ଭୁବନେଶ୍ୱରର ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ୍ ଏବେ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ୍ର ଶ୍ରୀ ମିଥୁ ତୁଲ୍ସୀ ଚନ୍ରାଇ କ୍ୟାମ୍ପସ୍

lvprasadଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ (ଏଲ୍ଭିପିଇଆଇ)୍, ଭୁବନେଶ୍ୱର ଏହାର ୧୧ତମ ବାର୍ଷିକୀ ଆଜି ପାଳନ କରୁଅଛି । ଏହି ଅବସରରେ ଏଡାଇ ହୋଇପାରୁଥିବା ଅନ୍ଧତ୍ୱକୁ ଦୂର କରି ଏକ ଉକ୍ରର୍ଷ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଦାତାଙ୍କ ପ୍ରତିଶ୍ରୁତିକୁ ସ୍ୱୀକୃତି ପ୍ରଦାନ କରି ଏହି କ୍ୟାମ୍ପସ୍ର ନାମ ଶ୍ରୀ ମିଥୁ ତୁଲସୀ ଚନ୍ରାଇ କ୍ୟାମ୍ପସ୍ ନାମ ରଖାଯାଇଛି । ଏନ୍.ଏ.ବି.ଏଚ୍.ର ସ୍ୱୀକୃତିପ୍ରାପ୍ତ ଏହି ପ୍ରତିÂାନ ବ୍ୟାପକ ରୋଗୀ ଯତ୍ନ, ରୋଗ ଲକ୍ଷଣିକ ଗବେଷଣା, ଦୃଷ୍ଟିଶକ୍ତିି ବୃଦ୍ଧି, ଥଇଥାନ, ସାମାଜିକ ଚକ୍ଷୁ ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ପ୍ରଦାନ କରୁଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରୋତ ବାଗ୍ଚି ଓ ମିସନ୍ ଫର ଭିଜନ୍ର ଜଗଦ୍ଧିଶ ଏମ୍ ଚନରାଇ ଉପସ୍ଥିତ ଥିଲେ ।

ଓଡ଼ିଶାରେ ଏହି ଅଗ୍ରଗାମୀ ତୃତୀୟକ ଚକ୍ଷୁ ସେବା କେନ୍ଦ୍ରର ୨୦୧୬ ବର୍ଷର ସଫଳତାଗୁଡ଼ିକ ବିଷୟରେ ସୂଚନା:

ଏହି ଅବସରରେ ଡକ୍ଟର ଗୁଲାପାଲ୍ଲୀ ଏନ୍ ରାଓ, ପ୍ରତିÂାତା-ଚେୟାର୍, ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ୍ କହିଛନ୍ତି ଯେ, ସମସ୍ତଙ୍କୁ ସମାନତାର ସହିତ ଉଚ୍ଚ ଗୁଣାତ୍ମକ ସେବା ଯତ୍ନ ପ୍ରଦାନ କରିବା ନୀତି ନେଇ ଆମର ଇନଷ୍ଟିଚୁ୍ୟଟ୍ ସ୍ଥାପନ କରାଯାଇଛି । ବିଗତ ଦଶନ୍ଧୀ ଧରି ଏହି ପ୍ରକ୍ରିୟାକୁ କ୍ୟାମ୍ପସ୍ରେ ପାଳନ କରାଯାଉଛି । ଯେଉଁ ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକ ଆମର ଏହି ଉଦ୍ୟମରେ ସହାୟତା ଦେଇଛନ୍ତି ସେମାନଙ୍କ ପ୍ରତି ଆମେ କୃତଜ୍ଞ । ଆମେ ଆଜି ବହୁତ ଖୁସି ଯେ ଶ୍ରୀ ଜଗଦ୍ଧିଶ ଚନରାଇଙ୍କ ବଦାନ୍ୟତା ଆମକୁ ଏହି କ୍ୟାମ୍ପସ୍କୁ ଉଚ୍ଚ ସ୍ତରକୁ ନେବାରେ ସହାୟତା କରିବ ଯାହା ଅଧିକ ଲୋକଙ୍କ ଜୀବନକୁ ଛୁଇଁପାରିବ । ଆମେ ଆଜି ବିନମ୍ରତାର ସହ ଘୋଷଣା କରୁଛୁ ଯେ ଏହି କ୍ୟାମ୍ପସ୍ ଏବେ ଶ୍ରୀ ଚନରାଇଙ୍କ ବାପାଙ୍କ ନାମରେ ଶ୍ରୀ ମିଥୁ ତୁଲସୀ ଚନରାଇ କ୍ୟାମ୍ପସ୍ ନାମରେ ନାମିତ ହେବ ।’’
ଡକ୍ଟର ତାରାପ୍ରସାଦ ଦାସ, ଭାଇସ୍ ଚେୟାର, ଏଲ ଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ୍ କହିଛନ୍ତି ଯେ, ୨୦୧୬ରେ ଆମେ ତୃତୀୟକ ସାମାଜିକ ଚକ୍ଷୁ ସେବା କ୍ଷେତ୍ରରେ ବଡ଼ ଧରଣ ସଫଳତା ହାସଲ କରିଛୁ । ଭୁବନେଶ୍ୱରରେ ଏହି ତୃତୀୟକ କେନ୍ଦ୍ର ବ୍ୟତୀତ ଆମେ ରାଜଗାଙ୍ଗପୁର, ରାୟଗଡ଼ା ଓ ବ୍ରହ୍ମପୁରରେ ତିନିଟି ମାଧ୍ୟମିକ କେନ୍ଦ୍ର ଖୋଲି ଆମର ସେବାକୁ ସଂପ୍ରସାରିତ କରିବା ସହିତ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛୁ । ଏହି ମାଧ୍ୟମିକ କେନ୍ଦ୍ରଗୁଡ଼ିକରେ ୧୮,୧୪୬ ରୋଗି ଚିକିତ୍ସିତ ହୋଇଥିବା ବେଳେ ୧୦୦୭ଟି ଅସ୍ତେ୍ରାପଚାର ହୋଇପାରିଛି । କଳିଙ୍ଗ ଇନଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ର ୧୦,୦୦୦ ଆଦିବାସୀ ସ୍କୁଲ ଛାତ୍ରଛାତ୍ରୀଙ୍କର ଆମେ ସ୍କ୍ରିନିଂ କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ । ଆମର ଦାତାଙ୍କ ସହଯୋଗ ଆମକୁ ଆଗାମୀ ଦିନରେ ଅଧିକ କିଛି ହାସଲ କରିବାରେ ସହାୟକ ହେବ ।’’
ଡକ୍ଟର ସୁଜାତା ଦାସ, ନିର୍ଦେଶକ, ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ୍ କହିଛନ୍ତି ଯେ, ଓଡ଼ିଶା ଓ ଏହାର ଆଖପାଖ କେନ୍ଦ୍ର ପାଇଁ ଭୁବନେଶ୍ୱର କ୍ୟାମ୍ପସ ହେଉଛି ଏକ ରେଫରାଲ୍ କେନ୍ଦ୍ର । ଆମେ ଅପ୍ଥାଲ୍ମୋଲୋଜି ରେସିଡେନ୍ସି, ବ୍ୟାପକ ଓ ସବ୍ ସ୍ପେସିଆଲିଟି ଫେଲୋସିପ୍ ଭଳି ଚକ୍ଷୁ ସେବା ଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛୁ । କ୍ଲିନିକାଲ୍ ଗବେଷଣାଠାରୁ ଆରମ୍ଭ କରି ଆମେ ଆମର ଗବଷେଣା କାର୍ଯ୍ୟକ୍ରମକୁ ମୌଳିକ ଗବେଷଣା ସ୍ତରକୁ ନେଇପାରିଛୁ । ଆଲ୍ଲାହାଦିନ ମିଶ୍ର ଜେବ୍ରା-ଫିସ୍ ରିସର୍ଚ ବ୍ୟବସ୍ଥା ଯୋଗ କରାଯିବା ଦ୍ୱାରା ଏହା ଆହୁରି ଆଗକୁ ବଢ଼ିବ । ଆମେ ଏହି ବର୍ଷଗୁଡ଼ିକରେ ୧୫୦୦ ସ୍ୱଚ୍ଛ ପଟଳ ସ୍ଥାପନ କରିଅଛୁ । ଆମେ ଆଗାମୀ ଦିନରେ ଏକ ଉକ୍ରର୍ଷ କେନ୍ଦ୍ର ହେବାକୁ ଉଦ୍ୟମ କରୁଛୁ ।’’

୨୦୧୭ ପାଇଁ କେନ୍ଦ୍ରର ଲକ୍ଷ୍ୟ:

ଜଗଦ୍ଧିଶ ଏମ୍ ଚନରାଇ ଯାହାଙ୍କ ବାପାଙ୍କ ନାମରେ ଏଲ୍ଭିପିଇଆଇ ଭୁବନେଶ୍ୱର ନାମିତ ହୋଇଛି, ସେ ଦୃଢ଼ ଭାବେ ବିଶ୍ୱାସ କରନ୍ତି ଯେ ଯଦି ଆପଣ କୌଣସି ପାର୍ଥକ୍ୟ ଆଣିବାକୁ ଚାହୁଁଛନ୍ତି ତେବେ ଆପଣ ଯାହା କରୁଛନ୍ତି ତାହା ଉପରେ ବିଶ୍ୱାସ କରିବାକୁ ପଡ଼ିବ ଓ ଉଦ୍ୟୋଗୀ, ଦାନୀ, ଡାକ୍ତର, ଏନ୍ଜିଓ ଓ ସରକାରଙ୍କ ସହିତ ସହଯୋଗ କରିବାକୁ ପଡ଼ିବ । “ଯତ୍ନ ଭିତିକ ପୁଞ୍ଜିବାଦ’ ନୀତି ଅନୁଯାୟୀ କଂପାନିରୁ ସୃଷ୍ଟି ହୋଇଥିବା ସଂପତିର ଏକ ଭାଗ କମୁ୍ୟନିଟିକୁ ପ୍ରଦାନ କରିବା ଦରକାର ଯେଉଁଠାରେ ସେମାନେ କାରବାର କରୁଛନ୍ତି । ଅନ୍ୟ ଅର୍ଥରେ କହିଲେ ଏହା ମିସନ୍ ଫର ଭିଜନ୍ (ଏମ୍ଏଫ୍ଭ) ଅର୍ଥାତ ଜାତୀୟତା, ସ୍ଥିତି ଓ ଧର୍ମ ଉଦ୍ଧ୍ୱର୍ ସମସ୍ତଙ୍କ ମଣିଷକୁ ଦୃଷ୍ଟିଶକ୍ତିର ଉପହାର ପ୍ରଦାନ କରିବା ଉଚିତ । ଏମ୍ଏଫ୍ଭି ଯେଉଁ ସଂସ୍କୃତି ସୃଷ୍ଟି କରିଛି ତାହା ଏହା ସହଯୋଗ କରିଥିବା ହସପିଟାଲ୍୍ଗୁଡ଼ିକର ସଫଳତା ପାଇଁ ମଧ୍ୟ ଉତ୍ସାହିତ କରୁଛି । ହୃଷ୍ଟିଶକ୍ତି ହରାଇଥିବା ଲୋକମାନଙ୍କର ଦୃଷ୍ଟିଶକ୍ତି ପୁନରୁଦ୍ଧାର ଦ୍ୱାରା ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ହେବା ସହିତ ସେମାନେ ନିଜକୁ ଓ ନିଜର ପରିବାରକୁ ଦାରିଦ୍ର୍ୟରୁ ଉର୍ଦ୍ଧରେ କରିପାରିବେ ।’’
ଭାରତର ୧୬ଟି ରାଜ୍ୟରେ ୨୩ଟି ହସ୍ପିଟାଲ୍ ସହିତ ଏମ୍ଭିଏଫ୍ର ପାର୍ଟନର୍ସିପ୍ ରହିଛି । ବର୍ଷକୁ ଏହା ଉପେକ୍ଷିତ ବର୍ଗର ୫,୦୦,୦୦୦ ଲୋକଙ୍କ ପାଖରେ ପହଂଚୁଛି ଓ ସେମାନଙ୍କ ମଧ୍ୟରୁ ୧,୮୦,୦୦୦ଙ୍କ ମାଗଣା ଅସ୍ତେ୍ରାପଚାର କରାଯାଉଛି । ଶ୍ରୀ ଚନରାଇ ନାଇଜେରିଆରେ ତୁଲସୀ ଚନରାଇ ଫାଉଣ୍ଡେସନ୍ ଚଲାଉଛନ୍ତି । ସେଠାରେ ତାହା ଏକ ଅଗ୍ରଣୀ ବିକାଶ ସଂଗଠନ ଯାହା ସୁରକ୍ଷିତ ପାନୀୟ ଜଳର ପ୍ରସାର କରୁଛି ଓ ଉପେକ୍ଷିତ ବର୍ଗର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ଏହା ନିୟୋଜିତ ରହିଛି ।

ଏଲ୍ଭିପିଇଆଇ ଆରମ୍ଭରୁ ତିନିଟି “ଇ’ ମୂଳତତ୍ୱକୁ ନେଇ କାମ କରୁଛି । ତାହା ହେଉଛି ସମାନତା, ଦକ୍ଷତା ଓ ଉକ୍ରଷର୍ତା । ସମାନତା ହେଉଛି ସମସ୍ତ ରୋଗୀଙ୍କୁ ସମାନ ଭାବେ ଉଚ୍ଚ ମାନର ସେବା ପ୍ରଦାନ କରାଯାଉଛି ଓ କୌଣସି ପ୍ରକାର ସାଲିସ କରାଯାଉନାହିଁ । ଉପଲବ୍ଧ ଶ୍ରେÂ ଉପକରଣ ଓ ପ୍ରଯୁକ୍ତି ଜରିଆରେ ଦକ୍ଷତା ହାସଲ ହୋଇପାରିଛି ଓ କ୍ଲିନିକାଲ୍ ପ୍ରାକ୍ଟିସ୍ ଜରିଆରେ ଗବେଷଣା କରାଯାଉଛି ଓ ଆବଶ୍ୟକତା ଅନୁସାରେ ନୀତିରେ ପରିବର୍ତନ କରାଯାଉଛି । ଉକ୍ରର୍ଷ ହେଉଛି ଏକ ବର୍ଦ୍ଧିତ ଲକ୍ଷ୍ୟ ଯାହା ହାସଲ କରିବାକୁ ଏଲ୍ଭିପିଇଆଇ ଚେଷ୍ଟା କରୁଛି ।

ଏଲ୍ଭିପିଇଆଇର ପିରାମିଡ୍ ଭଳି ଚକ୍ଷୁ ସେବା ନେଟୱର୍କରେ ବର୍ତମାନ ରହିଛି ହାଇଦ୍ରାବାଦରେ ଏକ ଉକ୍ରର୍ଷ କେନ୍ଦ୍ର, ଭୁବନେଶ୍ୱର, ବିଶାଖାପାଟଣା ଓ ବିଜୟୱାଡାରେ ତିନିଟି ତୃତୀୟକ କେନ୍ଦ୍ର, ୧୬ ମାଧ୍ୟମିକ କେନ୍ଦ୍ର ଓ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଓ କର୍ଣ୍ଣାଟକର ଦୁର୍ଗ ଅଂଚଳରେ ରହିଛି ୧୪୪ଟି ଭିଜନ୍ ସେଂଟର ।

Share in top social networks!