ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଏବଂ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ମିଳିତ ଆନୂକୁଲ୍ୟରେ ଜାତୀୟ ଯୁବ ଦିବସ – ୨୦୧୭ ପାଳିତ

redcrosssସ୍ୱାମୀ ବିବେକାନନ୍ଦଙ୍କର ପବିତ୍ର ଜନ୍ମ ଦିବସ ସ୍ମୃତିରେ ସାରା ଦେଶରେ ଆଜି ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଏହି ଅବସରରେ ଓଡିଶା ରାଜ୍ୟ ଏଡ୍ସ୍ ନିୟନ୍ତ୍ରଣ ସମିତିର ଏବଂ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ମିଳିତ ଆନୂକୁଲ୍ୟରେ ସ୍ଥାନୀୟ ରେଡକ୍ରସ୍ ଭବନଠାରେ ଜାତୀୟ ଯୁବ ଦିବସ – ୨୦୧୭ ପାଳିତ ହୋଇଯାଇଛି ।

ଏହି ଉପଲକ୍ଷେ, ରେଡ ରିବନ କ୍ଲବର ସଦସ୍ୟ, ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ବିଗତ ଦୁଇ ଦିନ ଧରି ବିଭିନ୍ନ ପ୍ରତିଯୋଗୀତା ଅନୁÂିତ ହୋଇଛି । ଏହି ପ୍ରତିଯୋଗୀତା ମଧ୍ୟରେ ବର୍ଜ୍ୟବସ୍ତୁରେ ନିର୍ମିତ ବିଭିନ୍ନ ସାଜସଜ୍ଜା ସାମଗ୍ରୀ, ଚିତ୍ରାଙ୍କନ, ବକୃତା, କୁଇଜ୍ , କ୍ଷୁଦ୍ର ନାଟକ, ସଂଗୀତ, ରଚନା, ନୃତ୍ୟ ଓ ୟୁଥ ପା୍ର୍ଲ୍ୟାମେଣ୍ଟ ଆଦି ଆୟୋଜନ କରାଯାଇଥିଲା । ଏତଦ୍ବ୍ୟତୀତ ଯୁବ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ପାଥେୟ କରି ସାଇନ୍ସ ପାର୍କ ବସ୍ତିକୁ ସଫେଇ କରାଯାଇଥିଲା ।

ଆଜି, ଅପରାହ୍ନରେ ସ୍ଥାନୀୟ ରେଡ଼କ୍ରସ୍ ଭବନ ପରିସରରେ ଅନୁÂିତ ରାଜ୍ୟସ୍ତରୀୟ ସଭାରେ ଉଚ୍ଚଶିକ୍ଷା ବିଭାଗର ନିଦେ୍ର୍ଧଶକ ଶ୍ରୀ ନିହାର ରଂଜନ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ବିବେକାନନ୍ଦଙ୍କୁ ଆଧୁନିକ ଭାରତର ସାଂସ୍କୁତିକ ସ୍ରଷ୍ଟାଭାବେ ସୂଚନା ଦେଇଥିଲେ । ବିବେକାନନ୍ଦଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଇତିହାସ ମହାନ ଓ ଉଚ୍ଚ ପରଂପରାକୁ ବଜାୟ ରଖିବା ପାଇଁ ଆହ୍ୱାନ କରିଥିଲେ ।

ଏହି ଅବସରରେ ଓଡିଶା ରାଜ୍ୟ ଏଡ୍ସ୍ ନିୟନ୍ତ୍ରଣ ସମିତିର ଅତିରିକ୍ତ ପ୍ରକଳ୍ପ ନଦେ୍ର୍ଧଶକ ଡା. ଚନ୍ଦ୍ରିକା ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଜି ଦିନର ମହତ୍ତ୍ୱ ଓ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ପ୍ରଦାନ ପୁର୍ବକ ବିବେକାନନ୍ଦଙ୍କର ବାଣୀ ଓ ଦର୍ଶନର ସାବଲୀଳ ବ୍ୟାଖ୍ୟା କରିଥିଲେ । ଯୁବଗୋÂୀ ଯଦି ସଚେତନ ହୁଅନ୍ତି ଏବଂ ନିଜ ସାଙ୍ଗସାଥୀମାନଙ୍କୁ ସଚେତନ କରନ୍ତି ତେବେ ଏଡସ୍ ଭଳି ଏକ ସଂକ୍ରମଣକୁ ଆମେ ଅତି ସହଜରେ ଆମ ସମାଜରୁ ଦୂର କରିପାରିବା । ଏକ ଏଡସ୍ ମୁକ୍ତ ରାଜ୍ୟ ଗଠନରେ ଯୁବଗୋÂୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଓସାକ୍ସ ତରଫରୁ କଲେଜ ମାନଙ୍କରେ ରେଡ ରିବନ କ୍ଲବ ଖୋଲାଯାଇ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମମାନ କରାଯାଉଛି ।

ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଏବଂ ଓସାକ୍ସର ଯୁଗ୍ୱ ସଚିବ ଡା. ଜ୍ଞାନବ୍ରତ ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ ପ୍ରଦାନ କରିବା ସହ ଜାତୀୟ ଯୁବ ଦିବସର ମହତ୍ୱ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଆଜିର ସମାଜରେ ସ୍ୱେଚ୍ଛାସେବୀମାନଙ୍କର ସ୍ୱେଚ୍ଛାକୃତ ସେବାପାଇଁ ଧନ୍ୟବାଦ ଅର୍ପଣ କରି ଯୁବପିଢୀମାନଙ୍କୁ ସେବା ଦିଗରେ ବ୍ରତୀ ରହିବା ପାଇଁ ପ୍ରୋତ୍ସାହିତ କରିଥିଲେ ।
ଶେଷରେ ଯୁବ ରେଡକ୍ରସ ପରାମର୍ଶଦାତା ଶୀ୍ର ଗୋପାଳ କୃଷ୍ଣ ମିଶ୍ର ଉପସ୍ଥିତ ସମସ୍ତ ଯୁବ ରେଡକ୍ରସ ପରାମର୍ଶଦାତା, ସ୍ୱେଚ୍ଛାସେବୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଯୁବ ରେଡ଼କ୍ରସ୍ ଅଫିସର ଡଃ ମେଜର କଳ୍ପନା ଦାସ ଉକ୍ତ ତିନି ଦିବସୀୟ କାର୍ଯ୍ୟକ୍ରମରେ ଯୋଗଦାନ କରି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଶେଷରେ ବିଗତ ଦୁଇ ଦିନ ଧରି ଅନୁÂିତ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜରୁ ୨୦୦ରୁ ଉଦ୍ଧ୍ୱର୍ ପିଅର ଏଜୁକେଟର, ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ, ଯୁବ ରେଡ଼କ୍ରସ୍ ପରାମର୍ଶଦାତା, ଆଜୀବନ ସଦସ୍ୟ/ସଦସ୍ୟା, ରେଡକ୍ରସ୍ ଓଡିଶା ରାଜ୍ୟ ଶାଖା, ଓଡିଶା ରାଜ୍ୟ ଏଡ୍ସ୍ ନିୟନ୍ତ୍ରଣ ସମିତିର ସମସ୍ତ କର୍ମକର୍ତା ଓ ରାଜ୍ୟ ରକ୍ତ ସଂଚାରଣ ପରିଷଦ,ଓଡିଶାର କର୍ମକର୍ତାମାନେ ଯୋଗଦେଇଥିଲେ ।

Share in top social networks!