ଆଇ.ଏମ୍. ଏସ୍.ରେ ଜାତୀୟ ଯୁବ ଦିବସ ପାଳିତ

imsସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିବସ ଅବସରରେ ଆଜି ଇନିଷ୍ଟିଚୁ୍ୟଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇ.ଏମ୍.ଏସ୍.)ଠାରେ
ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି । ଏହି ପରିପେକ୍ଷୀରେ “ଯୁବଗୋÂି ଏବଂ ଗଣତନ୍ତ୍ର” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁÂିତ ହୋଇଥିଲା ।
ଭୁବନେଶ୍ୱର ସ୍ଥିତ ଆର୍ଯ୍ୟସମାଜର ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିବେକାନନ୍ଦଙ୍କ କେତେକ ବାଣୀ ବିଶ୍ଳେଷଣ
କରିବା ସହିତ ଯୁବକ ମାନଙ୍କୁ ସେମାନଙ୍କ ନିଜ ସ୍ୱାର୍ଥଠାରୁ ଦୁରେଇ ରହି ସମୂହ ବିକାଶ କଥା ଚିନ୍ତା କରିବା ପାଇଁ ଅହ୍ୱାନ କରିଥିଲେ । ଆମ ଭାରତ ବର୍ଷ
ହେଉଛି ସଂସ୍କାରର ଉପôତିସ୍ଥଳ । କିନ୍ତୁ ଯୁବଗୋÂୀ ପାଖରେ ଆଜି ଏହାର ବ୍ୟତିକ୍ରମ ଘଟୁଛି । ଦିନେ ସ୍ୱାମୀଜୀ କହୁଥିଲେ ଯେ କେବଳ ଯୁବସମାଜ
ଦ୍ୱାରା ହିଁ ଦେଶର ବିକାଶ ସମ୍ଭବ ବୋଲି । ତେଣୁ ପ୍ରତେକ ଯୁବକ ଯୁବାତୀ ସଜାଗ ହେବା ଦରକାର ଏବଂ ଦେଶର ବିକାଶ ପାଇଁ ଦୃଢ ସଂକଳ୍ପ ନେବା
ବାଂଛନୀୟ ।
ଅନ୍ୟତମ ଅତିଥି ଭାବରେ ରଇଟ୍ ଟୁ ଇନ୍ଫର୍ମେସନ୍ ଆକ୍ଟିଭିଷ୍ଟ ନିଶିକାନ୍ତ ମହାପାତ୍ର, ଯୁବ ବ୍ୟାପାରର ମ୍ୟାନେଜମେଣ୍ଟ ଏବଂ ଏନଫୋର୍ସମେଣ୍ଟ
ଅଫିସର ରଶ୍ମିରଂଜନ ମହାପାତ୍ର ମଧ୍ୟ ଉକ୍ତ ଆଲୋଚନାଚକ୍ରରେ ଯୋଗଦେଇ ଛାତ୍ରମାନଙ୍କ ଉଦେ୍ଧଶ୍ୟରେ ସେମାନଙ୍କର ବ୍ୟକ୍ତବ୍ୟ ଉପସ୍ଥାପନା
କରିଥିଲେ । ଇନିଷ୍ଟିଚୁ୍ୟଟ୍ର ନିଦେ୍ର୍ଧଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ଦେବା ସହିତ ଉକ୍ତ ଅଲୋଚନାଚକ୍ରକୁ ପରିଚାଳନା କରିଥିଲେ ଏବଂ
ଶେଷରେ ଅଧ୍ୟାପିକା ଡଃ ଗାୟତ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ଅନୁÂାନର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା
ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Share in top social networks!