“ପଞ୍ଚାୟତ ନିର୍ବାଚନରେ ଗାନ୍ଧୀ ଚିନ୍ତାଧାରାର ପ୍ରତିଫଳନ ହେଉନାହିାଁ’

ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହେବା ଆଜକୁ ହେଲା ୮୦ ବର୍ଷ । ଦେଶ ସ୍ୱାଧୀନତା ହାସଲ କରିବା ହେଲା ୭୦ ବର୍ଷ । ସ୍ୱର୍ଗତ ବିଜୁବାବୁଙ୍କର ବୟସ ହେଲା ୧୦୦ ବର୍ଷ । ଏହାରି ଭିତରେ ଆମେ ପାଳୁଛୁ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଏବଂ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବାର ୮୦ ବର୍ଷ ପୂର୍ତ୍ତି । ତା’ମଧ୍ୟରେ ଆସିଛି ପଞ୍ଚାୟତ ନିର୍ବାଚନ । ସ୍ୱାଧୀନତାର ୭୦ ବର୍ଷ ଭିତରେ ଅନେକ ଥର ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଗଲାଣି । ତେବେ ତି୍ର-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଆମ ରାଜ୍ୟରେ ଆରମ୍ଭ ହୋଇଛି ୧୯୯୨ ମସିହାରୁ । ୭୩ତମ ସମ୍ବିଧାନ ସଂଶୋଧନ ହେବାର ପ୍ରାୟ ୩ ବର୍ଷ ଆଗରୁ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ରାଜ୍ୟ ଆଇନ୍କୁ ସଂଶୋଧନ କରି ତି୍ର-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ କରିଥ#ଲେ ୧୯୯୨ ମସିହାରେ, ତାହା ଆଜିକୁ ୨୫ ବର୍ଷ ହେଲା । ପ୍ରାୟ ୫ ଥର ପଞ୍ଚାୟତ ନିର୍ବାଚନ ସରିଲାଣି । ଏବେ ପୁଣି ଆସିଛି ନିର୍ବାଚନ ।
୧୯୯୨ ମସିହାରେ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଦେଶରେ ପ୍ରଥମଥର ପାଇଁ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥ#ଲେ । ରାଜ୍ୟର ବାର୍ଷିକ ବଜେଟ୍ରେ ପ୍ରଦତ୍ତ ମାତ୍ର ଶତକଡ଼ା ୧୮ରୁ ଶତକଡ଼ା ୨୨ ପ୍ରତିଶତ ଅର୍ଥ ଗ୍ରାମ ବିକାଶ ପାଇଁ ହେଉଥ#ଲା ବେଳେ ବିଜୁବାବୁ ତାକୁ ୫୭ ପ୍ରତିଶତକୁ ବୃଦ୍ଧି କରିଥ#ଲେ । “”ଗାଁକୁ କାମ-ମାଆକୁ ସମ୍ମାନ” ଧ୍ୱନି ଦେଇଥ#ଲେ । ଯୌତୁକଜନିତ ନିର୍ଯ୍ୟାତନାରୁ ମହିଳାମାନଙ୍କୁ ସୁରକ୍ଷା ଦେବାକୁ ଯାଇ “”ଶାଶୁ ହାତକଡ଼ି- ନଣନ୍ଦ ବେଡ଼ି”କୁ ଆଇନ୍ରେ ପରିଣତ କରିଥ#ଲେ । ମହିଳା ଥାନା, ମହିଳା ବ୍ୟାଙ୍କ ଏବଂ ମହିଳା ବିକାଶ ସମବାୟ ନିଗମ ଭଳି ଅନେକ ଅନୁଷ୍ଠାନ ସୃଷ୍ଟି କରି ମହିଳାମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ପ୍ରୟାସ ପ୍ରକଟ କରିଥ#ଲେ । ଏହା ଭିତରେ ବିଜୁବାବୁଙ୍କର ଦେହାନ୍ତ ହେବା ପ୍ରାୟ ୧୯ ବର୍ଷ ହେଲାଣି । ତେବେ ଏବେ ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷରେ ତାଙ୍କ ଦୃଷ୍ଟିଭଙ୍ଗୀକୁ ନେଇ ଆମେ କିଭଳି ପଞ୍ଚାୟତ ନିର୍ବାଚନ ପରିଚାଳନା କରିବା – ତାହା ଏବେ ଚିନ୍ତା କରିବାର ବେଳ ।
ପଞ୍ଚାୟତିରାଜ ବ୍ୟବସ୍ଥା କଲାବେଳେ ବିଜୁବାବୁ ବାରମ୍ବାର କହୁଥ#ଲେ ଯେ- ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଗାନ୍ଧିଜୀ ତାଙ୍କର ଅନୁଗତ ନେତାମାନଙ୍କୁ କହି ଯାଇଥ#ଲେ “ସ୍ୱାଧୀନତା ତ ଆସନ୍ନ ପ୍ରାୟ । ବିଦେଶୀ ଶାସକବର୍ଗ ଚାଲି ଯିବେ । ତମେମାନେ ତମ ଦେଶକୁ ଶାସନ କରିବ । ମନେ ରଖ#ବ ଦିଲ୍ଲୀ, ବମ୍ବେ ବା କଲିକତା ଭଳି ନଗରୀକୁ ନେଇ ଭାରତବର୍ଷ ତିଆରି ହୋଇ ନାହିଁ । ପାଞ୍ଚଲକ୍ଷ ଗାଁକୁ ନେଇ ଭାରତବର୍ଷ ଆମର ଦେଶ । ଗାଁରେ ରହିଛି ଭାରତର ପ୍ରକୃତ ଜୀବନ । ବିଦେଶୀ ଶାସନ କାଳରେ ଗାଁରେ ରହୁଥ#ବା କୋଟି କୋଟି ମଣିଷ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି । ଦାରିଦ୍ର୍ୟ, ବ୍ୟାଧ# ଏବଂ ନିରକ୍ଷରତା ସେମାନଙ୍କୁ ସନ୍ତୁଳିତ କରୁଛି । ଅନାହାର, ଅର୍ଦ୍ଧାହାରରେ ଲୋକେ ମରୁଛନ୍ତି । ହଇଜା, ବସନ୍ତ ରୋଗ ଭଳି ଜଳବାହିତ ବ୍ୟାଧ#ରେ ଗାଁରେ ତାଟି କବାଟ ପଡ଼ି ଯାଉଛି । କେହି ପାଠଶାଠ ପଢ଼ି
ନାହାନ୍ତି । ବାହାର ଦୁନିଆ ସମ୍ପର୍କରେ ଲୋକେ ଅଜ୍ଞ ରହିଛନ୍ତି । ତେଣୁ ସ୍ୱାଧୀନ ଭାରତରେ ନୂଆ ଶାସନ ଖସଡ଼ା ପ୍ରସ୍ତୁତ କଲା ବେଳେ ଗାଁର ଲୋକମାନଙ୍କୁ ବିଶ୍ୱାସକୁ ନେବ । ଲୋକଙ୍କର ପ୍ରତ୍ୟକ୍ଷ ସଂପୃକ୍ତିରେ ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିକାଶ ପାଇଁ ଲୋକଙ୍କ ଅନୁଭବକୁ ପାଥେୟ କରି ସମ୍ବିଧାନ ପ୍ରଣୟନ କରିବ’ । ତାହା ତ ୧୯୫୨ ମସିହାରୁ ଏ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । ଲୋକଙ୍କ ହାତକୁ ପ୍ରକୃତ କ୍ଷମତା ଗଲା ନାହିଁ । ସେହି ବିଦେଶୀ ଶାସକବର୍ଗର ଦୃଷ୍ଟିଭଙ୍ଗୀ, ଅମଲାତନ୍ତ୍ରର ଅମନଯୋଗିତା ପରିସ୍ଥିତିକୁ ଜଟିଳ କରୁଛି ସିନା, ଲୋକଙ୍କ ସମସ୍ୟାକୁ ଲାଘବ କରିବାରେ ଆଖ#ଦୃଶିଆ ସଫଳତା ମିଳି ନାହିଁ । କାରଣ ବି୍ରଟିଶ୍ ସରକାର ଆସିଲା ପରେ ଦେଶ ଶାସନ ପାଇଁ ପ୍ରଶାସକ ଏବଂ ଅମଲାତନ୍ତ୍ର ସୃଷ୍ଟି କରାଯାଇଥ#ଲା ଏବଂ ସେ ଅମଲାତନ୍ତ୍ର ଶାସନ ବ୍ୟବସ୍ଥା ଶାସିତମାନଙ୍କ କଲ୍ୟାଣ ପାଇଁ ହୋଇ ନଥ#ଲା । ଶାସକବର୍ଗଙ୍କ ତୁଷ୍ଟିକରଣ ପାଇଁ ସୃଷ୍ଟି କରାଯାଇଥ#ଲା । ଚାରିଦଶନ୍ଧି ଏହା ଭିତରେ ବିତିଗଲାଣି । ବିଦେଶୀ ଶାସକବର୍ଗଙ୍କ ବଦଳରେ ବର୍ତ୍ତମାନ ଦେଶୀ ଶାସନ ଆସିଗଲାଣି । ତେବେ ସେଇ ବିଦେଶୀ ଢାଞ୍ଚାରେ ତିଆରି ଅମଲାତନ୍ତ୍ରର ଦୃଷ୍ଟି ଭଙ୍ଗୀରେ ବିଶେଷ ପରିବର୍ତ୍ତନ ଘଟି ନାହିଁ । ସେଥ#ପାଇଁ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ଶାସନରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଂଶସୂତ୍ରୀ କାର୍ଯ୍ୟକ୍ରମରେ ୫ ବର୍ଷରେ ଯେଉଁ ୨୫ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯାଇଥ#ଲା ସେଥ#ରୁ ଶତକଡ଼ା ୮୫ ପ୍ରତିଶତ ବାଟମାରଣା ହୋଇଥ#ଲା । ଆଇ.ଆର୍.ଡି.ପି. ଯୋଜନାରେ ୫ ବର୍ଷରେ ଯେଉଁ ଦଶ ହଜାର କୋଟି ଟଙ୍କା ବିନିଯୋଗ ହୋଇଥ#ଲା ସେଥ#ରେ ସଫଳତା ମିଳିଥ#ଲା, ମାତ୍ର ୫ ପ୍ରତିଶତରୁ କମ୍ । ଏହି କାରଣ ଯୋଗୁଁ ଗାନ୍ଧିଜୀଙ୍କ ବିଚାରଧାରାକୁ ପାଥେୟ କରି ତି୍ର-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ପାଇଁ ୭୩ ତମ ସମ୍ବିଧାନ ସଂଶୋଧନ କରାଗଲା । ତାକୁ ଦୃଷ୍ଟିରେ ରଖ# ମୋ ରାଜ୍ୟର ପଞ୍ଚାୟତ ବ୍ୟବସ୍ଥା ନକ୍ସା ଆଙ୍କିଛି ।
ବିଜୁବାବୁଙ୍କର ଏହି ଦୃଷ୍ଟିଭଙ୍ଗୀ କେତେ କାର୍ଯ୍ୟକାରୀ କରିଛୁ ? ଆବ୍ରାହମ୍ ଲିଙ୍କନ ଯେତେବେଳେ ଆମେରିକାର ରାଷ୍ଟ୍ରପତି ହେଲେ ତାଙ୍କୁ ସମର୍ଥନ କରୁଥ#ବା ଆମେରିକାବାସୀ ପ୍ରଶଂସାରେ ପୋତି ଦେଲେ ଏବଂ କହିଲେ ଆପଣଙ୍କ ସରକାରରେ ଆମେ କେବଳ ଶକ୍ତିଶାଳୀ ହେବା ନାହିଁ, ଆମେରିକାବାସୀଙ୍କ କୌଣସି ଦୁଃଖ ରହିବ ନାହିଁ । ତେବେ ତୋଷାମଦିର ଏହି ନିଚ୍ଛକ ପ୍ରଶଂସାରେ ଅଭିଭୂତ ନ ହୋଇ ସେ କହିଥ#ଲେ ମୋର ସରକାର ନୁହେଁ । ସରକାର ହେଉଛି ଆମେରିକାବାସୀଙ୍କର ଏବଂ ସେମାନେ ଭୋଟ ଦେଇ ତାଙ୍କ ପସନ୍ଦର ପ୍ରାର୍ଥୀ ବାଛିଛନ୍ତି ଏବଂ ତା’ପରେ ମୁଁ ରାଷ୍ଟ୍ରପତି ହୋଇଛି । ତେଣୁ ଏ ସରକାର ହେଉଛି ଆମେରିକାବାସୀଙ୍କର । ତାଙ୍କ ପାଇଁ ସେମାନେ ସରକାର ଗଢ଼ିଛନ୍ତି ଏବଂ ଲୋକଙ୍କର ସମସ୍ୟା ସମାଧାନ ପାଇଁ ତାଙ୍କ ଦ୍ୱାରା ଗଠିତ ସରକାର କାର୍ଯ୍ୟ କରିବ ବୋଲି ଆଶା ପ୍ରକଟ କରିଛନ୍ତି । ଲୋକଙ୍କ ସରକାର । ଲୋକଙ୍କ ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ଯଦି କିଛି ଯୋଜନା କରନ୍ତି- ସେ ଯୋଜନାକୁ ଫଳପ୍ରଦ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅଧ#କାରୀ ଏବଂ ଅମଲା ଲୋକଙ୍କର କର ଟିକସରୁ ଦରମା ନେଉଛନ୍ତି । ସେମାନେ ନିଷ୍ଠାର ସହିତ କାଳେ ଲୋକଙ୍କୁ ନ ଦେଇ ଅଧାବାଟରେ ନିଜ ସ୍ୱାର୍ଥ ପାଇଁ ବାଟମାରଣା କରିବେ ତାକୁ ଜଗିବା ପାଇଁ ତୃଣମୂଳ ସ୍ତରରେ ଲୋକଙ୍କ ପ୍ରତିନିଧ# ନିର୍ବାଚିତ ହୋଇଛନ୍ତି । ଲୋକଙ୍କ ଟିକସରୁ ଦରମା ନେଉଥ#ବା ଅଧ#କାରୀ, ଅମଲା ଏବଂ ତାଙ୍କ ସହିତ ସଲାସୁତୁରା କରୁଥ#ବା ତୃଣମୂଳ ସ୍ତରର ଲୋକ ପ୍ରତିନିଧ# ପାରସ୍ପରିକ ବୁଝାମଣାରେ ଲୋକଙ୍କ ସରକାର, ଲୋକଙ୍କ ପାଇଁ ଦେଉଥ#ବା ଅର୍ଥକୁ ଯଦି ବାଟମାରଣା କରନ୍ତି, ତାହା ହେଲେ ଲୋକଙ୍କ ଭାଗ୍ୟରେ କେବଳ ବିପର୍ଯ୍ୟୟ ଦେଖା ଦେବ କିନ୍ତୁ ସେମାନଙ୍କ ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିକାଶରେ ଏହା ସବୁ ସହାୟକ ହେବ ନାହିଁ ।
ସ୍ୱାଧୀନତାର ବିଗତ ୭୦ ବର୍ଷ ମଧ୍ୟରେ ଲୋକେ ଭୋଟ ଦେଇ ନିର୍ବାଚିତ କରୁଥ#ବା ସରକାରମାନେ ଲୋକଙ୍କ ପାଇଁ ଯାହା ଦେଉଛନ୍ତି ତାହା ଯେ ଲୋକଙ୍କର ହକ୍ ବା ପ୍ରାପ୍ୟ ସେକଥା ଲୋକେ ଜାଣି ପାରୁ ନାହାଁନ୍ତି । ଦରମା ପ୍ରାପ୍ତ ଅମଲା ଏବଂ ଅଧ#କାରୀଙ୍କ ସହିତ ଲୋକେ ଭୋଟ ଦେଇ ନିର୍ବାଚିତ କରୁଥ#ବା ଓ୍ୱାର୍ଡମେମ୍ବରଠାରୁ ଆରମ୍ଭ କରି ବିଧାୟକ ଏବଂ ମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ଲୋକପ୍ରତିନିଧ# ଯଦି ଦରମାପ୍ରାପ୍ତ ଅଧ#କାରୀ ଏବଂ ଅମଲାମାନଙ୍କ ସହିତ ସଲାସୁତୁରା କରନ୍ତି ତାହା ହେଲେ ସରକାର ଯେତେ ପୁଞ୍ଜି ବିନିଯୋଗ କଲେ ମଧ୍ୟ ଲୋକଙ୍କ ସମସ୍ୟା ଦୂର ହେବ ନାହିଁ ଏବଂ ଦାରିଦ୍ର୍ୟ ହଟିବା ପରିବର୍ତ୍ତେ ଧନୀ ଏବଂ ଗରିବଙ୍କ ଭିତରେ ଯେଉଁ ବ୍ୟବଧାନ ରହିଛି ତାହା ଅଧ#କରୁ ଅଧ#କ ସଂପ୍ରସାରିତ ହେବ । ସେଥ#ପାଇଁ ବିଜୁବାବୁ କହିଥ#ଲେ- ସଂକୀର୍ଣ୍ଣ ଦଳୀୟ ରାଜନୀତିରୁ ଉ–ର୍ରେ ରହି ଲୋକେ ଭଲ ଲୋକପ୍ରତିନିଧ# ବାଛନ୍ତୁ- ଯେଉଁମାନେ ନିଃସ୍ୱାର୍ଥପର ଭାବରେ ଲୋକଙ୍କ ହିତ ପାଇଁ ପ୍ରଦତ୍ତ ସରକାରୀ ଅର୍ଥ ବା ଅନୁଦାନ ପ୍ରକୃତ ହିତାଧ#କାରୀଙ୍କ ପାଖରେ ପହଞ୍ଚିବ । ପୁରୁଷମାନଙ୍କଠାରୁ ନାରୀମାନେ ଅଧ#କ ସମ୍ବେଦନଶୀଳା ଏବଂ ଦରଦୀ ଦୃଦୟର ଅଧ#କାରିଣୀ ହୋଇଥ#ବାରୁ ସେମାନେ ମୁଖ୍ୟସ୍ରୋତକୁ ଆସିଲେ ପୁରୁଷପ୍ରଧାନ ସମାଜରେ ଗୁଣାତ୍ମକ ପରିବର୍ତ୍ତନ ଆସିବ ଏବଂ ତୃଣମୂଳ ସ୍ତରର ପ୍ରତିନିଧ#ମାନେ ଯଦି ଅନୁଭବ କରିବେ ଯେ ସେମାନେ ନିଜ ସାମର୍ଥ୍ୟ ବଳରେ କିମ୍ବା ପୈତୃକ ଅଧ#କାର ବଳରେ ଲୋକ ପ୍ରତିନିଧ# ହୋଇ ନାହାଁନ୍ତି, ଲୋକଙ୍କ ଦ୍ୱାରା ପଦପଦବୀରେ ରହିଛନ୍ତି ତାହା ହେଲେ ଅମଲାତାନ୍ତ୍ରିକ ଶାସନ ହାତରେ ଦିଆଯାଉଥ#ବା ସାମାଜିକ, ଅର୍ଥନୈତିକ ଏବଂ ସମାଜ କଲ୍ୟାଣ ସଂପର୍କିତ ସରକାରୀ ଅନୁଦାନର ବାଟମାରଣା ନ ହୋଇ ଲୋକଙ୍କର ଦୁଃଖ ଦାରିଦ୍ର୍ୟ ଲାଘବ କରିବାରେ ସହାୟକ ହେବ । ତେବେ ବିଜୁବାବୁଙ୍କର ଏ ମାନସିକତା, ଏ ଦୃଷ୍ଟିଭଙ୍ଗୀ ଏବଂ ଲୋକ କଲ୍ୟାଣ ପାଇଁ ବ୍ୟଗ୍ରତା କେତେ ଆମେ ପାଥେୟ କରିପାରିଛୁ ଚାଲନ୍ତୁ, ଆଜି ପଞ୍ଚାୟତ ନିର୍ବାଚନକୁ ପାଦ ଦେଲା ବେଳେ ତା’ର ଆତ୍ମ ସମୀକ୍ଷା କରିବା । କେବଳ ସମ୍ପତ୍ତି ଏବଂ କ୍ଷମତାଲାଭ ପାଇଁ ବ୍ୟଗ୍ରତା ପ୍ରକାଶ କରୁଥ#ବା ଲୋକଙ୍କ ଦ୍ୱାରା ନିର୍ବାଚିତ ଲୋକ ପ୍ରତିନିଧ#ମାନେ ଉଚିତ୍ ଅବଦାନ ଦେଇ ପାରିବେ ନାହିଁ । ଆଜି ଭାରତୀୟ ଗଣତନ୍ତ୍ରରେ ସବୁ ରାଜ୍ୟରେ, ସବୁ ରାଜନୀତିକ ଦଳରେ ସେବା ଏବଂ ତ୍ୟାଗ ବଦଳରେ ସମ୍ପତ୍ତି ଏବଂ କ୍ଷମତା ପାଇଁ ଯେଭଳି ପ୍ରତିଦ୍ୱନ୍ଦିତା ପରିଲକ୍ଷିତ ହେଉଛି ତାହା ଯେ ସାମାଜିକ ବୈଷମ୍ୟକୁ ଅଧ#କ ସଂପ୍ରସାରିତ କରି ଭାରତୀୟ ମହାଜାତିକୁ ଏକ ଦୁର୍ବାର ଅଶାନ୍ତ ପରିସ୍ଥିତିକୁ ଟାଣି ନେଉଛି- ଏଥ#ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡ଼ିଛି ।
ଏବେ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ପଦପଦବୀ ମହିଳାମାନଙ୍କ ପାଇଁ ସଂରକ୍ଷିତ ଥ#ବା ବେଳେ ପୁରୁଷମାନେ ନିଜ ନିଜ ପଞ୍ଚାୟତରେ ମହିଳାମାନଙ୍କ ନାମ ସୁପାରିଶ କରୁଛନ୍ତିା ସ୍ୱାଧୀନ ଭାବେ ଆଗ୍ରହୀ ମହିଳାମାନେ ପଦପଦବୀ ଗ୍ରହଣ କରିବାକୁ ପଦାକୁ ଆସୁନାହାନ୍ତିା କାରଣ ପୁରୁଷମାନେ ମହିଳାମାନଙ୍କୁ ଅନ୍ଧାରରେ ରଖ# ସବୁ ସୁବିଧା ଭୋଗ କରିବା ପାଇଁ ଖୋଲାଖୋଲି ଭାବେ ଛଳନା ପ୍ରକଟ କରୁଛନ୍ତିା ଏ ଦିଗରେ ସାମାଜିକ ସଂଗଠନ ଓ ମହିଳା ସେ୍ୱଚ୍ଛାସେବୀମାନେ ସ୍ୱର ଉତ୍ତୋଳନ କରି ମହିଳାମାନଙ୍କୁ ଆଗକୁ ଆଣିବାର ଆବଶ୍ୟକତା ଅନୁଭବ କରାଯିବା ଉଚିତା ସେହିଭଳି ତିନିଥାକିଆ ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତମାନଙ୍କୁ କ’ଣ କ’ଣ କ୍ଷମତା ଦିଆଯିବ ତାହା ସମ୍ବିଧାନର ଏକାଦଶ ପରିଚ୍ଛଦରେ ସ୍ପଷ୍ଟ ଭାବରେ କୁହାଯାଇଛିା ମାତ୍ର କ୍ଷମତାଲିପ୍ସୁ ରାଜନେତା, ସୁବିଧାବାଦୀ ଅର୍ଥଲିପ୍ସୁ ଅଧ#କାରୀ ଓ ଅମଲାମାନେ କ୍ଷମତାକୁ ଜାବୋଡି ଧରିଛନ୍ତିା ସେଥ#ପାଇଁ ଗାନ୍ଧୀଦର୍ଶନରେ ଗ୍ରାମାଞ୍ଚଳ ଲୋକଙ୍କର ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ବିକାଶ ପାଇଁ ଯେଉଁ ପ୍ରୟାସ ପ୍ରକଟ କରାଯାଇଥ#ଲା ତାହା କାର୍ଯ୍ୟକାରୀ ହୋଇପାରିନାହିାଁ ଏସବୁ ନିମନ୍ତେ ପଞ୍ଚାୟତି ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିତର୍କ ଓ ବିଚାର ହେବାର ଆବଶ୍ୟକତା ରହିଛିା

Share in top social networks!