ବିଜେପିକୁ ଶକ୍ତ ଧକ୍କା: ପୂର୍ବତନ ଉପ-ବାଚସ୍ପତି ବିଜେଡିରେ ମିଶିଲେ

ramapandaନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ବିଜେପିର ବରିÂ ନେତା ତଥା ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଆଜି ବିଜୁ ଜନତା ଦଳରେ ଆନୁÂାନିକ ଭାବେ ସାମିଲ ହୋଇଛନ୍ତି । ଯାହା ଗଞ୍ଜାମ ଜିଲ୍ଲାରେ ବିଜେପିକୁ ଏକ ଶକ୍ତ ଧକ୍କା ଲାଗିଛି ବୋଲି କୁହାଯାଇଛି । ନବୀନ ନିବାସ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶ୍ରୀ ପଣ୍ଡା ଦଳରେ ସାମିଲ ହୋଇଥିବାରୁ ଧନ୍ୟବାଦ ଦେଇଥିଲେ । ଶ୍ରୀ ପଣ୍ଡା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ସାରା ରାଜ୍ୟରେ ବହୁଳ ଭାବେ ପ୍ରଶଂସିତ ହେବା ସହ ଏକ ଦୃଷ୍ଟାନ୍ତ ମୂଳକ ଆଦର୍ଶ ଭାବେ ପରିଗଣିତ ହୋଇଛି । ଯେହେତୁ ମୁଁ ଏବଂ ମୋ ଭଳି ଅନେକ ରାଜନୈତିକ ନେତାମାନେ ବିଜୁବାବୁଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇଥିଲୁ, ସେଥିପାଇଁ ମୁଁ ବିଜେଡିରେ ମିଶିବାକୁ ଚାହିଁଥିଲି, ଯାହା ନିଶ୍ଚିତ ରୂପେ ମୋ ପାଇଁ ଘରବାହୁଡ଼ା ସଦୃଶ୍ୟ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପ୍ରିୟାଂଶୁ ପ୍ରଧାନ ଉପସ୍ଥତି ଥିଲେ ।

Share in top social networks!