ନିର୍ବାଚନ ଆଚରଣ ବିଧିର ଆଳ ଦେଖାଇ ଗ୍ୟାସ ସଂଯୋଗ ଯୋଗାଇ ନ ଦେବା ପାଇଁ ସରକାରୀ ନିର୍ଦେଶନାମା ବିଜେଡି ସରକାରର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡରକୁ ସ୍ପଷ୍ଟ କରୁଛି : ବିଜେପି

bjpharicHANDAN
• ଅର୍ଥ ଦେଇ ଗ୍ୟାସ ସଂଯୋଗ ନେବା କୌଣସି ବି ଗ୍ରାହକର ଅଧିକାର, ଆଚରଣ ବିଧି ସହ ଏହାର କୌଣସି ସମ୍ପର୍କ ନାହିଁ
• ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ନୂଆ ହିତାଧିକାରୀ ଚୟନ ନୁହେଁ ପୂର୍ବରୁ ଅନୁମୋଦିତ ଗରୀବ ମହିଳାଙ୍କୁ ସଂଯୋଗ ଦେବା ମଧ୍ୟ ବେଆଇନ ନୁହେଁ
• ଟଙ୍କିକିଆ ଚାଉଳର ସ୍ୱୀକୃତ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେବା ଓ ଉଜ୍ୱଳା ଯୋଜନାର ସ୍ୱୀକୃତ ହିତାଧିକାରୀଙ୍କୁ ସଂଯୋଗ ଯୋଗାଣ ସମାନ କଥା
• କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ସରକାରଙ୍କ ଡର
• ଗରୀବ ଓଡିଆ ମହିଳାମାନଙ୍କୁ ସେମାନଙ୍କର ହକ୍ରୁ ବଂଚିତ କରିବାର ଦୋଷ ବିଜେଡିର
ସରକାରୀ ରିହାତି ବା ମାଗଣା ଯୋଜନା ନୁହେଁ ସାଧାରଣ ବର୍ଗର ଗ୍ରାହକଙ୍କୁ ମଧ୍ୟ ନୂଆ ଗ୍ୟାସ ସଂଯୋଗ ଯୋଗାଇ ନ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ଗ୍ୟାସ ବିତରକଙ୍କୁ ନିର୍ଦେଶ ଦିଆଯିବା ସମ୍ପୂର୍ଣ ବେଆଇନ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ମଧ୍ୟ ରାଜ୍ୟର ଗରୀବ ମହିଳାମାନଙ୍କୁ ମାଗଣା ଏଲପିଜି ସଂଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ନିର୍ବାଚନ ଆଚରଣ ବିଧି ଆଳ ଦେଖାଇ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ, ଗତ କିଛି ଦିନ ତଳେ ସୋନପୁର ଜିଲ୍ଲାର ତରଭା ବ୍ଲକ ତରଫରୁ ସ୍ଥାନୀୟ ଗ୍ୟାସ ବିତରକଙ୍କୁ ନୂଆ ଗ୍ୟାସ ସଂଯୋଗ ନ ଯୋଗାଇବା ପାଇଁ ତୁଗଲକି ନିର୍ଦେଶନାମା ଜାରୀ କରାଯାଇଅଛି । ପଂଚାୟତ ନିର୍ବାଚନର ଆଚରଣ ବିଧି ଆଳରେ ଯେଉଁ ଯୋଜନାରେ ସରକାରୀ ହିତ ନାହିଁ ଓ ସାଧାରଣ ଗ୍ରାହକ ବଜାର ମୂଲ୍ୟରେ ଗ୍ୟାସ ସଂଯୋଗ ନେଉଛି, ସେମାନଙ୍କୁ ଗ୍ୟାସ ବିକ୍ରୟ ବନ୍ଦ କରିବାକୁ ସରକାର କିଏ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଏହା ଧର୍ମେନ୍ଦ୍ର ପ୍ରଧାନଙ୍କର ବିଭାଗ ଅନ୍ତର୍ଗତ ହୋଇଥିବା କାରଣରୁ ଓ ଓଡିଶାରେ ଗ୍ୟାସ ଗ୍ରାହକ ସଂଖ୍ୟା ହୁ ହୁ ହୋଇ ବଢୁଥିବା କାରଣରୁ ରାଜ୍ୟ ସରକାର ଭୟଭୀତ ହୋଇ ପଡିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପଂଚାୟତ ନିର୍ବାଚନର ଆଚରଣ ବିଧି ଲାଗୁ ଥିବାରୁ ନୂଆ ଗ୍ୟାସ ସଂଯୋଗ ଜନମତକୁ ପ୍ରଭାବିତ କରିବ ଏବଂ ଏହା ନିର୍ଦିଷ୍ଟ ରାଜନୈତିକ ଦଳକୁ ଲାଭ ପହଂଚାଇ ନେଇ ଅଭିଯୋଗ ଆସିବାରୁ ପଂଚାୟତ ସମିତି ତରଫରୁ ଏହି ନିର୍ଦେଶନାମା ଜାରୀ କରାଯାଇଥିବା କୁହାଯାଇଛି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ମଧ୍ୟ ପୂର୍ବରୁ ଆବେଦନ କରାଯାଇଥିବା ଓ ମଂଜୂର ହୋଇଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇ ପାରିବ ।
ସେ କହିଛନ୍ତି ଯେ, ଆଦର୍ଶ ଆଚରଣ ବିଧି ନିୟମ ଅନୁସାରେ ସରକାର ଭୋଟର ମାନଙ୍କୁ ପ୍ରଭାବିତ କରିପାରିବା ଭଳି ନୂଆ ଯୋଜନା ଘୋଷଣା କରି ପାରିବେ ନାହିଁ । ମାତ୍ର ଯେଉଁ ଯୋଜନା ପୂର୍ବରୁ ଚାଲୁ ରହିଛି ସେ ଯୋଜନାର ହିତାଧିକାରୀମାନେ ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ଏହି ଲାଭ ନେଇ ପାରିବେ । କେବଳ ନିର୍ବାଚିତ ବିଧାୟକ, ସାଂସଦ ବା ରାଜନୈତିକ ପୃÂଭୂମିର ବ୍ୟକ୍ତି ମାନେ ହିତାଧିକାରୀ ମାନଙ୍କୁ ଏହି ଲାଭ ଦେବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଧରାଯିବ ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଏହି ଅନୁସାରେ ରାଜ୍ୟରେ ଟଙ୍କିକିଆ ଚାଉଳ ଗରୀବ ହିିତାଧିକାରୀ ମାନଙ୍କୁ ଯୋଗାଇ ଦିଆ ଯାଉଛି । ନିର୍ବାଚନ ଆଚରଣ ବିଧି ଲାଗୁ ଥିଲେ ମଧ୍ୟ ଏହି ପ୍ରଚଳିତ ଯୋଜନାରେ ହିତାଧିକାରୀ ଲାଭାନ୍ୱିତ ହେବାରେ କୌଣସି ପ୍ରତିବନ୍ଧକ ନାହିଁ ।
ରାଜ୍ୟରେ ସରକାର ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ପ୍ରତି ଭୟ କରୁଥିବା କାରଣରୁ ନିୟମ କାନୁନ ଭାଙ୍ଗି ଏହି ଯୋଜନାରେ ଗରୀବ ମହିଳା ମାନଙ୍କୁ ଯେପରି ଏହି ଯୋଜନାର ଲାଭ ମିଳିବ ନାହିଁ ସେଥି ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଯେଉଁ ଆବେଦନକାରୀମାନେ ଏଇ ଗ୍ୟାସ ସଂଯୋଗ ପାଇଁ ଆବେଦନ କରିଥିଲେ ଓ ଆବେଦନ ମଂଜୁର ହୋଇ ସାରିଛି ସେମାନଙ୍କୁ ଏହି ଯୋଜନାରେ ଗ୍ୟାସ ସଂଯୋଗ ପ୍ରଦାନ କରାଯିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏହି ହିତାଧିକାରୀ ଚୟନ ପ୍ରକ୍ରିୟା ୨୦୧୧ ମସିହା ଜନ ଗଣନା ଆଧାରରେ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ତାଲିକାଭୁକ୍ତ ସେମାନେ ହିଁ ଏହି ସଂଯୋଗ ପାଇବାକୁ ହକଦାର । ତେଣୁ ମାନ୍ୟ ହିତାଧିକାରୀ ବାହାରେ ଏହି ସଂଯୋଗ ଦିଆ ଯାଇ ପାରିବ ନାହିଁ । ହିତାଧିକାରୀ ଚୟନରେ ଅନିୟମିତତା ନେଇ କୌଣସି ବି ଅଭିଯୋଗ ଆସି ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହା ସତ୍ୱେ ଉଜ୍ୱଳା ଯୋଜନା ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡର କାରଣରୁ ରାଜ୍ୟ ସରକାର ଗରୀବ ଓଡିଆ ମହିଳା ମାନଙ୍କୁ ସେମାନଙ୍କର ହକ୍ ରୁ ବଂଚିତ କରୁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!