ବିଜେପିରେ ସାମିଲ ହେଲେ ବୋଲଗଡ-ବେଗୁନିଆ ଅଂଚଳର ଶତାଧିକ ବିଜେଡି ଓ କଂଗ୍ରେସ ନେତା ଏବଂ କର୍ମୀ

bjdcongbjpପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ଆଦର୍ଶରେ ଅନୁପ୍ରାଣିତ ହୋଇ ବୋଲଗଡ-ବେଗୁନିଆ ଅଂଚଳର ଶତାଧିକ ବିଜେଡି ଓ କଂଗ୍ରେସ ନେତା ଏବଂ କର୍ମୀ ଆଜି ଆନୁÂାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁÂିତ ମିଶ୍ରଣ ପର୍ବରେ ଗତ ସାଧାରଣ ନିର୍ବାଚନରେ ସମାଜବାଦୀ ପାର୍ଟିରୁ ବିଧାୟକ ଭାବେ ପ୍ରାର୍ଥୀ ହୋଇଥିବା ଲଲିତକାନ୍ତ ହରିଚନ୍ଦନ ନିଜର ଶତାଧିକ ସମର୍ଥକଙ୍କ ସହ ପାର୍ଟିରେ ସାମିଲ ହୋଇଛନ୍ତି । ସେହିପରି ସିକୋ ପଂଚାୟତର ପୂର୍ବତନ ସରପଂଚ ତଥା ସ୍ଥାନୀୟ କଂଗ୍ରେସ ନେତା ଭବାନୀ ଚଂପତି, ରବି ନାରାୟଣ ଚଂପତି, ଆମ ଓଡିଶା ପାର୍ଟିର ସୁରେଶ ସାହୁ ଓ ଦେବ ରଣସିଂହ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ସାମିଲ ହୋଇଛନ୍ତି । ସେହିପରି ଡେଂଗରୀ ପଂଚାୟତର ବୁଦ୍ଧିଜୀବି ତଥା ଶିକ୍ଷାବିତ୍ କୁଳମଣି ସାହୁ, ସର୍ବଚ୍ଚୋ ନ୍ୟାୟାଳୟର ପୂର୍ବତନ କର୍ମଚାରୀ ଦାଶରଥୀ ଜାଲି ଏବଂ ସମାଜସେବୀ ଶେଷଦେବ ବେହେରା, ଶଗଡାଭାଂଗର ବିଜେଡି ନେତା ଭାସ୍କର ସାମନ୍ତରାୟ ମଧ୍ୟ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ପାର୍ଟିରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତରୀୟ ଦେଇ ପାର୍ଟିରେ ସମସ୍ତଙ୍କୁ ଆନୁÂାନିକ ଭାବେ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ତଥା ସ୍ଥାନୀୟ ନେତା ଡ. ଯତୀନ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!