ଜଟଣୀ ଏବଂ ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ଶତାଧିକ ବିଜେଡି ସଦସ୍ୟ ବିଜେପିରେ ଯୋଗ ଦେଲେ

bjpjoinଶାସକ ଦଳର ଗୁଣ୍ଡାରାଜରେ ରାଜ୍ୟବାସୀ ଅତ୍ୟବସ୍ତ
ପାର୍ଟୀରେ ଯୋଗ ଦେଲେ ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟା, ୱାର୍ଡ ମେମ୍ବର
ଶାସକ ଦଳର ଗୁଣ୍ଡାରାଜରେ ଅତ୍ୟବସ୍ତ ହୋଇ ପଡିଲେଣି ରାଜ୍ୟବାସୀ । ମୁଖ୍ୟମନ୍ତ୍ରୀ ନିଜ ଦଳର କାର୍ଯ୍ୟକର୍ତା କିମ୍ବା ତୃଣମୁଳ ନେତୃତ୍ୱକୁ ବିଶ୍ୱାସ କରନ୍ତି ନାହିଁ । ଏହି ଅପାରଗ ଏବଂ ସ୍ଥାଣୁ ଶାସନରେ ରାଜ୍ୟର ବିକାଶ ଅସମ୍ଭବ । ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବୀକଲ୍ୟାଣ ଯୋଜନା ମାଧ୍ୟମରେ ହିଁ ଦେଶ ତଥା ରାଜ୍ୟର ବିକାଶ ସମ୍ଭବ । ଏହାକୁ ଅନୁଭବ କରି ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ-ବେଗୁନିଆ ଏବଂ ଜଟଣୀ ବ୍ଲକ୍ର ଶହ ଶହ ବିଜେଡି କର୍ମୀ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହେବା ଅବସରରେ ଏମାନେ ନିଜ ମତ ବ୍ୟକ୍ତ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁÂିତ ହୋଇଥିଲା । ଏହି ଅବସରରେ ଜଟଣୀ ବ୍ଲକ ଜାଁଆଳା ପଂଚାୟତ ସମିତି ସଦସ୍ୟ ତଥା ବିଜେଡି ନେତ୍ରୀ ଶ୍ରୀମତୀ ସୁନୀତା ନାୟକ, ବିଶିଷ୍ଟ ଆଦିବାସୀ ଓ ବିଜେଡି ନେତା ଶଂକର୍ଷଣ ନାୟକ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ୨୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଓ ବିଜେଡି ନେତା ରୁଦ୍ର ପ୍ରତାପ ପାଣିଗ୍ରାହୀ, ୨୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଓ ବିଜେଡି ନେତା ପ୍ରଦୀପ ନାୟକ, ବୋଲଗଡ ପଂଚାୟତ ୱାର୍ଡ ମେମ୍ବର ଓ ବିଜେଡି ନେତା ଭାବଗ୍ରାହୀ ନାୟକ, ବିଶିଷ୍ଟ ସମାଜସେବୀ ଓ ବିଜେଡି ନେତା ରାମକୃଷ୍ନ ସାହୁ ନିଜ ନିଜ ଶତାଧିକ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ରାଜ୍ୟ କାର୍ଯ୍ୟାଳୟରେ ପହଂଚିଥିଲେ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁÂିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ଉପ ସବାପତି ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ଶାରଦା ପ୍ରସାଦ ଶତପଥୀ, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସଂପାଦକ ଓ ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ଖୋର୍ଦ୍ଧା ବିଧାନସଭା ପ୍ରାର୍ଥୀ ଜିତୁ ମିତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାଷ ଜେନା, ସ୍ଥାନୀୟ ନେତା ନିକୁଂଜ ପଟ୍ଟନାୟକ, ରବି ପରିଡା, ଜିଲ୍ଲା ପରିଷଦ ସଦସ୍ୟ ସଂଗ୍ରାମ କେଶରୀ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ଏବଂ ଉତରୀୟ ଦେଇ ପାର୍ଟୀକୁ ସ୍ୱାଗତ ଜଣାଇଥିଲେ ।

Share in top social networks!