ମୁକ୍ତେଶ୍ବର ଉତ୍ସବର ଶେଷ ସଂଧ୍ୟାରେ ଓଡ଼ିଶୀ ରସରେ ଦର୍ଶକ ବିମୁଗ୍ଧ

mukteswarfestଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ ମୁକ୍ତେଶ୍ବର ଉତ୍ସବର ଉଦ୍ ଯାପନୀ ସଂଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଓ ସାଥୀଙ୍କ ଦ୍ବାରା ଶିବ ବନ୍ଦନାରୁ ଯାହାର ରଚନା କରିଥିଲେ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ଯେଉଁଥିରେ ଓଡ଼ିଶାର ଖ୍ୟାତନାମା ଶିଳ୍ପୀ ଅଂଶଗ୍ରହଣ କରିଥିଲେ । ପରେ ପରେ ଏକକ ଓଡ଼ିଶୀ ନୃତ୍ୟ ପର୍ଯ୍ୟାୟରେ ସାସ୍ବତୀ ଗୋରାଇ ଘୋଷଙ୍କ ଦ୍ବାରା ପରିବେଶିତ ନୃତ୍ୟାଭିନୟ ମୁର୍ଚ୍ଛନା । ଓଡ଼ିଶୀ ନୃତ୍ୟରେ ମୃଦଙ୍ଗର ଉତ୍ପତୀ ଏବଂ ପରିବର୍ତ୍ତନ ସମୟରେ ତାହାର ତାଳ, ଛନ୍ଦ ଓ ମୁର୍ଚ୍ଛନାକୁ ସେ ତାଙ୍କର ନୃତ୍ୟ ମାଧ୍ୟମରେ ଶାସ୍ବତ ଭାବର ପରିପ୍ରକାଶ କରିଥିଲେ ଯାହର ପରିକଳ୍ପନା ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ସର୍ମିଲା ବିଶ୍ବାସ । ତାପରେ ଓଡ଼ିଶୀ ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ଶୁଭଲକ୍ଷ୍ମୀ ପାଢୀ ଓ ଆରତୀ କରଙ୍କ ଦ୍ବାରା ବକୁଳଭରଣ ପଲ୍ଲବୀ ପରିବେଷତ ହୋଇଥିଲା ଯାହା ରାଗ-ବକୁଳଭରଣ ଓ ତାଳ଼ଏକତାଳୀ ଉପରେ ପର୍ଯ୍ୟବେସିତ ଥିଲା । ତାଙ୍କର ପରବର୍ତ୍ତୀ ପ୍ରସ୍ତୁତି ଥିଲା ରାଧା ଓ ମୀରାଙ୍କ ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରେମ, ଅନୁରାଗ, ବିରହ ଉପରେ ଆଧାରିତ ଅଭିନୟ ରାଗ ଅନୁରାଗ ଯାହା ରାଗ ରାଗମାଳିକା ଓ ତାଳ ତାଳମାଳିକା ଉପରେ ଆଧାରିତ ଥିଲା । ଯାହର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଶୁକାନ୍ତ କୁମାର କୁଣ୍ଡୁ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ପ୍ରଭାତ କୁମାର ସ୍ବାଇଁ । ଅନ୍ତିମ ସଂଧ୍ୟାର ଅନ୍ତିମ ପ୍ରସ୍ତୁତି ଥିଲା ନୃତ୍ୟାଙ୍ଗନା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ଦଳଗତ ଓଡ଼ିଶୀ ନୃତ୍ୟ । ପ୍ରଥମେ ନୃତ୍ୟ ଶିଳ୍ପୀମାନେ ନଟରାଜଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରି ରାଗ ବଜ୍ରକାନ୍ତିରେ ପଲ୍ଲବୀ ପରିବେଷଣ କରିଥିଲେ । ପରେ ପରେ ରାଧା କୃଷ୍ଣଙ୍କର ଦିବ୍ୟ ପ୍ରେମର ପରିପ୍ରକାଶ ସହିତ ପାରମ୍ପାରିକ ଚମ୍ପୁ ଓ ଗୀତଗୋବିନ୍ଦ ପରିବେଷଣ କରିଥିଲେ ।

ଆଜିର ଅନ୍ତିମ ସଂନ୍ଧ୍ୟାରେ ପ୍ରଦୀପ ପ୍ରଜ୍ବୋଳନପୂର୍ବକ ଅତିଥି ଭାବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ସର୍ମିଲା ବିଶ୍ବାସ, କାମାତ ଗୃପର ମୁଖ୍ୟ ବିଶାଲ କାମାତ, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଆରତୀ ଆହୁଜା ଏବଂ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିତୀନ ଭାନୁଦାସ ଜାୱଲେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଇଂ ଶ୍ରୀନୀବାସ ଘଟୁଆରୀ ଓ ସଂହତି ପାଣି ।

Share in top social networks!