ଜାନୁୟାରୀ ୨୦ରୁ ଦ୍ୱିତୀୟ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ଉତ୍ସବ-୨୦୧୭

tataalit ଟାଟା ଷ୍ଟିଲ ପକ୍ଷରୁ ଭୁବନେଶ୍ୱରସ୍ଥିତ ଟ୍ରାଇଡେଂଟ ହୋଟେଲରେ ଜାନୁଆରୀ ୨୦ ଓ ୨୧ ତାରିଖ ଦୁଇ ଦିନ ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ଉତ୍ସବ(ଟିଏସ୍ବିଏଲ୍ଏମ୍)ର ଆୟୋଜନ କରାଯିବ । ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦେ୍ଧଶ୍ୟରେ ଟିଏସ୍ବିଏଲ୍ଏମ୍ ସାହିତ୍ୟ ଜଗତର ବିଭିନ୍ନ ବର୍ଗର ଓ ପିଢିର ସାହିତ୍ୟକଙ୍କୁ ଏକତ୍ରିତ କରିବ । ଇଂରାଜୀ, ଓଡ଼ିଆ ଓ ଅନ୍ୟ ଆଂଚଳିକ ଭାଷା ମଧ୍ୟରେ ଏକ ସେତୁ ସୃଷ୍ଟି ତଥା ସାହିତ୍ୟ ପାଇଁ ଆଂଚଳିକ କ୍ଷେତ୍ରରେ ଏକ ଅନ୍ତର୍ଜାତୀୟ ସ୍ତରର ମଂଚର ପରିକଳ୍ପନା ଏହି ସାହିତ୍ୟ ଉତ୍ସବର ମୁଖ୍ୟ ଉଦେ୍ଧଶ୍ୟ ।

ଆଜି ବିଧିବଦ୍ଧ ଭାବେ ଟିଏସ୍ବିଏଲ୍ଏମ୍ ସମ୍ପର୍କରେ ସୂଚନା ଦେଇ ଟାଟା ଷ୍ଟିଲ କର୍ପୋରେଟ୍ କମୁ୍ୟନିକେସନସ୍ ଓ ରେଗୁଲେଟାରି ଏଫେୟାର୍ସ ବିଭାଗର ଗ୍ରୁପ୍ ନିଦେ୍ର୍ଧଶକ ଶ୍ରୀ ଚାଣକ୍ୟ ଚୌଧୁରୀ କହିଥିଲେ ଯେ, ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ଉତ୍ସବ ଓଡ଼ିଶାରେ ଟାଟା ଷ୍ଟିଲର ଏକ ପ୍ରମୁଖ ଓ ବାର୍ଷିକ କାର୍ଯ୍ୟକ୍ରମ । ସାହିତ୍ୟ ଓ କ୍ରୀଡ଼ାର ପ୍ରସାର ମାଧ୍ୟମରେ ଟାଟା ଷ୍ଟିଲ ଏକ ଦାୟିତ୍ୱବାନ କର୍ପୋରେଟ୍ ଭାବେ କାର୍ଯ୍ୟ କରୁଛି । ଓଡ଼ିଶାର ବିଭିନ୍ନ ସମକାଳୀନ ବିଷୟବସ୍ତୁ ଉପରେ ବିଚାରର ଆଦାନ ପ୍ରଦାନ ପାଇଁ ଉପଯୁକ୍ତ ମଂଚ ପ୍ରଦାନ କରିବା ସହିତ ସାହିତ୍ୟ ପ୍ରେମୀଙ୍କୁ ଏକ ଉନ୍ନତମାନର ଅଭିଜ୍ଞତା ପ୍ରଦାନ କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ସେହିପରି ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଂଟ ଓ ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଅରୁଣ ମିଶ୍ର କହିଥିଲେ ଯେ, ସଂସ୍କୃତି ଦୃଷ୍ଟିରୁ ଭାରତର ଅନ୍ୟତମ ସମୃଦ୍ଧ ରାଜ୍ୟ ଓଡ଼ିଶା ଜୟଦେବଙ୍କ ଗୀତ ଗୋବିନ୍ଦଠାରୁ ସାରଳା ଦାସଙ୍କ ମହାଭାରତ ପର୍ଯ୍ୟନ୍ତ ଭାରତୀୟ ସାହିତ୍ୟରେ ସର୍ବଦା ଅଗ୍ରଣୀ ଭୂମିକା ନିର୍ବାହ କରିଛି । ବର୍ତମାନ ସମୟରେ ସତିକାନ୍ତ ମହାପାତ୍ର ଓ ରମାକାନ୍ତ ରଥଙ୍କ ଭଳି କବି ଏବଂ ପ୍ରତିଭା ରାୟଙ୍କ ଭଳି ଲେଖକ ନିଜ କାଳଜୟୀ କୃତି ଦ୍ୱାରା ଓଡ଼ିଶାର ସମ୍ମାନ ବୃଦ୍ଧି କରିଛନ୍ତି । ଟିଏସ୍ବିଏଲ୍ଏମ୍ ମାଧ୍ୟମରେ ସାହିତ୍ୟ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିବା ଓଡ଼ିଆ ସାହିତ୍ୟ, ନାଟକ, ନୃତ୍ୟ, ସଂଗୀତ, ଚଳଚ୍ଚିତ୍ର, ସାମ୍ବଦିକତା ଓ ରାଜନୀତି ଜଗତର ଶ୍ରେÂ ବ୍ୟକ୍ତିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଉଛି ।

ସାହିତ୍ୟ ଉତ୍ସବର ବୃହତ୍ ଉଦେ୍ଧଶ୍ୟ ଏବଂ ଓଡ଼ିଆ ସାହିତ୍ୟର ପ୍ରସାର ପାଇଁ ଗ୍ରୁପ୍ର ପ୍ରତିବଦ୍ଧତା ସ୍ୱରୁପ ସମ୍ବାଦ ଗ୍ରୁପ୍ ଟିଏସ୍ବିଏଲ୍ଏମ୍ ସହିତ ଜଡ଼ିତ ହୋଇଛି ବୋଲି ଏହି ଅବସରରେ ସମ୍ବାଦ ଗ୍ରୁପ୍ର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ମୋନିକା ନାୟକ ପଟ୍ଟନାୟକ ମତ ପ୍ରକାଶ କରିଥିଲେ ।

ଓଡ଼ିଆ ନାଟ୍ୟ ଜଗତର ସୁପରିଚିତ ବ୍ୟକ୍ତିତ୍ୱ ଶ୍ରୀ ଅନନ୍ତ ମହାପାତ୍ର ଦ୍ୱିତୀୟ ଭୁବନେଶ୍ୱର ସାହିତ୍ୟ ଉତ୍ସବ୍କୁ ବୃହତ୍ ଓ ଉନ୍ନତ ସ୍ତରରେ ଆୟୋଜନ କରୁଥିବାରୁ ଟାଟା ଷ୍ଟିଲର ପଦକ୍ଷେପକୁ ପ୍ରଶଂସା କରିଥିଲେ ।

ଚଳିତ ବର୍ଷ ଟିଏସ୍ବିଏଲ୍ଏମ୍ରେ ସତିକାନ୍ତ ମହାପାତ୍ର, ରମାକାନ୍ତ ରାଉତ, ଦେବୀ ପ୍ରଶନ୍ନ ପଟ୍ଟନାୟକ. ପ୍ରତିଭା ରାୟ, ହରପ୍ରଦାଦ ଦାସ ଓ ଗୌରହରୀ ଦାସ ଭଳି ଓଡ଼ିଆ ସାହିତ୍ୟ ଜଗତର ବିଶାରଦ ବକ୍ତା ଭାବେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ସାହିତ୍ୟ ଜଗତର ବିଦ୍ୱାନ, ବିଚାରକ ଓ
ପ୍ରତିÂିତ ଲେଖକ ଅମିତାଭ ଘୋଷଙ୍କ ସହିତ ସାହିତ୍ୟ ଜଗତର ନୂତନ ସ୍ୱର କନିଷ୍କ ଥରୁର, ଆଲବର୍ଟ ଫନ୍ସ ଓ ଷ୍ଟିଫେନ୍ କେଲମେନ୍, ପ୍ରତିÂିତ ସାମ୍ବାଦିକ ବର୍ଖା ଦତ, ପରିଚିତ ଚଳଚ୍ଚିତ୍ର, ମଂଚ ଓ ଟିଭି ଦୁନିଆର ପରିଚିତ ବ୍ୟକ୍ତିତ୍ୱ ରଜତ କପୁର, ସୁମନ ମୁଖୋପାଧ୍ୟାୟ ଓ ଅନନ୍ତ ମହାପାତ୍ର ଓ ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ନାସିର ହୁସେନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମର ଏକ ମୁଖ୍ୟାଂଶ ହେଉଛି, ପ୍ରଥମ ଥର ପାଇଁ ଓଡ଼ିଆ ମଂଚରେ ଅନନ୍ତ ମହାପାତ୍ରଙ୍କ ନିଦେ୍ର୍ଧଶନାରେ ଉକôଳ ରଙ୍ଗମଞ୍ଚ ଟ୍ରଷ୍ଟ ପକ୍ଷରୁ ପ୍ରଦର୍ଶିତ ହେବାକୁଥିବା ୱିଲିୟମ୍ ସେକ୍ସପିୟରଙ୍କ କିଙ୍ଗ୍ ଲିୟରଙ୍କ କାହାଣୀକୁ ମଂଚସ୍ଥ କରାଯିବ ।

ଟିଏସ୍ବିଏଲ୍ଏମ୍ ସାହିତ୍ୟ ଜଗତର ପ୍ରତିÂିତ ବ୍ୟକ୍ତିଙ୍କୁ ନିଜ ଭାବ ପରିପ୍ରକାଶ କରିବାର ସୁଯୋଗ ପ୍ରଦାନ କରିବା ସହିତ ବିଭିନ୍ନ ଅଧିବେସନ ସାହିତ୍ୟ ପଢୁଥିବା ବ୍ୟକ୍ତିଙ୍କୁ ଆକର୍ଷିତ କରିବ । ଏହି କାର୍ଯ୍ୟକ୍ରମ ଏକ ବରିÂ ପାଠକ ମଣ୍ଡଳୀ ଦ୍ୱାରା ପ୍ରସ୍ତୁତ ହୋଇଥିବାରୁ ଏହି କାର୍ଯ୍ୟକ୍ରମ ପାଇଁ ଉନ୍ନତ ବକ୍ତା ଓ ଲେଖକଙ୍କୁ ଚୟନ କରାଯାଇଛି । ଜାତୀୟ ସ୍ତରର ସାହିତ୍ୟ ଉତ୍ସବ ମଧ୍ୟରେ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ଏହି କାର୍ଯ୍ୟକ୍ରମ ପ୍ରମୁଖ ଭୂମିକା ନିର୍ବାହ କରିବ ।

Share in top social networks!
Powered By Indic IME