ରାଜନୈତିକ ଅଭିସନ୍ଧି ରଖି ସିବିଆଇକୁ ବ୍ୟବହାର କରିବା ହାସ୍ୟାସ୍ପଦ: ବିଜୁ ଯୁବ, ଛାତ୍ର ବିଜେଡି

ରାଜନୈତିକ ଅଭିସନ୍ଧି ରଖି ସିବିଆଇକୁ ଆୟୁଧ ଭାବରେ କେନ୍ଦ୍ର ବିଜେପି ସରକାର ବ୍ୟବହାର କରୁଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ସିବିଆଇ ଏକ ସ୍ୱାଧୀନ ସଂସ୍ଥା ଭାବରେ ସାମ୍ବିଧାନିକ ସ୍ୱୀକୃତି ପାଇଥିଲେ ମଧ୍ୟ କେନ୍ଦ୍ର ଏନ୍‍ଡିଏ ସରକାର ଏହାକୁ ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ବ୍ୟବହାର କରୁଛି । ଏହା ନିଶ୍ଚିତ ରୂପେ ସାମ୍ବିଧାନିକ ବିଧିବ୍ୟବସ୍ଥାର ଉଲ୍ଲଂଘନ । ଅବଶ୍ୟ ଏହି ଉଲ୍ଲଂଘନ ଅତୀତରେ ମଧ୍ୟ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର କରୁଥିଲା ।

ଅତୀତରେ ସୁପ୍ରିମକୋର୍ଟ ସିବିଆଇ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ସହିତ ସିବିଆଇକୁ ପିଞ୍ଜରାବଦ୍ଧ ଶୁଆ ଭାବେ ଅଭିହିତ କରିଥିଲେ । ସଂପ୍ରତି
ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ଗ୍ରାମାଞ୍ଚଳରେ ବିପୁଳ ଜନସମର୍ଥନ ପାଇବାର ସୂଚନା ମିଳିଲାଣି । ପୂର୍ବର ପଞ୍ଚାୟତ ନିର୍ବାଚନ ଫଳାଫଳ ଠାରୁ ଆହୁରି ଅଧିକ ସଫଳତା ହାସଲ କରିବାକୁ ଯାଉଥିବାରୁ ବିଜେପି ହତାଶ ହୋଇ ଜନମତକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା କରୁଛି ଏବଂ ଏହି କାର୍ଯ୍ୟରେ ସିବିଆଇକୁ ଶେଷ ଅସ୍ତ୍ର ଭାବେ ପ୍ରୟୋଗ କରିବା କେବଳ ଆଇନ୍‍ର ଉଲ୍ଲଂଘନ ନୁହେଁ ବରଂ ନିମ୍ନମାନର ରାଜନୈତିକ ପରିଚାୟକ । ନବୀନ ପଟ୍ଟନାୟକଙ୍କ ଉପରେ ସାଢେ଼ ୪ କୋଟି ଓଡ଼ିଆଙ୍କର ଯଥେଷ୍ଟ ବିଶ୍ୱାସ ଓ ଭରସା ରହିଛି । ଗତ ୧୭ବର୍ଷ ଧରି ସରକାରଙ୍କ ବିକାଶମୂଳକ
କାର୍ଯ୍ୟକ୍ରମରେ ଲୋକମାନେ ସାମିଲ ହେବା ସହିତ ଦଳ ଓ ସରକାରଙ୍କୁ ସମର୍ଥନ ଦେଇ ଆସୁଛନ୍ତି ।

ଏଭଳି ସ୍ଥିତିରେ ବିଜେପି ସିବିଆଇକୁ ଲଗାଇ ରାଜନୀତି କରିବାକୁ ଓଡ଼ିଶାବାସୀ ଆଦୌ ବରଦାସ୍ତ କରିବେ ନାହିଁ । ପୋଲାଭରମ୍‍ ଓ ମହାନଦୀ ପ୍ରସଂଗରେ ଏନ୍‍ଡିଏ
ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବରେ ଓଡ଼ିଶାବାସୀ ଅତିÂ । ବିମୁଦ୍ରାକରଣର ପରିଚାଳନାରେ ଅସଫଳତା ପାଇଁ ସାଧାରଣ ଲୋକେ ହନ୍ତସନ୍ତ ହୋଇଛନ୍ତି । ସିବିଆଇକୁ ମାଧ୍ୟମ କରି ବିଜେପି ଯେଉଁ ରାଜନୈତିକ ସିଡ଼ି ଚଢ଼ିବାକୁ ଅପଚେଷ୍ଟା କରୁଛି ତାହା ଆଦୌ ଫଳପ୍ରଦ ହେବନାହିଁ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ବିଜେପିକୁ ମୁହଁତୋଡ଼ ଜବାବ ଦେବେ ବୋଲି ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ସଂଜୟ କୁମାର ଦାସବର୍ମା କହିଛନ୍ତି । ସିବିଆଇର ଏଭଳି କାର୍ଯ୍ୟକ୍ରମକୁ ବିରୋଧ କରି ଆଜି ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଦାସବର୍ମା ଓ ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ
ସମେତ ରାଜ୍ୟବ୍ୟାପୀ ସଦର ମହକୁମାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ
ବିଜୁ ଯୁବ, ଛାତ୍ର ଜନତା ଦଳର ହଜାର ହଜାର ସଂଖ୍ୟାରେ କର୍ମୀ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରି ସିବିଆଇ ଓ କେନ୍ଦ୍ର ବିରୋଧୀ
ସ୍ଲୋଗାନ ଦେଇଥିଲେ । ଓଡ଼ିଶାରେ ନିଜର ନିର୍ବାଚନ ମଣ୍ଡଳୀ ଚିହ୍ନଟ କରିପାରୁନଥିବା ଏବଂ ସିବିଆଇକୁ ଆୟୁଧ କରି ବିଜେଡି
ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ଜାରି ରଖିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଏହି ବିକ୍ଷୋଭରେବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ, ଭୁବନେଶ୍ୱର ଯୁବ ବିଜେଡି ସଭାପତି ବାବୁ ସିଂହ, ରାଜ୍ୟ ସଂପାଦକ ଅମରେଶ ଜେନା, କୁନବିହାରୀ ଦାସ, ସମୀର ପ୍ରଧାନ, ଛାତ୍ର ବିଜେଡି ରାଜ୍ୟ ଉପସଭାପତି ଅମରେଶ ପତ୍ରୀ, ସନ୍ତୋଷ ବେଜ, ଅମରଜିତ୍‍ ସେନାପତି, ମନ୍ଦାକିନୀ କର, ଜିଲ୍ଲା ସଭାପତି ରାଣାପ୍ରତାପ ପାତ୍ର, ଛାତ୍ର ନେତା ଚିନ୍ମୟ ସାହୁ, ସାଧାରଣ ସଂପାଦକ ରାଜକମଲ ଜେନା, ଶ୍ରୀଚନ୍ଦନ ପାତ୍ର, ବିଶ୍ୱପ୍ରତାପ ସାହୁ, ମନୋଜ ସେନାପତି, ଛାତ୍ର ନେତା ପ୍ରକାଶ ତ୍ରିପାଠୀ, ତନ୍ମୟ ସ୍ୱାଇଁ, ତାରିଣୀ ନାୟକଙ୍କ ସମେତ ବିଜୁ ଯୁବ, ଛାତ୍ର ଜନତା ଦଳର ହଜାରରୁ ଊଦ୍ଧ୍ୱର୍କ ର୍ମୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Share in top social networks!