ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତାରକା ପ୍ରଚାରକଙ୍କ ନାମ ଘୋଷଣା

bjpstarରାଜ୍ୟରେ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ତା’ର ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି । ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଭୂଷଣ ହରିଚନ୍ଦନ ଓ ବିଜୟ ମହାପାତ୍ର, ବିଧାୟକ ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ରାଏ, ବିଧାୟକ ପ୍ରଦୀପ ପୁରୋହିତ ଓ ରବି ନାଏକ, ବିଧାୟିକା ରାଧାରାଣୀ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ସମୀର ଦେ ଓ ହିମାଂଶୁ ମେହେର, ରାଜ୍ୟ ଉପ ସଭାପତି ନୟନ କିଶୋର ମହାନ୍ତି, ବିଷ୍ନୁ ସେଠୀ, ସମୀର ମହାନ୍ତି, ସୁକେଶୀ ଓରାମ ଓ ଅଶ୍ୱିନୀ ଷଡଙ୍ଗୀ, ସାଧାରଣ ସଂପାଦକ ରଂଜନ ପଟେଲ, ସାଧାରଣ ସଂପାଦକ (ସଂଗଠନ) ଶାରଦା ପ୍ରସାଦ ଶତପଥୀ, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର ଓ ଅନନ୍ତ ନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ଗୋଲକ ପ୍ରସାଦ ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି, ପୂର୍ବତନ ଉପ ମୁଖ୍ୟ ସଚେତକ ମୋହନ ମାଝୀ, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଓ ପର୍ଶୁରାମ ମାଝୀ, ପୂର୍ବତନ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାଶ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ପିଙ୍କି ପ୍ରଧାନ ଦଳର ତାରକା ପ୍ରଚାରକ ଭାବେ ଆଗାମୀ ପଂଚାୟତ ନିର୍ବାଚନରେ ପ୍ରଚାର କରିବେ ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।

Share in top social networks!
Powered By Indic IME