରାଉତ, ବୈଷ୍ଣବ ପଟ୍ଟନାୟକ, ସୁବାହୁ ସିଂହ ଓ ପବିତ୍ର ମୋହନ ପ୍ରଧାନଙ୍କ ପରି ଅନେକ ବଳିଦାନରେ ଭାରତକୁ ସ୍ୱାଧୀନତା ମିଳିଛି । ମାତ୍ର ଅତୀତର ଗର୍ବ ସହ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଯୁବ ଓ ଛାତ୍ର ସମାଜର ଦୃଢ ଇଚ୍ଛାଶକ୍ତି ହିଁ ସମୟର ଆବଶ୍ୟକତା । ସ୍ଥାନୀୟ ଛାତ୍ର ମାନେ କଠିନ ପରିଶ୍ରମ ମାଧ୍ୟମରେ ନିଜର ଆଶା ଆକାଂକ୍ଷା ପୂରଣ କରି ସମ୍ପୂର୍ଣ ଜିଲ୍ଲା ପାଇଁ ଉଦାହରଣ ପ୍ରସ୍ତୁତ କରି ପାରିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ଅନେକ ସମ୍ଭାବନା ଅଛି । ସ୍ଥାନୀୟ ବୟନ ଶିଳ୍ପ, ତମ୍ବା, ପିତଳର କାରିଗରୀ. ମୁର୍ତିକଳା ଏ ଅଂଚଳକୁ ଏକ ବିଶେଷ ପରିଚୟ ଦେବାର ସମ୍ଭାବନା ରଖୁଛି । ନିକଟ ଅତୀତରେ ଦିଲ୍ଲୀରେ ଆମ୍ବର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଢେଙ୍କାନାଳର ଆମ୍ବ ପ୍ରଶଂସିତ ହୋଇଥିଲା । କୃଷି ପାଇଁ ଢେଙ୍କାନାଳ ଏକ ପ୍ରକୃଷ୍ଟ ସ୍ଥାନ ।
ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ଏହି ଜିଲ୍ଲାରେ ରହିଛି । ଗତ କିଛି ଦିନ ତଳେ ଏହି ଜିଲ୍ଲାରେ ଗୋଟିଏ ତାପଜ ବିଦ୍ୟୁତ କେନ୍ଦ୍ର ଓ ଆଲୁମିନିୟମ ପ୍ରକଳ୍ପ ପ୍ରତିÂା ପାଇଁ
ଭାରତ ସରକାର ୨୦ ହଜାର କୋଟି ଟଙ୍କା ପୁଂଜି ନିବେଶ ଘୋଷଣା କରିଛନ୍ତି । ସାରା ଦେଶ, ଓଡିଶା ଓ ଏଥିରେ ଢେଙ୍କାନାଳ ତାର ଦୃତ ବିକାଶ ପାଇଁ କିପରି ସମ୍ଭାବନା ଓ ସୁଯୋଗକୁ ସଦୁପଯୋଗ କରି ବିକାଶର ରାସ୍ତାରେ ଆଗେଇ ପାରିବ ସେ ସମ୍ବନ୍ଧରେ ଯୁବ ଶକ୍ତି ସଚେତନ ହେବାର ଆବଶ୍ୟକତା ରହିଛି । ସ୍ଥାନୀୟ ଶିଳ୍ପ ବିକାଶରେ
ସ୍ଥାନୀୟ ଯୁବ ଶକ୍ତିକୁ ଉଚିତ ଭାଗିଦାରୀ ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!