ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାରଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ଯୋଗଦେଲେ ଶତାଧିକ କମ୍ପାନୀ ସେକ୍ରେଟାରୀ

bjppandaକେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନିଷ୍ପତି ଏବଂ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି ବହୁ ବୈଷୟିକ ଓ ଆର୍ଥିକ ଜଗତର ସୁନାମଧନ୍ୟ ବ୍ୟକ୍ତିତ୍ୱ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପରିଚାଳିତ କେନ୍ଦ୍ର ସରକାରଙ୍କ ମୂଲ୍ୟବୋଧ ରାଜନୀତି ଓ କାର୍ଯ୍ୟଶୈଳୀ ପାଇଁ ସମଗ୍ର ଦେଶବାସୀ ଆଜି ଅନୁପ୍ରାଣିତ ହେବା ସହ ପ୍ରଭାବିତ ମଧ୍ୟ ହୋଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ରାଜ୍ୟ ତଥା ପୂର୍ବ ଭାରତ ବର୍ଷର ସୁନାମଧନ୍ୟ କମ୍ପାନୀ ସେକ୍ରେଟାରୀ ଶ୍ରୀମତୀ ସୁନୀତା ମହାନ୍ତି ଆଜି ଆନୁÂାନିକ ଭାବେ ପାର୍ଟିରେ ସାମିଲ ହୋଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ପୁଷ୍ପ ଗୁଚ୍ଛ ଏବଂ ଉତରୀୟ ଦେଇ ଶ୍ରୀମତୀ ମହାନ୍ତିଙ୍କୁ ସ୍ୱାଗତ ଜଣାଇଥିଲେ । ଶ୍ରୀମତୀ ମହାନ୍ତିଙ୍କ ନେତୃତ୍ୱରେ ନିହାର ମହାନ୍ତି, ସାଗର ନାୟକ, ମଧୁଛନ୍ଦା ପ୍ରଧାନ, ବେଂଜାମିନ ଚୈାହାନ, ଶ୍ରୀକାନ୍ତ ବେହେରା, ରାକେଶ ମହାପାତ୍ର, ନିବେଦିତା ମହାପାତ୍ର, ସସ୍ମିତା ଲେଂକା, ଜିତେନ ବେହେରା, ରାଜ ରଂଜନ ରାଉତ, ସାଗର ସ୍ୱାଇଁ, ଜ୍ୟୋତିର୍ମୟ ମିଶ୍ର, ଅକ୍ଷୟ ରାଉତଙ୍କ ପ୍ରମୁଖ ଶତାଧିକ କମ୍ପାନୀ ସେକ୍ରେଟାରୀ ଆନୁÂାନିକ ଭାବେ ପାର୍ଟିରେ ସାମିଲ ହୋଇଛନ୍ତି । ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ ଏବଂ ଦକ୍ଷତା ପ୍ରତି ଆସ୍ଥା ପ୍ରକଟ କରିଥିବା କାରଣରୁ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ ।

Share in top social networks!