ହିନ୍ଦୁସ୍ଥାନ କୋକା-କୋଲା ବେଭ୍ରେଜ୍ ପ୍ରା.ଲି ପ୍ରାଇଭେଟ୍ ଲିମିଟେଡ଼୍ ଖୋର୍ଦ୍ଧା ବଟଲିଂ ପ୍ଲାଣ୍ଟରେ ଜୁସ୍ ଲାଇନ୍ ସଂଯୋଗ କଲେ

15697439_1877581455789408_5685456680010991372_nହିନ୍ଦୁସ୍ଥାନ କୋକା-କୋଲା ବେଭ୍ରେଜ୍ ପ୍ରା.ଲି (ଏଚ୍ସିସିବିସିଏଲ୍) ଖୋର୍ଦ୍ଧା ଫୁଡ଼୍ ପାର୍କ ନିକଟରେ ଅବସ୍ଥିତ ଏହାର ବଟଲିଂ ପ୍ଲାଣ୍ଟର ଏକ ଜୁସ୍ ଲାଇନ ସଂଯୋଗ କରିଛନ୍ତି । ମାନନୀୟ ଶିଳ୍ପ , ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ନୂଆ ଭାବରେ ଆରମ୍ଭ କରାଯାଇଥିବା ଷ୍ଟେଟ୍ ଅଫ୍ ଦ ଆର୍ଟ ପିଇଟି ଜୁସ୍ ଲାଇନ୍ର ପରୀକ୍ଷାମୂଳକ ଉପôାଦନ ଆରମ୍ଭ କରିଛ”ି । ଏଚ୍ସିସି ବିପିଏଲ୍ର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କ୍ରୀଷ୍ଣ କୁମାର ଏବଂ ଆଞ୍ଚଳିକ ନିଦେ୍ର୍ଧଶକ-ଦକ୍ଷିଣ ଏସିଆ ପ୍ରେସିଡେ଼ଣ୍ଟ ବଟଲିଂ ଇନ୍ଭେଷ୍ଟମେଣ୍ଟ ଗ୍ରୁପ୍, ଦ କୋକା-କୋଲା କମ୍ପାନୀ ଶ୍ରୀ ଭେଙ୍କଟେସ୍ କିନି, ପ୍ରେସିଡେ଼ଣ୍ଟ, କୋକା-କୋଲା ଇଣ୍ଡିଆ ଏବଂ ଦକ୍ଷିଣ ପୂର୍ବ ଏସିଆ, ଡ଼କ୍ଟର (ପ୍ରଫେସର) ପ୍ରସନ୍ନ କୁମାର ପାଟ୍ଟଶାଣୀ, ମାନନୀୟ ସାଂସଦ ଶ୍ରୀ ରାଜେନ୍ଦ୍ର କୁମାର ସାହୁ, ବିଧାୟକ, ଜିଲ୍ଲା ମାଜିଷ୍ଟେଟ୍ ଖୋର୍ଦ୍ଧା ଏବଂ କମ୍ପାନୀର ଅନ୍ୟାନ୍ୟ ବରିÂ ଅଧିକାରୀବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଷ୍ଟେଟ୍ ଅଫ୍ ଦ ଆର୍ଟ, ସ୍ୱୟଂଚାଳିତ ହାଇସ୍ପିଡ଼୍ ଲାଇନ୍ ୨୫୦ ମିଲିରୁ ୧.୭୫ ଲିଟର ପର୍ଯ୍ୟ” ବିଭିନ୍ନ ଆକାରର ଜୁସ୍ ଉପôାଦନ କରିବେ । କମ୍ପାନୀର ବରିÂ ଅଧିକାରୀବୃନ୍ଦ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ଲାଣ୍ଟକୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କୁ ସମୁଦାୟ ଉପôାଦନ, ଗୁଣାତ୍ମକ ମାନ ଏବଂ ପ୍ୟାକେଜିଂ ପ୍ରକ୍ରିୟା ବିଷୟରେ ବୁଝାଇଥିଲେ ଏବଂ ପ୍ଲାଣ୍ଟ ବୁଲାଇ ଦେଖାଇଥିଲେ । ଏହି ଅବସରରେ ଶ୍ରୀ କ୍ରୀଷ୍ଣ କୁମାର କହିଛ”ି “ନିକଟରେ ଉଦ୍ୟାପିତ ମେକ୍ ଇନ୍ ଇଣ୍ଡିଆ କନ୍କ୍ଲେଭ୍ରେ ଆମ୍ଭେମାନେ ସମ୍ମାନୀୟ ଶିଳ୍ପପତିମାନଙ୍କୁ ଆମ ପ୍ଲାଣ୍ଟ ବୁଲି ଦେଖିବା ପାଇଁ ଅନୁରୋଧ କରିଥିଲୁ ଏବଂ ସେ ଆମର ଅନୁରୋଧ ରକ୍ଷା କରିଛ”ି । ଏହି ପରୀକ୍ଷାମୂଳକ ଉପôାଦନ ଆରମ୍ଭ ଏବଂ ଏହା ପରେ ପରେ ବ୍ୟବସାୟିକ ଉପôାଦନ ଓଡ଼ିଶାରେ ଓ ଭାରତରେ କମ୍ପାନୀର ଦୀର୍ଘକାଳୀନ ବ୍ୟବସାୟ ବିକାଶ ସାଧିତ ହେବ ।

ଏହି ବଟଲିଂ ପ୍ଲାଣ୍ଟ ୨୦୦୦ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା ଏବଂ ଏହା ହେଉଛି ଖୋର୍ଦ୍ଧା ଫୁଡ଼୍ ପାର୍କର ବୃହତମ ଶିଳ୍ପ ମଧ୍ୟରୁ ଅନ୍ୟତମ ଯାହାକି ୧୩ଟି ରାଜ୍ୟର ଆବଶ୍ୟକତା ପୂରଣ କରୁଛି ।

Share in top social networks!