ବିଜେଡି କୁଶାସନରେ ଅତିଷ୍ଟ ହୋଇ ଦଳ ଛାଡି ବିଜେପିରେ ଯୋଗ ଦେଲେ ପୂର୍ବତନ ଉପ ବାଚସ୍ପତି ପ୍ରହ୍ଲାଦ ଦୋରା

bjpjoinnnnରାଜ୍ୟରେ ଦେଖା ଦେଇଥିବା ଅରାଜକତାରେ ଅତିଷ୍ଟ ହୋଇ ପଡିଛନ୍ତି ଶାସକ ବିଜେଡିର ବହୁ ନେତା ଏବଂ କର୍ମୀ । ପୂର୍ବତନ ଉପ ବାଚସ୍ପତି ତଥା ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ତଥା ବିଶିÂ ଆଦିବାସୀ ନେତା ଶ୍ରୀ ପ୍ରହ୍ଲାଦ ଦୋରା ମଧ୍ୟ ଅତିଷ୍ଟ ହୋଇ ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଅନ୍ୟ ପଟେ ସେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଗରିବକଲ୍ୟାଣ ଯୋଜନା କାର୍ଯ୍ୟ ଉପରେ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି ବୋଲି ଯୋଗ ଦେବା ଅବସରରେ ଶ୍ରୀ ଦୋରା ମତ ପ୍ରକାଶ କରିଛନ୍ତି ।
ସେହିପରି ଭୂବନେଶ୍ୱର ଉପକଣ୍ଠ ବାସୁଆଘାଇ ପଂଚାୟତର କଂଗ୍ରେସ ସମର୍ଥିତ ପୂର୍ବତନ ସମିତି ସଭ୍ୟା ଶ୍ରୀମତୀ ନାବ ବେହେରା ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ ପାର୍ଟୀରେ ଯୋଗ ଦେଇଛନ୍ତି । ଶ୍ରୀମତୀ ବେହେରାଙ୍କ ସହ ବାସୁଆଘାଇ ପଂଚାୟତର ସୁଦର୍ଶନ ସାମନ୍ତରାୟ, ଗୈାତମ ସ୍ୱାଇଁ, ଜିତେନ୍ଦ୍ର ସ୍ୱାଇଁ, ଇତି ପ୍ରକାଶ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଭଞ୍ଜ, ପରିକ୍ଷୀତ ଦାଶ, ନୃସିଂହ ଭାଇ, ରବି ଭାଇ, ଗୋବିନ୍ଦ ଭଞ୍ଜ, ପୂର୍ଣ୍ଣ ସାମଲ, ଦିଗନ୍ତ ସ୍ୱାଇଁ, ପ୍ରମୋଦ ଭଞ୍ଜ, ସଂଜୟ ବିଶ୍ୱାସ, ଚନ୍ଦ୍ରମଣି ସ୍ୱାଇଁ, ରାଜେଶ ସ୍ୱାଇଁ, ପ୍ରଦୀପ ସ୍ୱାଇଁ, ମୁନୁ ସାହୁ, ସନ୍ତୋଷ ସ୍ୱାଇଁ ପ୍ରମୁଖ ଶତାଧିକ ସମର୍ଥକ ପାର୍ଟିରେ ସାମିଲ ହୋଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତରୀୟ ଦେଇ ସ୍ୱାଗତ ଜଣାଇଥିଲେ । ଏମାନଙ୍କ ଯୋଗଦାନରେ ପାର୍ଟି ଆଗାମୀ ପଂଚାୟତ ନିର୍ବଚନରେ ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀ ପଣ୍ଡା ଏହି ଅବସରରେ ଆଶାପୋଷଣ କରିଛନ୍ତି ।
ଆଜିର ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜିଲ୍ଲା ପରିଷଦ ସଦସ୍ୟ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!