ଦେଶର ପ୍ରଥମ ଖଣି ଭାବେ ଖଣି ନିରୀକ୍ଷଣ ପାଇଁ ଟାଟା ଷ୍ଟିଲ ନୋଆମୁଣ୍ଡି ଲୌହ ଖଣି ପକ୍ଷରୁ ଡ୍ରୋନ୍ ପ୍ରଣାଳୀର ଶୁଭାରମ୍ଭ

tatadroneଯୋଡ଼ା: ଟାଟା ଷ୍ଟିଲ ଓଏମ୍କୁ୍ୟ ବିଭାଗର ନୋଆମୁଣ୍ଡି ଲୌହ ଖଣି (ଏନ୍ଆଇଏମ୍) ଆଜି ଖଣି ନିରୀକ୍ଷଣ ପାଇଁ ଡ୍ରୋନ୍ ପ୍ରଣାଳୀର ଶୁଭାରମ୍ଭ କରିଛି । ଏହାସହିତ ଏନ୍ଆଇଏମ୍ ଦେଶର ପ୍ରଥମ ଖଣି ଭାବେ ଖଣି ନିରୀକ୍ଷଣ ପାଇଁ ଡ୍ରୋନ୍ ପ୍ରଣାଳୀ କାର୍ଯ୍ୟକାରୀ କରିଛି ।

ଓଡ଼ିଶା ସରକାରଙ୍କ ଖଣି ବିଭାଗ ସଚିବ ତଥା ଆଇଏଏସ୍ ଶ୍ରୀ ବଲଭିନ୍ଦର କୁମାର, ଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନ୍ସର ମହା ନିୟନ୍ତ୍ରକ ଶ୍ରୀ ଆର.କେ ସିହ୍ନା, ଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନ୍ସର ଖଣି ନିୟନ୍ତ୍ରକ (ସିଜେଡ୍) ଶ୍ରୀ ଏ ବି ପାଣିଗ୍ରାହୀ, ଟାଟା ଷ୍ଟିଲ କଞ୍ଚାମାଲ ବିଭାଗର ଭାଇସ ପ୍ରେସିଡେଣ୍ଟ ଶ୍ରୀ ରାଜୀବ ସିଂହଲ ଓ ଟାଟା ଷ୍ଟିଲ ଓଏମ୍କୁ୍ୟ ବିଭାଗର ମହା ପ୍ରବନ୍ଧକ ଶ୍ରୀ ପଙ୍କଜ ସତିଜାଙ୍କ ଉପସ୍ଥିତିରେ ଏହି ପ୍ରଣାଳୀର ଉଦ୍ଘାଟନ କରିଥିଲେ ।

ମହାକାଶ କୌଶଳର ପ୍ରୟୋଗ ଓ ମୋବାଇଲ୍ ଆପ୍ ମାଧ୍ୟମରେ ଆମ ପକ୍ଷରୁ ଖଣି ସର୍ଭିଲିଆନସ୍ ପ୍ରଣାଳୀ କାର୍ଯ୍ୟକାରୀ କରାଯାଇଛି ବୋଲି ଏହି ଅବସରରେ ଶ୍ରୀ କୁମାର କହିଥିଲେ । ଏହା ବେଆଇନ ଖନନ, ଖଣି ଯୋଜନା ପରିଚାଳନା, ଉପôାଦନ, ମାଲ ପରିବହନ ଓ ରାଜସ୍ୱ ପରିଶୋଧ ଉପରେ ସତର୍କ ନଜର ରଖିବାରେ ସହାୟତା କରିବ ବୋଲି ସେ ମତ ପ୍ରକାଶ କରିଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିିଂହଲ କହିଥିଲେ ଯେ, ଏହା ଆମ ପାଇଁ ଗର୍ବର ମୂହୁର୍ତ୍ତର୍ । ଏହି କ୍ଷେତ୍ରରେ ହେଉଥିବା ସଦ୍ୟ ପରିବର୍ତ୍ତନରୁ ଲାଭ ଉଠାଇବା ପାଇଁ ଆମେ ସର୍ବଦା ଉଦ୍ୟମ କରିଛୁ । ଏହି ପ୍ରଣାଳୀ ବିଶ୍ୱସ୍ତରରେ ଖଣି ଶିଳ୍ପରେ ଡିଜିଟାଇଜେସ୍ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ସହ ନିଜକୁ ଖାପଖୁଇବା ସହ ନୂତନ କୌଶଳ ମାଧ୍ୟମରେ କାର୍ଯ୍ୟ ଦକ୍ଷତାରେ ଉନ୍ନତି ଆଣିବାରେ ମଧ୍ୟ ସହାୟକ ହୋଇପାରିବ । ଡ୍ରୋନ୍ ସହାୟତାରେ ଖଣି ନିରୀକ୍ଷଣ ଦ୍ୱାରା ବେଆଇନ୍ ଖଣି ଖନନ ପ୍ରତିରୋଧ କରାଯିବା ସହିତ ଦାୟିତ୍ୱାବନ ଖଣି ପ୍ରଶାସକ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିପାରିବ ।

ଏହି କୌଶଳ ଖଣି ନିରୀକ୍ଷଣ, ପରିବେଶ ନିରୀକ୍ଷଣ, ଲିଜ୍ ପାଚେରୀ ନିରୀକ୍ଷଣ ଓ ଚାଷପଯୋଗୀ ଜମି ସୃଷ୍ଟି କରିବାରେ ସହାୟକ ହେବ ବୋଲି ଶ୍ରୀ ସତିଜା ଏହି ଅବସରରେ ମତ ପ୍ରକାଶ କରିଥିଲେ ।

ଖଣି ଅଞ୍ଚଳ ଉପରେ ସତର୍କ ନଜର ରଖିବା, ଲିଜ୍ ପାଚେରୀ ନିରୀକ୍ଷଣ, ସୁରକ୍ଷା ଜୋନ୍ର ନିରୀକ୍ଷଣ, ଚାଷପଯୋଗୀ ଜମିର ନିରୀକ୍ଷଣ ଓ ଘନତ୍ୱ ଆକଳନ ପାଇଁ କ୍ୱୋରୀ ଓ ବର୍ଜ୍ୟ ପରିଚାଳନାର ପ୍ରେଫାଇଲିଂ ନୋଆମୁଣ୍ଡି ଅଞ୍ଚଳରେ ଏହି ପ୍ରଣାଳୀ ଶୁଭାରମ୍ଭ କରିବାର ମୁଖ୍ୟ ଉଦେ୍ଧଶ୍ୟ ।

ଏହି ପ୍ରଣାଳୀ ମାଧ୍ୟମରେ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହିତ ସ୍ୱଂୟ ପରିଚାଳିତ ଯାନବାହନ, ଇଣ୍ଟରନେଟ୍ର ବ୍ୟବହାର, ବିଗ୍ ଡାଟା, ବିଶ୍ଲେଷଣ, ରିମୋଟ୍ ନିୟନ୍ତ୍ରଣ କେନ୍ଦ୍ର ଓ ରକ୍ଷଣାବେକ୍ଷଣ ଭଳି ନବୀନତମ କୌଶଳ ବ୍ୟବହାର ଓଏମ୍କୁ୍ୟ ବିଭାଗର ମୁଖ୍ୟ ଲକ୍ଷ୍ୟ । ଲିଜ୍ ଅଞ୍ଚଳରେ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହି ପ୍ରଣାଳୀର ବ୍ୟବହାର କରାଯିବ ।

ଡିଜିଟାଲ ପଦକ୍ଷେପ ଅନ୍ତର୍ଗତ ଏନ୍ଆଇଏମ୍ ପକ୍ଷରୁ ମୋବାଇଲ୍ ଉପଯୋଗୀ ଖଣି ଯୋଜନା (ଏମ୍ପିଓପି), ଏକ୍ସ-ପ୍ୟାକ୍/ଏକ୍ସ-ଆକ୍ଟ ବ୍ୟବହାର ମାଧ୍ୟମରେ ଚୀର ସ୍ଥାୟୀ ଓ ଦୀର୍ଘ ସ୍ଥାୟୀ ଖଣି ଯୋଜନା ଓ ୨୦୧୫ରେ ୩ଡି ଲେଜର ସ୍କାନ୍ର କାର୍ଯ୍ୟକାରୀ କରାଯାଇଛି । ଦୀର୍ଘସ୍ଥାୟୀ ବିକାଶ ଫ୍ରେମ୍ୱାର୍କ ଅନ୍ତର୍ଗତ ଓଡ଼ିଶା ସରକାରଙ୍କ ଇଣ୍ଡିଆନ୍ ବୁ୍ୟରୋ ଅଫ୍ ମାଇନ୍ସ ପକ୍ଷରୁ ନୋଆମୁଣ୍ଡି ଲୌହ ଖଣିକୁ ୫ ଷ୍ଟାର ରେଟିଂ ମର୍ଧ୍ୟ ପ୍ରଦାନ କରାଯାଇଛି ।

Share in top social networks!