ପାସ୍ ପାସ୍ ପଲ୍ସ୍ ପ୍ରେମୀଙ୍କ ପାଇଁ ନୂଆ ଉତ୍ସାହଜନକ କମଳା ସ୍ୱାଦ

pulseeଧରମ୍ପାଲ୍ ସତ୍ୟପାଲ୍ ଗ୍ରୁପ୍ ପକ୍ଷରୁ କମଳା ସ୍ୱାଦ ଯୁକ୍ତ ନୂଆ “ପାସ୍ ପାସ୍ ପଲ୍ସ୍’ର ବଜାର ପ୍ରବେଶ କରିଛି । କମଳା ସ୍ୱାଦ ହେଉଛି ବେଶ୍ ଲୋକପ୍ରିୟ ଏବଂ ଏହା ସବୁ ବୟସ ବର୍ଗର ବ୍ୟକ୍ତି ବିଶେଷ ମାନଙ୍କ ପସନ୍ଦ । “ପଲ୍ସ୍ ଅରେଞ୍ଜ୍’ର ଖଟାଳିଆ ତତ୍ୱ ସହ କମଳାର ରସୁଆଳ ସ୍ୱାଦ ଗ୍ରାହକମାନଙ୍କ ସ୍ୱାଦ ତନ୍ତ୍ରୀକୁ ଛୁଇଁବ ବୋଲି କମ୍ପାନୀ ଆଶାପୋଷଣ କରିଛି । ଏହି ନୂତନ କ୍ୟାଣ୍ଡି, ପିଲୋ ପ୍ୟାକେଟ୍ରେ ଉପଲବ୍ଧ ହେଉଛି, ଯାହାର ମୂଲ୍ୟ ହେଉଛି ମାତ୍ର ୧ ଟଙ୍କା ।
ପିଜୁଳି, କଂଚା ଆମ୍ବ ସ୍ୱାଦରେ ପାସ୍ ପାସ୍ ପଲ୍ସ୍ ବୃହତ ସଫଳତା ହାସଲ କରିବା ସହ ଏହା ଦେଶର ହୃଦସ୍ପନ୍ଦନ ହୋଇପାରିଛି । କ୍ୟାଣ୍ଡି ସେଗମେଂଟ୍ରେ ପଲ୍ସ ଅରେଞ୍ଜ ହେଉଛି ଡିଏସ୍ ଗ୍ରୁପ୍ର ଆଉ ଏକ ଲୋକପ୍ରିୟ ଉପôାଦ । ଗ୍ରାହକମାନଙ୍କ ଅନ୍ତରର ଆବଶ୍ୟକତା ଓ ବଜାରରେ ବ୍ୟାପକ ଗବେଷଣା କରିବା ପରେ ଯତ୍ନର ସହ ଏହାକୁ ପ୍ରସ୍ତୁତ କରାଯାଇଛି ।
ପଲସ୍ ଅରେଞ୍ଜର ସ୍ଥାନ ପାସ୍ ପାସ୍ ପଲ୍ସ ବ୍ରାଣ୍ଡ୍ ପାଖାପାଖି ରହିବ ଯାହା ଆମ ଜୀବନରେ ଖୁସି ପ୍ରଦାନ କରିବା ଉପରେ ପର୍ଯ୍ୟବେସିତ ରହିଛି । ନୂତନ ବନ୍ଧୁ ସୃଷ୍ଟି କରିବା ହେଉ କିମ୍ବା ପୁରାତନ ବନ୍ଧୁତ୍ୱକୁ ବଜାୟ ରଖିବା, ଏହି ବ୍ରାଣ୍ଡ୍ ସମସ୍ତ ସଂପର୍କକୁ ଅତୁଟ ରଖିବାର ମୁଖ୍ୟ କାରଣ ।
ଗତ କିଛି ମାସ ମଧ୍ୟରେ ଦେଶର ପ୍ରମୁଖ ସହରମାନଙ୍କରେ ଡିଏସ୍ ଗ୍ରୁପ୍ର ପଲ୍ସ ବେଶ୍ ଲୋକପ୍ରିୟ ହୋଇପାରିଛି । ପ୍ରମୁଖ ସହରରେ ପରୀକ୍ଷାମୂଳକ ମାର୍କେଟିଂ ବେଳେ ପଲସ୍ ଅରେଞ୍ଜକୁ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ମିଳିଥିଲା । ଟାର୍ଗେଟ୍ ଗ୍ରୁପ୍ ପାଖରେ ପହଂଚିବା ପାଇଁ ପାସ୍ ପାସ୍ର ବିତରଣ ନେଟୱର୍କକୁ ବ୍ୟବହାର କରି ଏହି କ୍ୟାଣ୍ଡିକୁ ଖୁବ୍ଶୀଘ୍ର ସର୍ବଭାରତୀୟ ବଜାରରେ ଉପଲବ୍ଧ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଛବି ଓ ପହୁଂଚ ବଢ଼ାଇବା ପାଇଁ, ଦୋକାନ ଭିତରେ ଡିସ୍ପ୍ଲେ, ସ୍ୱତନ୍ତ୍ର ମର୍ଚେଣ୍ଡାଇଜ୍ ପ୍ରଚାର, ବିଭିନ୍ନ ପ୍ରକାର ଗ୍ରାହକ ସଂପର୍କ ଅଭିଯାନ ଭଳି ବିଟିଏଲ୍ ଅଭିଯାନର ସହାୟତା ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ, ଏହା ସର୍ବଭାରତୀୟ ସ୍ତରରେ ବଜାର ପ୍ରବେଶ କରିଯିବା ପରେ, ଏହି ବ୍ରାଣ୍ଡ୍କୁ ଅଧିକ ସକ୍ରିୟ କରିବା ପାଇଁ ଏଟିଏଲ୍ ଅଭିଯାନ ଚାଲୁ କରାଯିବାର ଯୋଜନା ରହିଛି ।
୨୦୧୨ରେ ପାସ୍ ପାସ୍ ଚିଙ୍ଗଲ-ମିନି ଚୁଇଙ୍ଗମ୍ର ବଜାର ପ୍ରବେଶ ସହ ଡିଏସ୍ ଗ୍ରୁପ୍ ଚକୋଲେଟ୍ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିଥିଲା । କଂପାନିର ଅନ୍ୟତମ ଅଗ୍ରଣୀ ବ୍ରାଣ୍ଡ୍ ପାସ୍ ପାସ୍ ନିଜକୁ ଚକୋଲେଟ୍ ବ୍ୟବସାୟର ଏକ ପ୍ରମୁଖ ଉପôାଦ ଭାବେ ଉପସ୍ଥାପିତ କରିପାରିଛି । ପାରପମ୍ପରିକ ପୁଦିନା (ମିଂଟ୍) ସ୍ୱାଦ ଠାରୁ ଆରମ୍ଭ କରି ମିନି ଚୁଇଙ୍ଗମ୍ ଚିଙ୍ଗଲ୍ ପର୍ଯ୍ୟନ୍ତ ଡିଏସ୍ କନ୍ଫେକ୍ସନ୍ ମିଂଟ, ଲେମ୍ବୁ, ପାନମଧୁରୀ, ଟୁଟି ଫ୍ରୁଟି ସ୍ୱାଦ ବିଭିନ୍ନ ପ୍ରକାର ବିକଳ୍ପରେ ଉପଲବ୍ଧ ହେଉଛି । ଏହା ୧ ଟଙ୍କିଆ ସାଚେଟ୍, ୫ ଜିପର୍ ଓ ୧୦ ଫ୍ଲିପ୍ଟପ୍ ପ୍ୟାକ୍ରେ ଉପଲବ୍ଧ ହେଉଛି ।

Share in top social networks!