ଡାକ୍ତରୀ ପ୍ରବେଶିକା ପରୀକ୍ଷା ଓ ଓଡିଆଭାଷା ।

net
ଡକ୍ଟର ସୁବ୍ରତ କୁମାର ପୃଷ୍ଟି
ଗତ କିଛି ଦିନ ଧରି ସର୍ବଭାରତୀୟ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ମୁଦ୍ରଣ କରିବା ଦାବି ଜୋର ଧରିଛି । ଯଦିଓ ଏହିଦାବି ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିÂା ଦାବି ସମୟରୁ କରାଯାଉଛି, ତଥାପି ବିଧିବଦ୍ଧ ଭାବରେ ୪ବର୍ଷ ତଳୁ ସର୍ବଭାରତୀୟ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସାମିଲ ହେବା ପରଠାରୁ ଶିକ୍ଷାବିତ ଓ ବୁଦ୍ଧିଜୀବୀଗଣ ଏହା ସପକ୍ଷରେ ସ୍ୱର ଓଠାଇ ସରକାରଙ୍କୁ ସଚେତନ କରିବାରେ ପ୍ରୟାସୀ ଅଛନ୍ତି ।
ଦେଶର ମୋଟ ଡାକ୍ତରି ଶିକ୍ଷାନୁÂାନ ମଧ୍ୟରୁ ୬୦% ଥିବା ବେସରକାରି ଡାକ୍ତରି ଶିକ୍ଷାନୁÂାନରେ ନାମ ଲେଖା ମନୋନୟନ ପଦ୍ଧତିରେ ସରକାରଙ୍କ ଅଙ୍କୁଶ ନ ଥିବାରୁ ଡାକ୍ତରି ଶିକ୍ଷାର ବ୍ୟବସାୟୀକରଣକୁ ବନ୍ଦ କରିବା ସହିତ ଦେଶର ଚିକିତ୍ସା କ୍ଷେତ୍ରକୁ ସ୍ୱଚ୍ଛ ଓ ଉକ୍ରର୍ଷତାପାଇଁ ସମଗ୍ର ଦେଶରେ ଏକକ ପ୍ରବେଶିକା ପରୀକ୍ଷା ପ୍ରଚଳନ କରାଇବାକୁ ମାନ୍ୟବର ସୁପ୍ରିମକୋର୍ଟ ସିମରନ ଜୈନ ମାମଲା(୩୮୦(ସି)୨୦୦୯) ପରିପ୍ରେକ୍ଷୀରେ ଭାରତୀୟ ଚିକିତ୍ସା ପରିଷଦ(ଗରୟସମବକ୍ଷ ଉକ୍ଟଙ୍କଦ୍ଭମସକ୍ଷ କ୍ଟଲ ଓଦ୍ଭୟସବ) ମତ ଲୋଡିବାରୁ ଫେବୃଆରୀ୨୦୧୨ ସୁଦ୍ଧା ଏହା କରାଯିବ ବୋଲି ସତ୍ୟପାଠ ଦାଖଲ କଲେ । ନୂତନ ଭାବରେ ପ୍ରଚଳନ ହେବାକୁ ଥିବା ଏହି ସର୍ବଭାରତୀୟ ସ୍ତରରେ ଏକକ ଡାକ୍ତରି ନାମଲେଖା ପ୍ରବେଶିକା ପରୀକ୍ଷାପାଇଁ ସିଲାବସ ପ୍ରସ୍ତୁତି, ପରୀକ୍ଷାର ମାଧ୍ୟମ ଏବଂ ସ୍ଥାନ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କରେ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରିବାପାଇଁ କେନ୍ଦ୍ରସରକାର ୨୯.୧୧.୨୦୧୧ରେ ଏକ ପରାମର୍ଶଦାତା କମିଟି ଗଠନ କରିଥିଲେ । ଏହି କମିଟି ଏକାଧିକ ଥର ବସିବା ପରେ ୨୩.୦୮.୨୦୧୨ରିଖ ବୈଠକରେ ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରସ୍ତୁତିକୁ ବିରୋଧ କରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ପଶ୍ଚିମବଙ୍ଗ ରାଜ୍ୟର ସ୍ୱାସ୍ଥ୍ୟ ସଚିବ କହିଥିଲେ – “ସଂଖ୍ୟାଧିକ ପିଲା ମାତୃଭାଷାରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରୀୟ ଶିକ୍ଷାଲାଭ କରୁଥିବାରୁ କେବଳ ହିନ୍ଦୀ ଓ ଇଂରାଜୀରେ ପ୍ରଶ୍ନପତ୍ର ମୁଦ୍ରଣ କଲେ ସେମାନେ ବୁଝିପା୍ରିବେନାହିଁ । ଫଳରେ ସଠିକ ଉତ୍ତର ଦେଇ ନ ପାରି ବହୁ ମେଧାବୀ ପିଲା ଡାକ୍ତର ହେବାରୁ ବଞ୍ଚôତ ହେବେ । ଏହା ଗରିବ ପିଲାଙ୍କ ସ୍ୱାର୍ଥ ଅନୁକୂଳ ହୋଇ ନ ଥିବାବେଳେ କେବଳ ଇଂରାଜୀ ଓ ହିନ୍ଦୀ ମାଧ୍ୟମର ପିଲାଙ୍କ ସ୍ୱାର୍ଥକୁ ଲକ୍ଷ୍ୟ ରଖି କରାଯାଇଛି । ତେଣୁ ମାତୃଭାଷାରେ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ପ୍ରାଦେଶିକ ଭାଷାରେ ଅନୁÂିତ କରାଯାଉ ।” ପ୍ରକାଶଥାଉକି, ସେହି ୪ଟି ରାଜ୍ୟର ଦାବି ଗୃହୀତ ହେବା ପରେ ହିଁ ବୈଠକ ସମାପ୍ତ ହେଲା । ଏହି ବୈଠକରେ ଓଡ଼ିଶାର ସରକାରଙ୍କ ପ୍ରତିନିଧି ଭାବରେ ଓଡିଶା ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ ବଦଳରେ ଜଣେ ଯୁଗ୍ମସଚିବ ଉପସ୍ଥିତି ଥାଇ ବିନା ପ୍ରତିବାଦରେ କମିଟିର ସମସ୍ତ ସର୍ତ୍ତ ମାନିନେଇ ଥିବାବେଳେ ଅନ୍ୟ ରାଜ୍ୟର ପ୍ରତିନିଧିଙ୍କ ଭଳି ଏହି ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ପ୍ରସ୍ତୁତ କରିବାକୁ ଦାବି କରି ନ ଥିଲେ ।
ଏହି ଘଟଣା ଜଣାପଡିବା ପରେ ଅନ୍ୟ ରାଜ୍ୟର ଭାଷା ଭଳି ଓଡିଶାର ରାଜ୍ୟଭାଷା ଓଡିଆରେ ଏହି ପ୍ରବେଶିକା ପରୀକ୍ଷା ଓଡିଆରେ କରିବାକୁ ୧୮.୯.୨୦୧୨ରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ମୁଁ ଓ ପ୍ରାକ୍ତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀଯୂକ୍ତ ପ୍ରଦିପ୍ତ ମହାପାତ୍ରକୁ ସାକ୍ଷାତ କରି ଏ ବିଷୟରେ ଆଲୋଚନା ପୂର୍ବକ ରାଜ୍ୟ ସରକାରଙ୍କୁ ଏ ବିଷୟରେ ପତ୍ର ପ୍ରଦାନ କରି ଦୃଢ ଦାବି ସହିତ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଅନୁରୋଧପତ୍ର ପ୍ରେରଣ କରିଥିଲା । ୨୦.୯.୨୦୧୨ରିଖରେ ଶାସ୍ତ୍ରୀୟ ଓଡିଆ କ୍ରିୟାନୁÂାନ କମିଟି ଅଧ୍ୟକ୍ଷ ତଥା ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ମାନବ ସମ୍ବଳ ବିକାଶ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ପତ୍ର ଲେଖି ଓଡିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଦାବି ଜଣାଇଥିଲେ । ୨୨.୯.୨୦୧୨ରେ ଆଞ୍ଚଳିକ ଭାଷା ଭାବରେ ମରାଠୀ ଓ ଅହମିୟା ଭାଷାରେ ଉକ୍ତ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ମୁଦ୍ରଣ ହେବ ବୋଲି କେନ୍ଦ୍ର ସରକାରଙ୍କ ସ୍ୱୀକାରୋକ୍ତି ତଥା ଓଡିଶା ସରକାର ଏ ବିଷୟରେ କୌଣସି ଦାବି କରି ନ ଥିବାରୁ ଏବଂ ଇଂରାଜୀରେ ପ୍ରଶ୍ନପତ୍ର ମୁଦ୍ରଣ ହେଲେ କୌଣସି ଆପତ୍ତି ନାହିଁ ବୋଲି ପୂର୍ବ ବୈଠକମାନଙ୍କରେ ସମ୍ମତି ଦେଇଥିବାରୁ ଓଡିଆରେ ପ୍ରଶ୍ନପତ୍ର ମୁଦ୍ରଣର ଆବଶ୍ୟକ ନାହିଁ ବୋଲି କେନ୍ଦ୍ରର ସ୍ପଷ୍ଟିକରଣ କରିବା ପରେ ଏଥିପାଇଁ ରାଜ୍ୟ ସରକାରଙ୍କ ଓଡିଆ ବିରୋଧୀ ମାନସିକତାକୁ ତୀବ୍ର ଭର୍ତ୍ସନା କରି ଡାକ୍ତରି ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ କରିବା ତଥା ଏହି ପ୍ରବେଶିକା ପରୀକ୍ଷାପାଇଁ ଓଡିଶାରେ ଚିହ୍ନିତ ୨ଟି ବଦଳରେ ଅଧିକ କେନ୍ଦ୍ର ସ୍ଥାପନପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରନ୍ତୁ ବୋଲି ୨୪.୯.୨୦୧୨ରେ ଓଡିଆଭାଷା ସୁରକ୍ଷା ଅଭିଯାନ ପକ୍ଷରୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଦାବି କରିବା ସହିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧପତ୍ର ପ୍ରଦାନ କରିଥିଲେ । ଏହାର ଉତ୍ତରରେ ସେହିଦିନ ଓଡିଶାର ସ୍ୱାସ୍ଥ୍ୟ ସଚିବ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ ଓଡ଼ିଶା ଛାତ୍ରଛାତ୍ରୀ ନିଜର ଦକ୍ଷତା ପ୍ରତିପାଦନ କରିବାରେ ସର୍ବଭାରତୀୟ ସ୍ତରରେ ବିଫଳ ହେବାର ଆଶଙ୍କା ଥିବାରୁ ଓଡିଶା ଡାକ୍ତରୀ ଶିକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଓଡ଼ିଶା ସମ୍ପୃକ୍ତ ନ ହୋଇ ପୂର୍ବପରି ଙଔଋଋ ମାଧ୍ୟମରେ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷା କରାଇବ । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ ଯେ “ଘଋଋଞ ମାଧ୍ୟମରେ ନାମ ଲେଖା ହେଲେ ବାହାର ରାଜ୍ୟର ପିଲାମାନେ ଓଡ଼ିଶାର ମେଡ଼ିକାଲ କଲେଜରେ ନାମଲେଖାଇବାଦ୍ୱାରା ରାଜ୍ୟ ଘୋଷଣା କରିଥିବା କଟକଣା ଏମାନଙ୍କପାଇଁ ଲାଗୁ ହୋଇପାରିବ ନାହିଁ ।” ଅଥଚ କେନ୍ଦ୍ର ଅନୁରୋଧକ୍ରମେ କିଛିଦିନ ପରେ ଓଡିଶା ପୁଣି ଥରେ ସର୍ବଭାରତୀୟ ଏକକ ଡାକ୍ତରି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବ ବୋଲି ଘୋଷଣା କରିଥିଲେ ମଧ୍ୟ ଓଡିଆରେ ପ୍ରଶ୍ନପତ୍ର ଛାପିବା ଦାବି କରି ନ ଥିଲା । ଏପରିକି ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ୧୮.୭.୨୦୧୩ରେ ସର୍ବଭାରତୀୟ ଏକକ ଡାକ୍ତରି ପ୍ରବେଶିକା ପରୀକ୍ଷାକୁ ବାଧ୍ୟତାମୂଳକ ନୁହେଁ ବୋଲି ରାୟ ପ୍ରଦାନ କରିଥିବା ସତ୍ତେ୍ୱ ଓଡିଶା ସେଥିରୁ ଓହରି ଆସି ନ ଥିଲା ତଥା ଏହି ସର୍ବଭାରତୀୟ ଏକକ ଡାକ୍ତରି ପ୍ରବେଶିକା ପରୀକ୍ଷା ଘଋଋଞ ବଦଳରେ ୪ମଇ ୨୦୧୪ରିଖରେ ଆୟୋଜିତ ଇଓଚଗଞରେ ଅଂଶଗ୍ରହଣ କରିଥିଲା ।
ଏବେ ୨୧.୧୨.୨୦୧୬ରିଖ ଦିନ ଘଋଋଞ ବିଜ୍ଞପ୍ତି ପ୍ରକାଶିତ ହେବାପରେ ଇଂରାଜୀ, ହିନ୍ଦୀ ଓ ଉର୍ଦ୍ଧୁ ସମେତ ୬ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ପ୍ରଶ୍ନପତ୍ର ମୁଦ୍ରଣ ହେବାଦ୍ୱାରା ମୋଟ ୨୪ଟି ରାଜ୍ୟର ପିଲାମାନେ ନିଜ ଭାଷାରେ ପରୀକ୍ଷା ଦେଇ ଡାକ୍ତର ହେବାର ସ୍ୱପ୍ନକୁ ଚରିତାର୍ଥ କରିବାକୁ ଯାଉଥିବାବେଳେ ଓଡିଆପିଲା ଏହି ସୁଯୋଗରୁ ବଞ୍ଚôତ ହେବେ ବୋଲି ଗଣମାଧ୍ୟମରେ ପ୍ରଚାରିତ ହେବାରୁ ହଠାତ ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ ଏଥିରେ ହସ୍ତକ୍ଷେପ କରିବାକୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ । ଦୁଃଖର କଥା ହେଲା ଏହି ପତ୍ରରେ ଚଳିତ ବର୍ଷ ବଦଳରେ ଆସନ୍ତା ବର୍ଷଠାରୁ ଘଋଋଞ ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ମୁଦ୍ରଣ କରିବା ଅନୁରୋଧ ହିଁ ରାଜ୍ୟ ସରକାରଙ୍କ ଅନିଚ୍ଛା ଭାବକୁ ସ୍ପଷ୍ଟ ପ୍ରମାଣ କରେ ।
ଭାରତରେ ମୋଟ ୪୧୨ଟି ଡାକ୍ତରି ଶିକ୍ଷାନୁÂାନ ଥିବାବେଳେ ସେଥିରୁ ସରକାରି ୧୮୮ ଓ ବେସରକାରି ୨୨୪ । ଏସବୁ ଶିକ୍ଷାନୁଷ୍ଟାନରେ ମୋଟ ୫୨,୭୬୫ଟି ଡାକ୍ତରି ସିଟ ଥିବାବେଳେ ସରକାରୀ ସିଟ ସଂଖ୍ୟା ମାତ୍ର ୨୩,୦୦୦ । ଓଡିଶାରେ ୩ଟି ସରକାରି ମେଡିକାଲ କଲେଜ ସିଟ ୬୫୦ ଭିତରେ ସୀମିତ ଥିବାବେଳେ ୪ଟି ବେସରକାରି କଲେଜରେ ମୋଟ ୫୦୦ସିଟ ରହିଛି । ଅର୍ଥାତ ସର୍ବଭାରତୀୟ ସ୍ତରରେ ଓଡିଶା ଡାକ୍ତରି ଶିକ୍ଷାରେ ବହୁତ ପଛରେ ପଡିଛି । ଘଋଋଞ ପରୀକ୍ଷାଦ୍ୱାରା ଅଧିକ ଡାକ୍ତରି ଶିକ୍ଷାନୁÂାନ ନ ଥିବା ଓଡିଶା ବିଶେଷ ଉପକୃତ ହେବ । କାରଣ ପ୍ରତ୍ୟେକ ରାଜ୍ୟରେ ଥିବା ମେଡ଼ିକାଲ କଲେଜର ୮୫% ସିଟ କେବଳ ସେହି ରାଜ୍ୟର ପିଲାମାନଙ୍କପାଇଁ ସଂରକ୍ଷିତ ହୋଇ ରହିବ । ଅବଶିଷ୍ଟ୧୫% ସିଟ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତାପାଇଁ ମୁକ୍ତ ରଖାଯିବ । ତେଣୁ ଓଡିଶା ପୂର୍ବପରି୧୫% ସିଟ ଅର୍ଥାତ ୧୭୩ଟି ସିଟ ସର୍ବଭାରତୀୟ ପିଲାମାନଙ୍କପାଇଁ ପୂର୍ବପରି ଛାଡ଼ୁଥିବାବେଳେ ସର୍ବଭାରତୀୟ ସ୍ତରରେ ଥବା ମୋଟ ୫୨୭୬୫ ସିଟରୁ ୭୯୧୫ (ଗଈଈଝ/ଈଊଝ) ଏବଂ ୨୦୬୦୦ ସିଟ ମଧ୍ୟରୁ ୩୦୯୦ସିଟ (ଗଝ/ଗଊ)ପାଇଁ ଓଡିଶାର ପିଲାମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଅର୍ଥାତ ପୂର୍ବରୁ ଓଡିଶାର ୧୧୫୦(ଗତ ୨ବର୍ଷ ତଳେ ସରକାରି କଲେଜ ସିଟ ବଢିବା ପରେ) ଡାକ୍ତରି ସିଟ ମଧ୍ୟରୁ ୯୭୭ସିଟ ଓଡିଆ ପିଲାଙ୍କପାଇଁ ସଂରକ୍ଷିତ ଥିଲା ଓ ଓଡିଆ ଡାକ୍ତର ବାହାରୁଥିଲେ । ଏବେ ଆମ ପିଲାମାନଙ୍କପାଇଁ ଆହୁରି ୧୧୦୦୫ ସିଟପାଇଁ ପ୍ରତିଯୋଗିତାର ବାଟ ଫିଟିଛି । ଏଥିରୁ ଯଦି ୧୦% ପିଲା ସଫଳ ହୁଅନ୍ତି, ତେବେ ପ୍ରତିବର୍ଷ ଓଡିଶାରୁ ୨୧୮୨(୧୧୦୫+୯୭୭+୧୦୦) ଜଣ ଡାକ୍ତର ବାହାରିବେ । ଅଧିକା ୧୧୦୫ ଡାକ୍ତରପାଇଁ ରାଜ୍ୟ ସରକାରଙ୍କୁ ଆଉ ୧୦ଟି ଶିକ୍ଷାନୁÂାନ ଖୋଲିବାକୁ ପଡିବନାହିଁ ।
ବର୍ତ୍ତମାନ ସର୍ବଭାରତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡିଆପିଲାଙ୍କ ନଗଣ୍ୟ ସଫଳତାହାରକୁ ଦେଖି କେହି ହୁଏତ ୧୦% ସଫଳତା ଉପରେ ପ୍ରଶ୍ନ ଆଙ୍କିପାରନ୍ତି । ମାତ୍ର ଏଥିପାଇଁ କେନ୍ଦ୍ରସରକାର ଏକ ସୁନ୍ଦର ସୁଯୋଗ ପ୍ରଦାନ କରିଛନ୍ତି । ତାହା ହେଉଛି ଏହି ପରୀକ୍ଷା ପ୍ରଶ୍ନପତ୍ର ଆଞ୍ଚଳିକ ଭାଷାରେ ମୁଦ୍ରିତ ହେବ । ଅନ୍ୟ ଆଞ୍ଚଳିକ ଭାଷା ପରି ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଲେଖାଗଲେ ଓଡ଼ିଆ ପିଲା ଅଧିକ ସଫଳତା ପାଇପାରିବେ । କାରଣ ଓଡ଼ିଶାର ପ୍ରାୟ ୯୭% ପିଲା ଦଶମ ଶ୍ରେଣୀ( ଚଳିତବର୍ଷ ପ୍ରାୟ ୬ଲକ୍ଷ ୫୦ହଜାର) ଓଡ଼ିଆ ମାଧ୍ୟମରେ ପଢିଥାନ୍ତି, ଯାହା +୨ପରୀକ୍ଷା ବେଳକୁ ଓଡ଼ିଆରେ ପଢ଼ିବାର ମାନସିକତା ସେମାନଙ୍କଠାରୁ ଦୂରେଇ ଯାଇ ନ ଥାଏ । ଓଡିଶା ସରକାର ମଧ୍ୟ କୋଠାରୀ କମିଶନଙ୍କ ନିଷ୍ପତ୍ତିକୁ ଗ୍ରହଣକରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ମାତୃଭାଷାରେ ଉଚ୍ଚଶିକ୍ଷା ପ୍ରଦାନ କରୁଛନ୍ତି । ସେହି ଅନୁସାରେ +୨ବିଜ୍ଞାନ ପ୍ରଶ୍ନପତ୍ର ଇଂରାଜୀ ସହିତ ଓଡ଼ିଆରେ ମୁଦ୍ରଣ କରାଯାଉଛି । ତେଣୁ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ ହେଲେ ବିଦ୍ୟାର୍ଥୀର ବୁଝିବାରେ କୌଣସି ଅସୁବିଧା ହେବନାହିଁ । ବରଂ ଇଂରାଜୀ ସହିତ ଓଡିଆରେ ଲେଖାହେବାଦ୍ୱାରା ବହୁ ଜଟିଳ ପ୍ରଶ୍ନ ବୁଝିପାରି ସହଜରେ ଉତ୍ତର ଦେଇପାରିବ । ଏହା କେବଳ ପ୍ରବେଶିକା ପରୀକ୍ଷା ହୋଇଥିବାରୁ ଏଥିରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ଶିକ୍ଷା ଉପରେ କୌଣସି ପ୍ରଭାବ ପକାଇବନାହିଁ କିମ୍ବା ଏହାଦ୍ୱାରା ଡାକ୍ତରୀ ଶିକ୍ଷାର ଗୁରୁତ୍ୱ ହ୍ରାସ ପାଇବ ନାହିଁ । ବିଗତ ୩ବର୍ଷର ଇଓଚଗଞ ପରୀକ୍ଷାଫଳ ଅନୁଧ୍ୟାନ କଲେ ଜଣାଯିବ ଯେ, ପ୍ରତିବର୍ଷ ୪୦ରୁ ୫୦ହଜାର ଓଡିଆ ପିଲା ଏହି ପରୀକ୍ଷା ଦେଇଥାନ୍ତି । ସେମାନଙ୍କ ମଧ୍ୟରୁ ୧୦୦୦ରୁ ୧୩୦୦ପିଲା ପ୍ରାଥମିକ ପରୀକ୍ଷାରେ ସଫଳ ହେଉଥିବାବେଳେ ମୁଖ୍ୟ ପରୀକ୍ଷାରେ ଏହା ୩୦୦ରୁ ୪୦୦ଭିତରେ ସୀମାବଦ୍ଧ ହୋଇ ରହୁଛି । ସେହିପରି ଚଳିତ ବର୍ଷ ୭ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ୬୭୨ ସିଟରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ଓଡ଼ିଶାରୁ ପ୍ରାୟ୧୮ହଜାର ଦେଇଥିବାବେଳେ ଶ୍ରେÂ ୭୦୦ ମଧ୍ୟରେ ଓଡ଼ିଶାରୁ ମାତ୍ର ୧୭ଜଣ ରହିଛନ୍ତି । ସର୍ବଭାରତୀୟ ସ୍ତରରେ ଅନୁÂିତ ଉଭୟ ପରୀକ୍ଷାରେ ଆମ ପିଲାଙ୍କ ପ୍ରଦର୍ଶନ କେଡେ ଦୟନୀୟ, ଏଥିରୁ ସ୍ପଷ୍ଟ ଜଣାପଡେ । ଆମର ଇଂରାଜୀ ନିଶା ତୀବ୍ର ଭାବରେ ବୃଦ୍ଧିପାଉଥିବାରୁ ରାଜ୍ୟର +୨ ବିଜ୍ଞାନ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଇଂରାଜୀରେ ଚାଲୁଛି । ଓଡିଶାରେ ପ୍ରାୟ ୪୦ହଜାର ପିଲା ଇଂରାଜୀ ମାଧ୍ୟମରେ ପଢିଥାନ୍ତି ଓ ପ୍ରାୟ ୯୦ଭାଗ ପିଲା ଏବଂ ଅଭିଭାବକଙ୍କ ପ୍ରଥମ ପସନ୍ଦ ହେଉଛି ଡାକ୍ତରି ପଢିବା ।ଏମାନଙ୍କ ମଧ୍ୟରୁ ୧୦% ଯଦି ଡାକ୍ତରି ପରୀକ୍ଷାରେ ସଫଳ ହେଉଥାନ୍ତେ, ତେବେ ୨ହଜାର ଡାକ୍ତର ଓଡିଶାରୁ ବାହାରନ୍ତେ । ମାତ୍ର ତାହା ହେଉ ନ ଥିବାରୁ ଓଡିଶାରେ ଥିବା ୩ଟି ସରକାରି ଓ ୪ଟି ବେସରକାରି ମେଡିକାଲ କଲେଜର ପ୍ରାୟ ୧୧୫୦ ସିଟ ସମେତ ୧ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ପ୍ରାୟ ୧୦୦୦ରୁ ଉଦ୍ଧ୍ୱର୍ ସିଟ ଅଣଓଡିଆ ପିଲା ପଢିବାର ସୁଯୋଗ ପାଉଛନ୍ତି । ଯାହା ପୂର୍ବରୁ ଏହି ସବୁ ସିଟରେ ଓଡିଆପିଲା ପଢୁଥିଲେ ବା ଓଡିଆ ପିଲା ପଢିବାର ସମ୍ଭାବନା ରହିଛି ।
କେବଳ ପ୍ରଶ୍ୱପତ୍ର ନୁହେଁ ଓଡିଆ ମାଧ୍ୟମରେ +୨ବିଜ୍ଞାନ ବିଷୟ ପଢାଯିବାର ଆବଶ୍ୟକ ରହିଛି । ଅନ୍ୟ ରାଜ୍ୟଗଣ ନିଜ ଭାଷାରେ ଏହି ପରୀକ୍ଷା ପ୍ରଶ୍ନ ଛାପିବା ଦାବି କରିବାର ।ନ୍ୟ ଏକ ପ୍ରମୁଖ କାରଣ ହେଲା ସେମାନଙ୍କ ଭାଷାରେ +୨ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ବାଧ୍ୟତାମୂଳକ ଭାବରେ ନିଜ ଭାଷାରେ ଦିଅନ୍ତି । ଏହା ପରବର୍ତ୍ତୀ ବିଶ୍ୱବିଦ୍ୟାଳୟ ଶିକ୍ଷାର ମାଧ୍ୟମ ଇଚ୍ଛାଧୀନ । ତଥାପି ନିଜ ଭାଷାରେ ସମସ୍ତ ପ୍ରକାରର ଶିକ୍ଷା ବ୍ୟବସ୍ଥାର ସୁଯୋଗ ରହିଛି । ଓଡିଶା ଭଳି ସେଠାରେ ଶିକ୍ଷା କ୍ଷେତ୍ରରେ ନିଜ ଭାଷା ପ୍ରତି ଭେଦଭାବ କରିନାହାଁନ୍ତି ଆଜି ପର୍ଯ୍ୟନ୍ତ । ଓଡିଶାରେ +୨ ବିଜ୍ଞାନ ପରୀକ୍ଷା ପ୍ରଶ୍ୱପତ୍ର ଓଡିଆରେ ମୁଦ୍ରଣ କରାଯାଏ ସତ, ମାତ୍ର ଓଡିଆରେ ଶିକ୍ଷା ବ୍ୟବସ୍ଥା ଏ ପର୍ଯ୍ୟନ୍ତ ସରକାର କରିନାହାଁନ୍ତି । ଗତବର୍ଷ ମନ୍ତ୍ରୀସ୍ତରୀୟ ଭାଷା କମିଟି ପରାମର୍ଶକ୍ରମେ ରାଜ୍ୟର ତିନୋଟି ବିଶ୍ୱବିଦ୍ୟାଳୟକୁ +୩ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପାଠ୍ୟପୁସ୍ତକ ଓଡିଆରେ ପ୍ରସ୍ତୁତ କରିବାପାଇଁ ୫କୋଟି ଟଙ୍କା ଲେଖାଏଁ ଦିଆଯାଇଛି । ମାତ୍ର ଏହା କେତେଦୂର ଆଗେଇଲାଣି, ସେ କଥା ବୁଝିବାକୁ ନା ରାଜ୍ୟ ସରକାରଙ୍କ ସମୟ ଅଛି ନା ରାଜ୍ୟବାସୀଙ୍କର ।
ରାଜ୍ୟରେ ଆବଶ୍ୟକ ଥିବା ୩୦,୦୦୦ଡାକ୍ତରଙ୍କ କାମ ଅଣଡାକ୍ତରଙ୍କ ହାତରେ । ଏହାବ୍ୟତୀତ ଭାରତୀୟ ରୋଗ, ଚିକିତ୍ସା ଓ ଔଷଧ ସହ ପରିଚିତ ନଥିବା କେତେକ ବିଦ୍ୟାର୍ଥୀ ବାହାର ଦେଶରୁ ଡାକ୍ତରି ଡିଗ୍ରୀ ହାସଲ କରି ଏଠାରେ ଚିକିତ୍ସକ ସାଜି କି ପ୍ରକାରର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି, ତାହା ସମସ୍ତେ ଉଣା ଅଧିକେ ଅନୁଭବୀ ଥିବେ ।ସେମାନଙ୍କ ଦୟାରୁ ଆଜି ନଗଡାଠାରୁ ମାଥିଲି ପର୍ଯ୍ୟନ୍ତ ଚାଲିଛି ଶିଶୁ ମୃତୁ୍ୟର ତାଣ୍ଡବ । ତେଣୁ ଏଭଳି ସଂକଟ ସମୟରେ ନିଚ୍ଚ-ରାଜନୀତିକୁ ପ୍ରଶ୍ରୟ ନ ଦେଇ ଓଡିଶାବାସୀଙ୍କ ସୁବିଧା ଓ ଓଡିଆ ବିଦ୍ୟାର୍ଥୀଙ୍କ ମେଧାକୁ ସ୍ୱାସ୍ଥ୍ୟବିଭାଗ ସମ୍ମାନ ଦେବା ଆବଶ୍ୟକ । ବିଳମ୍ବ ହେଉ ପଛକେ ଓଡିଶାର ପ୍ରମୁଖ ରାଜନୈତିକ ଦଳ ଯେଉଁଭଳି ଭାବରେ ଓଡିଆଭାଷାରେ ଏହି ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ମୁଦ୍ରଣପାଇଁ ଦାବି କରୁଛନ୍ତି, ତାହା ଯଦି ଆନ୍ତରିକତାର ସହ ହୋଇଥାଏ, ତେବେ ଗରିବ ଓଡିଆପିଲାର ଡାକ୍ତର ହେବା ସ୍ୱପ୍ନ ନିଶ୍ଚିତ ଭାବରେ ସାକାର ହୋଇ ପାରିବ । ଏହାଦ୍ୱାରା ଓଡିଆ ଜାତି ବା ଭାଷାର ମର୍ଯ୍ୟାଦା ବୃଦ୍ଧି ପାଇବା ସହିତ ସାଧାରଣ ମଣିଷପାଇଁ ଚିକିତ୍ସା ସେବା ହାତ ପାଆନ୍ତାରେ ମିଳିଯିବ ।
ସଦସ୍ୟ ସଚିବ
“ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା”
ଏ-୧୬୪,ସହିଦନଗର, ଭୁବନେଶ୍ୱର
ଦୂରଭାଷା- ୯୦୯୦୪୬୫୭୫୮

Share in top social networks!