ଓଡ଼ିଶାରେ ଦକ୍ଷତା ବିକାଶ ଅଭିଯାନରେ ନାଲ୍କୋର ଭୂମିକା ପ୍ରଶଂସନୀୟ : କେନ୍ଦ୍ର ଖଣି ସଚିବ

nrtcnalcoଓଡ଼ିଶାରେ ଦକ୍ଷତା ବିକାଶ ଅଭିଯାନରେ ନାଲ୍କୋ ଶିଳ୍ପାନୁÂାନଗୁଡ଼ିକ ମଧ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି କେନ୍ଦ୍ର ଖଣି ସଚିବ ଶ୍ରୀ ବଲବିନ୍ଦର କୁମାର, ଆଇ.ଏ.ଏସ୍. କହିଛନ୍ତି । ନାଲ୍କୋ ଗତ ବର୍ଷ ୧୬,୦୦୦ ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ପ୍ରଦାନ କରିଥିବା ବେଳେ ୨୦୧୬-୧୭ରେ ୧୮,୦୦୦ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି ବୋଲି ଶ୍ରୀ କୁମାର କହିଥିଲେ । ୮ ଜାନୁୟାରୀରେ ଗୋଠପାଟଣା ଠାରେ ଦକ୍ଷତା ବିକାଶ ପାଇଁ ଉଦ୍ଧିଷ୍ଟ ନାଲ୍କୋର ଉକôର୍ଷତା କେନ୍ଦ୍ର (ଉରଦ୍ଭଗ୍ଧrର କ୍ଟଲ ଋଙ୍ଘମରକ୍ଷକ୍ଷରଦ୍ଭମର) ର ଉଦ୍ଘାଟନ କରି ଶ୍ରୀ କୁମାର ଏହା କହିଥିଲେ । ଦକ୍ଷତା ବିକାଶ ଦ୍ୱାରା ଦେଶର ଯୁବଗୋÂୀଙ୍କୁ ବଳିÂ କରିବା ପାଇଁ ନାଲ୍କୋ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରି ଶ୍ରୀ କୁମାର କମ୍ପାନୀର ଏହି ନୂତନ କେନ୍ଦ୍ରଟି ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ୍ ସ୍କିଲ୍ ଡେଭେଲପ୍ମେଂଟ କର୍ପୋରେସନ୍ (ଏନ୍.ଏସ୍.ଡି.ସି.) ଏବଂ ନ୍ୟାସନାଲ୍ ସ୍କିଲ୍ ଡେଭେଲପ୍ମେଂଟ ଫଣ୍ଡ୍ (ଏନ୍.ଏସ୍.ଡି.ଏଫ୍.) ସହିତ ନାଲ୍କୋ ପକ୍ଷରୁ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଏହି ଉକôର୍ଷତା କେନ୍ଦ୍ରଟିର ପ୍ରତିÂା କରାଯାଇଛି । ଏହି ଅବସରରେ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ ସଂପ୍ରତି ଭାରୀ ଯନ୍ତ୍ରକୁ ଚାଳନା କରୁଥିବା ଅପରେଟର୍ମାନଙ୍କ ସଂଖ୍ୟା ଅବଶ୍ୟକତା ତୁଳନାରେ କମ୍ ଅଛି ଏବଂ ଆଗାମୀ ୩ ରୁ ୪ ବର୍ଷ ମଧ୍ୟରେ ଏହି ଅପରେଟର୍ଙ୍କ ଆବଶ୍ୟକତା ପ୍ରାୟ ୩୦,୦୦୦ ହେବ । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ନାଲ୍କୋ ପକ୍ଷରୁ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଉଛି ବୋଲି ଡଃ ଚାନ୍ଦ ସୂଚନା ଦେଇଥିଲେ ।
ଏହି ଅବସରରେ, ଖଣି ସଚିବ, ନାଲ୍କୋର ଏନ୍.ଆର୍.ଟି.ସି. ଠାରେ ଏକ ୫୦ କିଲୋୱାଟ୍ କ୍ଷମତା ବିଶିଷ୍ଟ ରୁଫ୍ଟପ୍ ସୌରବିଦୁ୍ୟତ ବ୍ୟବସ୍ଥାର ଲୋକାର୍ପଣ ମଧ୍ୟ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ନାଲ୍କୋର ନିଦେ୍ର୍ଧଶକବୃନ୍ଦ ଏବଂ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!