ସିବିଆଇ ରେଡ୍ ଧର୍ମକୁ ଆଖିଠାର ଭଳି ନହେଉ – ପ୍ରସାଦ

ଦୁଇବର୍ଷ ଦୁଇମାସ ଅତିକ୍ରାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସହାୟକ ସରୋଜ ସାହୁଙ୍କ ଘର ଉପରେ ସିବିଆଇ ରେଡ୍ ହୋଇଛି । ଗତ ଦୁଇବର୍ଷ ଧରି ବିଜେପି ବିଜେଡି ମଧ୍ୟରେ ଯେଉଁ ମଧୁଚନ୍ଦି୍ରକା ଦେଖା ଦେଇଛି ଏଭଳି ରେଡ୍ କରାଯିବା ଉପରେ ସନେ୍ଦହ ରହିଛି । ସେତେବେଳେ ସରୋଜଙ୍କୁ ପଚରାଉଚୁରା କରିବା ସହିତ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ମଧ୍ୟ ଅନେକ ଥର ପଚରା ଉଚୁରା କରିଛନ୍ତି । ସବୁ ସତ୍ୟ ଓ ତଥ୍ୟ ଥାଇ ମଧ୍ୟ ସିବିଆଇ କ’ଣ ପାଇଁ ତାଙ୍କୁ ଗିରଫ କରିନାହିଁ? ତୃଣମୂଳ କଂଗ୍ରେସର ଦୁଇଜଣ ସାଂସଦଙ୍କୁ ରୋଜଭ୍ୟାଲି ମାମଲାରେ ସିବିଆଇ ଗିରଫ କଲାପରେ ଏହା ରାଜନୈତିକ ଆକ୍ରୋଶ ରଖି କରାଯାଉଛି ବୋଲି ବିଜେପି ବିରୁଦ୍ଧରେ ଅଭିଯୋଗ ଓ ବିକ୍ଷୋଭ ହୋଇଥିଲା ।

ବିଜେପିର ହାତବାରିସୀ ଭାବେ ସିବିଆଇ କାମ କରୁଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଉପରୁ ନଜର ହଟାଇବା ପାଇଁ ସିବିଆଇ ଚିଟ୍ଫଣ୍ଡ ଘୋଟାଲାରେ ସଂପୃକ୍ତ ଥିବା ବିଜେଡି ନେତାଙ୍କ ଘର ଉପରେ ଚଢାଉ କରିଥିବା ଚର୍ଚ୍ଚା ହେଉଛି । ତେବେ କୌଣସି ଚାପର ବଶବର୍ତ୍ତୀ ନହୋଇ ସିବିଆଇ ଠିକଣା ଭାବରେ କାମ କଲେ ବିଜେଡିର ବହୁ ତୁଙ୍ଗ ନେତା ଝାରପଡା ଜେଲ୍ରେ ରହିବେ । କିନ୍ତୁ ଏଠି ବିଜେପି ବିଜେଡି ମଧ୍ୟରେ ଯେଉଁ ସଂପର୍କ ଅଛି, ଏହି ଚଢାଉ ପରେ ଆଗକୁ ସିବିଆଇ କିଭଳି ପଦକ୍ଷେପ ରହିବ ତାହା ଅପେକ୍ଷା କରିବାକୁ ହେବ । ଚିଟ୍ଫଣ୍ଡ ସଂସ୍ଥା ସହିତ ବିଜେଡି ଓତୋପ୍ରୋତ ଭାବେ ଜଡିତ ରହିଛି । ଏହି ଚଢ଼ାଉ କେବଳ ସରୋଜ ସାହୁଙ୍କ ଘର ଉପରେ ସୀମିତ ନରହି ନବୀନ ନିବାସ ପର୍ଯ୍ୟନ୍ତ ଗଲେ ଧିମେଇ ଯାଇଥିବା ସିବିଆଇ ସକ୍ରୀୟ ଅଛି ବୋଲି ବିବେଚନା କରାଯିବ । ସରୋଜ ସାହୁ କିଏ? ସରୋଜ ସାହୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କର ସ୍ୱୀକୃତୀପ୍ରାପ୍ତ ସ୍ୱାକ୍ଷରକାରୀ । ଇତିମଧ୍ୟରେ ଦୁଇବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଛି । ଏହି ସମୟ ଭିତରେ ତଥ୍ୟ ପ୍ରମାଣ ନଷ୍ଟ କରିବାର ସୁଯୋଗ ଦିଆଯାଇଛି । ସରୋଜ ସାହୁଙ୍କୁ ଜେରା କରିବା ଅର୍ଥ ସିବିଆଇ ହାତରେ କିଛି ପ୍ରମାଣ ରହିଛି । ସରୋଜ ସାହୁ ନିଜ ପାଇଁ ନୁହେଁ, ଯଦି କିଛି ଅର୍ଥ ଆଣିଥାନ୍ତି, ତେବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଣିଥିବେ । ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିବା ଆବଶ୍ୟକ ।

ରାଜ୍ୟର ବିଜେଡି ସରକାର ଚିଟ୍ଫଣ୍ଡ ସଂସ୍ଥାମାନଙ୍କ ସହ (ଗଙଟ) ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଚିଟ୍ଫଣ୍ଡ ସଂସ୍ଥାକୁ ପ୍ରୋତ୍ସାହନ ଦେବା ନିମନ୍ତେ ସେମାନଙ୍କ ସଭା ସମିତିରେ ଶାସକ ଦଳର ମନ୍ତ୍ରୀ ଠାରୁ ନେତା ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିଛନ୍ତି । ଯଦି ତୃଣମୂଳ କଂଗ୍ରେସର ସାଂସଦ ତାପସ ପାଲ୍, ସୁଦୀପ୍ ବନେ୍ଦାପଧ୍ୟାୟଙ୍କୁ ରୋଜଭ୍ୟାଲି ସଂସ୍ଥାକୁ ପ୍ରମୋଟ୍ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି, ତେବେ ବିଜେଡି ନେତା, ମନ୍ତ୍ରୀ, ବିଧାୟକମାନଙ୍କୁ ସିବିଆଇ ଗିରଫ କରୁନାହିଁ କାହିଁକି । ଧର୍ମକୁ ଆଖିଠାର ଭଳି ରେଡ୍ ନକରି ଆନ୍ତରିକତା ଅଭାବେ ନିରପେକ୍ଷ ତଦନ୍ତ କରି ଯେଉଁଦିନ ସଂପୃକ୍ତ ବିଧାୟକ, ମନ୍ତ୍ରୀ, ସାଂସଦଙ୍କୁ ଜେଲ୍ ପଠାଇବ ତେବେ ସିବିଆଇର କାର୍ଯ୍ୟଶୈଳୀ ସଠିକ୍ ଭାବେ ଚାଲିଛି ବୋଲି ବିବେଚନା କରାଯିବ ।

Share in top social networks!