ଗୁରୁ କେଳୁଚରଣ ମହାପାତ୍ରଙ୍କ ଜୟନ୍ତି ଅବସରରେ ଓଡ଼ିଶୀ ନୃତ୍ୟ “ମଙ୍ଗଳାଚରଣରୁ ମୋକ୍ଷ” ରେ ଗୁରୁଜୀଙ୍କୁ ସ୍ମରଣ

sujataaଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଦ୍ବାରା ଓଡ଼ିଶୀ ନୃତ୍ୟର ଆବିଷ୍କର୍ତ୍ତା ଓ ପ୍ରଭାହକ ଓ ଗବେଷକ ପଦ୍ମବିଭୁଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜୟନ୍ତି ଅବସରରେ ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ଆଜି ଆୟୋଜିତ ହୋଇଥିଲା ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ “ମଙ୍ଗଳାଚରଣରୁ ମୋକ୍ଷ” ।

ପ୍ରଥେମ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଛୋଟ ଛୋଟ ଶିଳ୍ପୀମାନଙ୍କୁ ନେଇ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳୀ ପରିବେଷଣ ଯାହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଦିଲ୍ଲୀପ ଏବଂ ଭରତ ପରେ ପରେ ସୁଜାତା ମହାପାତ୍ରଙ୍କ ଦ୍ବାରା ମଙ୍ଗଳାଚରଣ “କେକୀକଂ ରାମସ୍ତୁତି” । ତାପରେ ପରିବେଷିତ ହୋଇଥିଲା ଓଡ଼ିଶୀ ଗବେଷଣା କେନ୍ଦ୍ରର କଳାକାରମାନଙ୍କ ଦ୍ବାରା “ବଟୁ ନୃତ୍ୟ” ଯାହାର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀମତୀ ଲୀନା ନନ୍ଦ । ଯେଉଁଥିରେ ନୃତ୍ୟରତ ଶିଳ୍ପୀମାନେ ହେଲେ ଭାରତୀ ମିଶ୍ର, ଭାଗିରଥୀ, ଅନ୍ନପୂର୍ଣ୍ଣା, ରଘୁ ଏବଂ ପ୍ରଶାନ୍ତ । ପରବର୍ତ୍ତୀ ପରିବେଷଣ ଥିଲା ଶ୍ରୀମତୀ ଲୀନା ନନ୍ଦଙ୍କ ଓ ମୁନମୁନ ଚକ୍ରବର୍ତ୍ତୀଙ୍କ ଦ୍ବାରା ପଲ୍ଲବୀ ପରେ ପରେ ମୀରା ଦାସଙ୍କ ଦ୍ବାରା ଅଭିନୟ “ସଖୀ ହେ” ଏବଂ ଦୁଶ୍ମନ୍ତ, ତ୍ରୀଲୋଚନ ଓ ସୋମ୍ୟା ବୋଷଙ୍କ ଦ୍ବାରା ଅଭିନୟ “ଶୀବ ତାଣ୍ଡବ” । କାର୍ଯ୍ୟକ୍ରମର ଶେଷ ପରିବେଷଣ ଥିଲା ସମସ୍ତ ନୃତ୍ୟଶିଳ୍ପୀଙ୍କୁ ନେଇ “ମୋକ୍ଷ” ।

ଆଜି ସଂଧ୍ୟାର ଅତିଥି ଥିଲେ ବିଶିଷ୍ଟ ପ୍ରଶାସକ ଓ ଗବେଷକ ଡ଼. ସୁବାସ ପାଣି, ଡ଼. ଏସ. କେ. ତାମୋଟିଆ, ଓଡ଼ିଶୀ ନୃତ୍ୟ ବିଶାରଦା ଶ୍ରୀମତୀ କୁମକୁମ୍ ମହାନ୍ତି, ଓଡ଼ିଶା ସଙ୍ଗୀତା ନାଟକ ଏକାଡ଼େମୀର ସଚିବ ଶ୍ରୀଯୁକ୍ତ ପ୍ରଦୀପ ମିଶ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ ।

Share in top social networks!
Powered By Indic IME