ପଟ୍ରୋଲ ପମ୍ପ ମାନଙ୍କରୁ ଡିଜିଟାଲ ନେଣଦେଣ ବେଳେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ – ଧର୍ମେନ୍ଦ୍ର ପ୍ରଧାନ

15941350_1231056040311306_5738995909002437674_nପେଟ୍ରୋଲ ପମ୍ପ ମାନଙ୍କରୁ ଡିଜିଟାଲ ନେଣଦେଣ ବେଳେ ଗ୍ରାହକ ଓ ପେଟ୍ରୋଲ ପମ୍ପ ଡିଲର ମାନେ କୌଣସି ଅତିରିକ୍ତ ଶୁଳ୍କ ବହନ କରିବେ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଯେ ୨୦୧୬ ଫେବୃଆରୀରେ ସରକାର ଗାଇଡଲାଇନ ଜାରୀ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ମର୍ଚାଂଟ ଡିସକାଉଂଟ ରେଟ (ଏମଡିଆର)ର ଶୁଳ୍କ ଗ୍ରାହକ ମାନଙ୍କ ଠାରୁ ନିଆ ଯିବ ନାହିଁ ଓ ଅଂଶୀଦାର ମାନେ ଏହି ଏମଡିଆର ଶୁଳ୍କକୁ ନିଜ ଉପରେ ନେବାକୁ ଉପଯୁକ୍ତ ଉପାୟ କରିବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୩ ଜାନୁଆରୀ ୨୦୧୭ ପରେ ମଧ୍ୟ ପେଟ୍ରୋଲ ପମ୍ପ ମାନଙ୍କରେ ଡିଜିଟାଲ ନେଣ ଦେଣ ଉପରେ ଅତିରିକ୍ତ ଶୁଳ୍କ ଲାଗିବ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ପମ୍ପ ନେଣ ଦେଣ ଶୁଳ୍କ ଓ ପେଟ୍ରୋଲିୟମ ବିପଣନ କମ୍ପାନୀ ମାନଙ୍କ ମଧ୍ୟରେ ଏକ ବାଣିଜ୍ୟିକ ମଡେଲ ରହିଛି ଯାହାର ସେମାନେ ସମାଧାନ କରିୁବେ । ପେଟ୍ରୋଲ ପମ୍ପ ଡିଲର ମାନଙ୍କର ଆସୋସିଏସନ ଦ୍ୱାରା ଡିଜିଟାଲ ନେଣଦେଣ ଉପରେ ଶୁଳ୍କ ସମ୍ପର୍କୀୟ ପ୍ରସଙ୍ଗ ଉଠାଇବା ପରେ ସରକାର ଏହି ନିଷ୍ପତି ନେଇଛନ୍ତି ।

Share in top social networks!