ତାଳଚେରରେ ନାମାଙ୍କନର ଶେଷ ଦିନରେ ଦିନ ତମାମ ବିଜୁଳି କାଟ ବିଜେଡିର ଚକ୍ରାନ୍ତ – ବିଜେପି

ମଙ୍ଗଳବାର ପଂଚାୟତ ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ ହୋଇଥିଲେ ମଧ୍ୟ ତାଳଚେରରେ ସକାଳ ୭ଟାରୁ ୨ ଟା ପର୍ଯ୍ୟନ୍ତ ଜାଣି ଶୁଣି ସରକାରଙ୍କ ତରଫରୁ ପାବାର କଟ କରାଯାଉଛି ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଅଭିଯୋଗ କରିବା ସହ ରାଜ୍ୟ ନିର୍ବାଚନ କମିଶନର ହସ୍ତକ୍ଷେପ କରିବା ପାଇଁ ଦାବି କରିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ ଦିନ ତମାମ ପାବାର କଟ ହେଲେ ସାଧାରଣ ଆଶାୟୀ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀ ପତ୍ର ଦାଖଲରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ । ଶାସକ ଦଳ ଆଶାୟୀ ପ୍ରାର୍ଥୀ ମାନଙ୍କୁ ପ୍ରାର୍ଥୀ ପତ୍ର ଦାଖଲ କରାଇ ନ ଦେବା ପାଇଁ ବିଧିବଦ୍ଧ ଷଡଯନ୍ତ୍ର ଆଧାରରେ ସହରକୁ ଦିନ ତମାମ ବିଜୁଳି ସେଂ ଯାଗରୁ ବଂଚିତ କରାଯାଉଛି ବୋଲି ଶ୍ରୀ ସାମଲ କହିଛନ୍ତି । ଶାସକ ଦଳର ଏହି ଚଂଚକତା ଯୋଗୁ ହେଉଥିବା ବିଜୁଳିକାଟ କାରଣରୁ ତାଳଚେରରସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

Share in top social networks!