ଡାକ୍ତରଖାନା ନିର୍ମାଣ ଡିଜାଇନ୍ ସଂପର୍କିତ ରାଜ୍ୟସ୍ତରୀୟ କର୍ମଶାଳା

healthଡାକ୍ତରଖାନା ନିର୍ମାଣ ଡିଜାଇନ୍ ସଂପର୍କରେ ଜାତାୟ ସ୍ୱାସ୍ଥ୍ୟ ମିଶନ ଏବଂ ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ସାଧନକେନ୍ଦ୍ର ମିଳିତ ସହଯୋଗରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଏହି କର୍ମଶାଳାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା ଆନୁÂାନିକ ଭାବେ ଉଦ୍ଘାଟନକରି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରାଯିବା ଉପରେ ଗୁରୁତ୍ୱ ଆରୋପ କରି ନିୟମିତ ତଥ୍ୟ ଆଦାନ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ବର୍ତମାନ ନିର୍ମାଣ କରାଯାଉଥିବା ୧୦୦ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଡାକ୍ତରଖାନା , ଡାକ୍ତରଖାନା ଗୁଡିକର ଓ.ଟି , ପ୍ରସୂତୀଗୃହ , ଆଇ.ସି.ୟୁ ଆଦିକୁ ଅନୁମୋଦିତ ନିର୍ଦ୍ଧିଷ୍ଟ ନକ୍ସା ଅନୁଯାୟୀ ନିର୍ମାଣ କରାଯିବା ଆବଶ୍ୟକ ବୋଲି କହିଥିଲେ ।
ଡାଃ ମେହେର୍ଦ୍ଧା କହିଥିଲେ କି ଓଡିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁତ କିଛି କରାଯାଇଛି । ହେଲେ ଆହୁରି ଅନେକ କିଛି କରାଯିବାର ଅଛି । ମାତୃ ଓ ଶିଶୁ ମୃତ୍ୟୁହାର ଦୃତ ହ୍ରାସ ପାଉଥିଲେ ମଧ୍ୟ ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରି ବଜାୟ ରଖିବାକୁ ପଡିବ । ଆମର ଡାକ୍ତରୀ ଶିକ୍ଷା ଦେଶର ଅନ୍ୟତମ ଶ୍ରେÂ ଶିକ୍ଷା ବ୍ୟବସ୍ଥା ବୋଲି ପରିଚିତ । ତେବେ ଆଗମୀ ଦିନରେ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ଅଧିକ ଉନ୍ନତ ଓ କ୍ରିୟାଶିଳ କରିବାକୁ ପଡିବ । ଆୟୋଜିତ ନିର୍ମାଣ ସଂପର୍କିତ କର୍ମଶାଳା ଏ ଦିଗରେ ସହାୟକ ହୋଇପାରିବ ବୋଲି ଡାଃ ମେହେର୍ଦ୍ଧା ଆଶାବ୍ୟକ୍ତ କରିଥିଲେ ।
ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ସାଧନକେନ୍ଦ୍ରର ଡାଃ ହିମାଂଶୁ ଭୁଷଣ ଏହି କର୍ମଶାଳାର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ଉପରେ ଆଲୋକପାତ କରି ଦେଶରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ , ମୃତ୍ୟୁହାର ଆଦି ସଂପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଯାଇ ରୋଗୀଙ୍କୁ ଉତମ ସ୍ୱାସ୍ଥ୍ୟସେବା ସୁବିଧାରେ ଉପଲବ୍ଧ କରାଇବା ନିମନ୍ତେ ଡାକ୍ତରଖାନା ନିର୍ମାଣ ଡିଜାଇନ୍ ପ୍ରସ୍ତୁତ କରାଯାଉଛି ଏବଂ ଏ ନେଇ ବିଭିନ୍ନ ରାଜ୍ୟରେ କର୍ମଶାଳା କରାଯାଇ ସେ ଉପରେ ଆଲୋଚନା କରାଯାଉଥିବା ସେ କହିଥିଲେ ।
ଜାତୀୟ ସ୍ୱାସ୍ଥ୍ୟ ମିଶନ କମିଶନର ତଥା ଏମ୍.ଡି ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରି ଓଡିଶାରେ ସ୍ୱାସ୍ଥ୍ୟ ଭିତିଭୂମିର ବିକାଶ , ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଆଦି ସଂପର୍କରେ ଆଲୋକପାତ କରି ସ୍ୱାସ୍ଥ୍ୟ ଭିତିଭୂମି ବିକାଶ ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯିବା ଦିଗରେ ଆୟୋଜିତ ହୋଇଥିବା କର୍ମଶାଳାର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ଆଇ.ଏମ୍.ଏସ୍ ଭୁବନେଶ୍ୱରର ଡାଃ ପୁଷ୍ପଲତା , ଡାଃ ବିଜୟିନୀ ବେହେରା , ଏ.ଆଇ.ଆଇ.ଏମ୍.ଏସ୍ ଦିଲ୍ଲୀର ଡାଃ କନିକା ଜେନ୍ , ଦିଲ୍ଲୀ ଜିଓହାଜାର୍ଡସ୍ ସୋସାଇଟିର ସାଉଥ ଏସିଆ ସଂଯୋଜକ ଡାଃ ହରି କୁମାର , ମୁମ୍ବାଇ ହସ୍ପିହେଲ୍ଥ ପରିଚାଳନା ନିଦେ୍ର୍ଧଶକ ଡାଃ ବିନୟ କୋଠାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ କୌଳାଶ ଚନ୍ଦ୍ର ଦାଶ , ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାଃ ବି.ମିଶ୍ରଙ୍କ ସମେତ ଜାତାୟ ସ୍ୱାସ୍ଥ୍ୟ ମିଶନ ଏବଂ ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ସାଧନକେନ୍ଦ୍ରର ବହୁ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!