ଜୁନିୟର ହକି ବିଶ୍ୱକପରେ ଭାରତକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନେଇଥିବା ଖେଳାଳୀ ମାନଙ୍କୁ ସମ୍ବର୍ଧିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dphockeyଜୁନିୟର ହକି ବିଶ୍ୱକପ ପ୍ରତିଯୋଗିତାରେ ଭାରତୀୟ ଦଳକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କରେ କାର୍ଯ୍ୟରତ ଖେଳାଳୀ ମାନଙ୍କୁ ରବିବାର ଦିନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବର୍ଧନା କରିଛନ୍ତି ।

ଡିସେମ୍ବର ମାସରେ ଲକ୍ଷ୍ନୌ ଠାରେ ଆୟୋଜିତ ବିଶ୍ୱ କପ ଜୁନିୟର ହକି ପ୍ରତିଯୋଗିତାର ଫାଇନାଲରେ ଭାରତ ଶକ୍ତିଶାଳୀ ବେଲଜିୟମକୁ ପରାଜିତ କରି ବିଜୟୀ ହୋଇଥିଲା । ଏହି ବିଜୟୀ ଭାରତୀୟ ଟିମରେ ପାଂଚ ଜଣ ଖେଳାଳୀ ରାଷ୍ଟ୍ରାୟତ ଉଦ୍ୟୋଗ ଓଏନଜିସିର ଥିବା ବେଳେ ୫ ଜଣ ଖେଳାଳୀ ବିପିସିଏଲର ରହିଥିଲେ । ଓଏନଜିସି ଖେଳାଳୀ ଗୁରୁଚରଣ ସିଂହ, ସିମରନଜିତ ସିଂହ ଓ ମନଦୀପ ସିଂହ ସେମି ଫାଇନାଲ ଓ ଫାଇନାଲରେ ଗୋଲ କରି ଭାରତକୁ ବିଜୟୀ କରାଇବାରେ ସହାୟକ ହୋଇଥିଲେ ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଜୁନିୟର ବିଶ୍ୱକପରେ ଏହି ଖେଳାଳୀ ମାନେ ନିଜର ଉକ୍ରୃଷ୍ଟ ଖେଳ ପ୍ରଦର୍ଶନ କରିଥିବାରୁ ଏହି ବିଜୟ ହାସଲ ହୋଇ ପାରିଛି । ଓଏନଜିସି ଓ ବିପିସିଏଲ ପରି କର୍ପୋରେଟ ସଂସ୍ଥା ମାନେ ଯୁବ ପ୍ରତିଭା ମାନଙ୍କୁ ଖୋଜି ସେମାନଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଏହା ପ୍ରଶଂସନୀୟ
ବୋଲି ସେ କହିଥିଲେ । ଉଲ୍ଲେଖନୀୟ ଯେ ଭାରତ ଦ୍ୱିତୀୟ ଥର ପାଇଁ ଏହି ବିଶ୍ୱକପ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି । ପୂର୍ବରୁ ୨୦୦୧ ମସିହାରେ ପ୍ରଥମ ଥର ପାଇଁ ଭାରତ ଚାମ୍ପିୟାନ ହୋଇଥିଲା ।

Share in top social networks!