୭୦୦ରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦେଲେ

bjdnaveenନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଦେବଗଡ଼ ଜିଲ୍ଲାର ଦେବଗଡ଼ ପୌରପାଳିକା ଏବଂ ବାର୍‍କୋଟ୍‍ ବ୍ଲକର ୭୦୦ରୁ ଊଦ୍ଧ୍ୱର୍ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ କର୍ମୀ, ସାଧାରଣ ଲୋକଙ୍କ ବିଶ୍ୱାସ ହରାଇଥିବା କଂଗ୍ରେସ ଦଳକୁ ପରିତ୍ୟାଗ କରି ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷ ତଥା
ଆଠମଲ୍ଲିକ ବିଧାୟକ ସଂଜୀବ ସାହୁଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ନବୀନ ନିବାସ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ ନେତୃତ୍ୱଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ଦଳରେ ସାମିଲ ହୋଇଥିବା ନେତୃବର୍ଗଙ୍କ ମଧ୍ୟରେ ପିସିସି ସଭ୍ୟ ତଥା ଦେବଗଡ଼ ପୌରପାଳିକା କାଉନ୍‍ସିଲର ଧର୍ମେନ୍ଦ୍ର କୁମାର ଦେବତା, ବାର୍‍କୋଟ୍‍ ବ୍ଲକ କଂଗ୍ରେସ ସଭାପତି ନରୋତ୍ତମ ନାଏକ, ପୂର୍ବତନ ଯୁବ କଂଗ୍ରେସ ସଭାପତି ବିନୋଦ ବିହାରୀ ନାଏକ, କଣ୍ଟାପାଲି ସରପଞ୍ଚ ଶ୍ରୀମତୀ ମଞ୍ଜରୀ ନାଏକ, ଦନ୍ତରୀବାହାଲ ସରପଞ୍ଚ ଶ୍ରୀମତୀ କୁଦୁନି ସାହୁ, ବାଲମ ସରପଞ୍ଚ ସନ୍ତୋଷ କୁମାର ବେହେରା, ଆଇନ୍‍ଜୀବୀ କ୍ଷେତ୍ରବାସୀ ମେହେର, ୱାର୍ଡ ସଭ୍ୟ ଗଣେଶ୍ୱର ଧଳ, ଗିରିଧାରୀ ବେହେରାଙ୍କ ସମେତ ୭୦୦ରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ଆନୁÂାନିକ ଭାବେ ଦଳରେ ସାମିଲ ହୋଇଛନ୍ତି । ଆଜିର ଏହି ଯୋଗଦାନ ଫଳରେ ଦଳକୁ ଆହୁରି ଶକ୍ତିଶାଳୀ ହେବା ସହ ଦେବଗଡ଼ରେ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ କର୍ମୀମାନଙ୍କ ଯୋଗଦାନ ସହାୟକ ହେବ ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେବଗଡ଼ ଜିଲ୍ଳା ସଭାପତି ସୁଧୀର କପରଦାର, ଜିଲ୍ଲା ଯୁବ ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ନଗର ସଭାପତି ହିମାଂଶୁ ବଡ଼ପଣ୍ଡା, ଜିଲ୍ଲା ଉପସଭାପତି ଦେବେନ୍ଦ୍ର କୁମାର ବେହେରା, ସାଧାରଣ ସଂପାଦକ ପ୍ରଦୀପ ଅମାତ, ତିଲେଇବଣୀ ବ୍ଲକ ସଭାପତି ବାବୁଲାଲ ପୁର୍ସେଟ୍‍, ବରିÂ ନେତା ଗୋପୀନାଥ ପ୍ରଧାନଙ୍କ ସହ
ଦେବଗଡ଼ ନିର୍ବାଚନ ମଣ୍ଡଳୀର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Share in top social networks!