ଶକ୍ତି ସଂରକ୍ଷଣର ବାର୍ତ୍ତା ବିଶେଷ ଭାବରେ ପ୍ରସାରିତ ହେବା ଦରକାର ରାଜ୍ୟପାଳ

jamirrପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଆନୁକୂଲ୍ୟରେ ସଂରକ୍ଷଣ କ୍ଷମତା ମହୋସôବ ଆୟୋଜିତ ହେଉଛି । ଏକମାସ
ବ୍ୟାପୀ ଏହି କାର୍ଯ୍ୟକ୍ରମରେ ପେଟ୍ରୋଲ୍ ଓ ଗ୍ୟାସ୍ର ସଂରକ୍ଷଣ ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଛି । ଆଜି ଜୟଦେବ
ଭବନଠାରେ ଏହାର ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ଡ଼. ଏସ୍.ସି. ଜମିର୍ ।

ସଚେତନତା ଅଭିଯାନକୁ ଶୁଭାରମ୍ଭ କରି ରାଜ୍ୟପାଳ କହିଲେ ଯେ ସଂପ୍ରତି ପେଟୋଲିଅମ୍ ସାମଗ୍ରୀର ବ୍ୟବହାର ଏକ ଦେଶର
ସମୃଦ୍ଧିର ପ୍ରମୁଖ ମାନକ ହୋଇଛି । ଅନ୍ୟ ଅଣପାରଂପରିକ ଶକ୍ତି ଉସôର ଆବିଷ୍କାର ସତ୍ତେ୍ୱ ବି ପେଟ୍ରୋଲିଅମ୍ କେବଳ ଭାରତରେ ନୁହେଁ;
ସମଗ୍ର ପୃଥିବୀରେ ପ୍ରମୁଖ ଶକ୍ତି ଉସô ଭାବରେ ବ୍ୟବହୃତ ହେଉଛି । ଏହି ଉସôର ବ୍ୟବହାର ଶୃଙ୍ଖଳିତ ହେବା ଦରକାର । ପେଟ୍ରୋଲିଅମ୍
ଜାଳେଣିରେ ହାଇଡେ଼୍ରାକାର୍ବନ ରହିଛି ଏବଂ ଏଥିରୁ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥାଏ । ଏହି ଗ୍ୟାସ୍ ସାଧାରଣ ଜୀବନ ଓ ପରିବେଶକୁ
ପ୍ରଭାବିତ କରିବା ସହ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ହୋଇଛି । ଏହି ଜାଳେଣିର ବ୍ୟବହାରରେ ଯଥେଷ୍ଟ ସତର୍କତା ଅବଲମ୍ବନ
କରିବା ସହିତ ବିକଳ୍ପ ଶକ୍ତି ଉସô ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ଯାହା କି ବାୟୁ ପ୍ରଦୂଷଣକୁ କମ୍ କରିପାରିବ ।
କୌଣସି ଅର୍ଥନୀତି କୋଇଲା, ପେଟ୍ରୋଲିଅମ୍, ବିଦ୍ୟୁତ୍ ଓ କାଠର ବ୍ୟବହାର ବିନା ତିÂି ପାରିବ ନାହିଁ । ଶିଳ୍ପ ମଧ୍ୟ ଏହା
ଉପରେ ନିର୍ଭରଶୀଳ । ଏହା କ୍ରମାଗତ କ୍ଷୟ ହେବାରେ ଲାଗିଛି; ଯାହା ଚିନ୍ତାର କାରଣ ହୋଇଛି । ଏହି ଶକ୍ତି ଉସôର ଉପôାଦନ କମିବାରେ
ଲାଗିଛି । ଏହି ପରିପ୍ରେକ୍ଷୀରେ ବିକଳ୍ପ ଶକ୍ତି ଉସôର ଉପଯୋଗ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି ।
ଶିଳ୍ପାୟନ ଓ ଜନସଂଖ୍ୟା ବୃଦ୍ଧିକୁ ଶକ୍ତି ଦାରିଦ୍ର୍ୟର ପ୍ରମୁଖ କାରଣ ଭାବରେ ଅଭିହିତ କରି ରାଜ୍ୟପାଳ କହିଲେ ଯେ ଆମର
ଯଥେଷ୍ଟ ତୈଳ ଓ ଗ୍ୟାସ୍ ସଂଭାର ନାହିଁ । ଏଣୁ ବିକଳ୍ପ ଶକ୍ତି ହିଁ ଆଜିର ମୁଖ୍ୟ ପ୍ରସଂଗ । ଆଣବିକ ଶକ୍ତି ସହ ସୌର ଶକ୍ତି ଓ ପବନ ଶକ୍ତିର
ବିଶେଷ ଉପଯୋଗ ହେବା ଦରକାର । ଏହା ସହିତ ପେଟ୍ରୋଲିଅମ୍ ଓ ଗ୍ୟାସ୍ର ବ୍ୟବହାକୁ ମଧ୍ୟ ଶକ୍ତିସକ୍ଷମ କରିବା ଦରକାର ।
ଶକ୍ତି ସଂରକ୍ଷଣର ବାର୍ତ୍ତା ବିଶେଷ ଭାବରେ ପ୍ରସାରିତ ହେବା ଦରକାର । ଏହାକୁ ଏକ ସାମାଜିକ ଦାୟିତ୍ୱ ଭାବରେ ବର୍ଣ୍ଣନା
କରି ରାଜ୍ୟପାଳ ଯୁବ ସମାଜ ଓ ଛାତ୍ର ସମାଜ ମଧ୍ୟରେ ସଚେତନତା ସୃଷ୍ଟି ଉପରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି
ସଚେତନତା କାର୍ଯ୍ୟକ୍ରମ ନିୟମିତ ବ୍ୟବଧାନରେ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ଭି.କେ. ଭଟ୍ଟାଚାର୍ଯ୍ୟ, ପି.କେ. ରାୟଚୋ÷ଧୁରୀ, ସୁସ୍ମିତ ଦାସ, ଏ. ପାତ୍ର ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ
କରିଥିଲେ । ରାଜ୍ୟପାଳ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଏକ ୱାକାଥନକୁ ଶୁଭାରମ୍ଭ କରିବା ସହ ଶକ୍ତି ସଂରକ୍ଷଣ ଶପଥ ଫ୍ଲେକ୍କ୍ରେ ଦସ୍ତଖତ
କରିଥିଲେ ।
ରକ୍ଷ

Share in top social networks!