ମୃତୁ୍ ପ୍ରମାଣପତ୍ର ବିନା ଡାକ୍ତରଖାନାରୁ ଶବ ନିଆଯାଇପାରିବନାହିଁ

ମୃତୁ୍ ପ୍ରମାଣପତ୍ର ବିନା କୌଣସି ମର ଶରୀରକୁ ଡାକ୍ତରଖାନା ପରିସରରୁ ବାହାରକୁ ନିଆଯାଇପାରିବନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା ନିଦେ୍ର୍ଧଶ ଦେଇଛନ୍ତି । ଜିଲ୍ଲାସ୍ତରରେ ହ୍ୱାଟ୍ସଆପ ଗ୍ରୁପ କରି ସମସ୍ତ ତଥ୍ୟ ବିନିମୟ କରିବାକୁ ସେ କହିଛନ୍ତି । କୌଣସି ଡାକ୍ତରଖାନାରେ ଯେତେବେଳେ ଜଣେ ରୋଗୀ ମୃତୁ୍ୟବରଣ କରୁଛନ୍ତି ଅଥବା ମୃତ ଅବସ୍ଥାରେ ପହଞ୍ଚୁଛନ୍ତି ସେତେବେଳେ ସଂପୃକ୍ତ ହସ୍ପିଟାଲର ମେଡିକାଲ ଅଫିସର ସେହି ରୋଗୀଙ୍କ ସମ୍ପର୍କୀୟଙ୍କୁ ଶବ କିଭଳି ନିଆଯିବ ସେ ବିଷୟରେ ଜଣାଇବେ । ଶବ ପରିବହନ ଲାଗି ରହିଥିବା ପାଣ୍ଠି ସମ୍ପର୍କରେ ଅବଗତ କରିବେ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ସେମାନେ ଏହି ସୂଚନା ପାଇଥିବା ନେଇ ସ୍ୱୀକାରୋକ୍ତି ରଖିବେ । ଯଦି ରୋଗୀଙ୍କ ସମ୍ପର୍କୀୟ ନିଜ ବ୍ୟବସ୍ଥାରେ ମର ଶରୀରକୁ ନେବାକୁ ଚାହିଁବେ ତେବେ ଏନେଇ ଏକ ସମ୍ମତି ପତ୍ର ସେମାନଙ୍କ ଠାରୁ ରଖାଯିବ । ନଚେତ ସରକାରୀ ବ୍ୟବସ୍ଥାରେ ଶବ ନିଆଯିବାର ବନେ୍ଦାବସ୍ତ ସମ୍ପୃକ୍ତ ମେଡିକାଲ ଅଫିସର କରିବାକୁ ସ୍ୱାସ୍ଥ୍ୟ ସଚିବ ନିଦେ୍ର୍ଧଶ ଦେଇଛନ୍ତି ।

କଳାହାଣ୍ଡିରେ ଦାନ ମାଝୀ ତାର ସ୍ତ୍ରୀ’ର ଶବ କାନ୍ଧରେ ବୋହିବା ଘଟଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଶବ ବୁହା ଘଟଣା ଘଟୁଥିବାବେଳେ ନିକଟରେ ଯାଜପୁର ଜିଲ୍ଲାର ରସୁଲପୁରଠାରେ ଜଣେ ମହିଳାଙ୍କ ମର ଶରୀରକୁ ତାଙ୍କ ପୁଅମାନେ କାନ୍ଧରେ ବୋହିନେବା ଘଟଣାକୁ ନେଇ ସ୍ୱାସ୍ଥ୍ୟ ସଚିବ ଏହି ନିଦେ୍ର୍ଧଶ ଦେଇଛନ୍ତି । ଦାନ ମାଝୀ ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିଦେ୍ର୍ଧଶାବଳୀ ବା ମାର୍ଗଦର୍ଶିକା ଜାରି କରାଯାଇଥିଲା ।ରସୁଲପୁର ଘଟଣା ପରେ ସ୍ୱାସ୍ଥ୍ୟ ସଚିବ ଦେଇଥିବା ନିଦେ୍ର୍ଧଶ ଅନୁଯାୟୀ ଏବେ ବିଡିଓ, ତହସିଲଦାର, ଜିଲ୍ଲାର ସମସ୍ତ ମେଡିକାଲ ଅଫିସର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) , ସବଡିଭିଜନ ମୁଖ୍ୟ ଚିକିତ୍ସା ଅଧିକାରୀ (ଏସଡିଏମଓ) ପ୍ରମୁଖଙ୍କୁ ନେଇ ହ୍ୱାଟ୍ସଆପ ଗ୍ରୁପ ରହିବ । ଏଥିରେ ହସ୍ପିଟାଲର ସମସ୍ତ ରୋଗୀ ମୃତୁ୍ୟ ତଥ୍ୟ ଏବଂ ଶବ ନେବା ସମ୍ପର୍କିତ ବ୍ୟବସ୍ଥା ନେଇ ସୂଚନା ଆଦାନ ପ୍ରଦାନ କରାଯିବ ।

Share in top social networks!