ଚିଟ ଫଣ୍ଡ ମହାଦୁର୍ନୀତିରେ ବିଜେଡି- ତୃଣମୂଳ ଅଘୋଷିତ ମେଂଟ : ବିଜେପି

bjpsamir- ଓଡିଶାରେ ଆନେ୍ଦାଳନ ପାଇଁ ତୃଣମୂଳକୁ କର୍ମୀ ବଳ ଯୋଗାଉଛି ବିଜେଡି
- ଓଡିଆ ଚିଟ ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ପ୍ରତିଶ୍ରୁତିର ଅଢେଇ ବର୍ଷ ପରେ ମଧ୍ୟ କାହିଁକି ମିଳିନି ଟଙ୍କାଟିଏ ?
- ଚିଟ ଫଣ୍ଡ ମାମଲାରେ ନବୀନ ପଟ୍ଟନାୟକଙ୍କ ଦୋମୁହାଁ ଚରିତ୍ରକୁ ଲୋକ ମାନଙ୍କୁ ମଧ୍ୟକୁ ନେଇ ଯିବ ବିଜେପି
ତୃଣମୂଳ କଂଗ୍ରେସର ସାଂସଦମାନେ ଚିଟଫଣ୍ଡ ମହା କେଳେଙ୍କାରୀରେ ସଂପୃକ୍ତ ଥାଇ ଭୁବନେଶ୍ୱରରେ ଜେରାର ସମ୍ମୁଖୀନ ହେଉଛନ୍ତିା ଓଡିଶାରେ ଶାସକ ଦଳ ବିଜେଡିର ପ୍ରାୟୋଜନରେ ପଶ୍ଚିମବଙ୍ଗରୁ ତୃଣମୂଳ କଂଗ୍ରେସର ନେତା ଆସି ଓଡିଶାରେ ବିକ୍ଷୋଭ କରୁଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ଗତକାଲି ତୃଣମୂଳ କଂଗ୍ରେସ ଦ୍ୱାରା ଛୋଟ ପ୍ରତିବାଦ ହୋଇଥିବା ବେଳେ ଆଗାମୀ ୧୦ ତାରିଖରେ ବିଜେଡି ତୃଣମୂଳ କଂଗ୍ରେସକୁ କର୍ମୀବଳ ଯୋଗାଇ ଦେଇ ମୋଦିଙ୍କ ବିରୁଦ୍ଧରେ ବିକ୍ଷୋଭ ପାଇଁ ବଡ ପ୍ରସ୍ତୁତି ଚଳାଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ବିଜେଡି ଓ ତୃଣମୂଳ କଂଗ୍ରେସ ଉଭୟ ଦଳର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଚିଟଫଣ୍ଡ ମହାକେଳେଙ୍କାରୀରେ ପ୍ରତ୍ୟକ୍ଷ ଭାବେ ସାମିଲ ଅଛନ୍ତି । ଗତ ନଭେମ୍ବର ୮ ତାରିଖରେ ବିମୁଦ୍ରାକରଣ ନିଷ୍ପତି ହୋଇଥିଲା । ବର୍ତମାନ ବିମୁଦ୍ରାକରଣକୁ ଚିଟ୍ଫଣ୍ଡ ସହ ଯୋଡିବା ଏକ ରାଜନୈତିକ ହୀନ ଚକ୍ରାନ୍ତ ଛଡା ଅନ୍ୟ କିଛି ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଗତ କିଛି ଦିନ ତଳେ ନବୀନ ସରକାରଙ୍କର ମନ୍ତ୍ରୀମାନେ କୋଲକାତା ଯାଇ ସେଠାରେ ବିଜୁ ଜନ୍ମ ଶତାବ୍ଦୀ ଆୟୋଜନ ପାଇଁ ତୃଣମୂଳ କଂଗ୍ରେସ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି । ଉଭୟ ଦଳର ନେତାମାନେ ଚିଟଫଣ୍ଡ ମହାଦୁର୍ନୀତିରେ ଫସିଥିବାରୁ ଦୁଇ ଦଳ ମିଳିତ ଭାବରେ ପ୍ରତିବାଦକୁ ଓହ୍ଲାଉଛନ୍ତି ବୋଲି ଶ୍ର ୀ ମହାନ୍ତି କହିଛନ୍ତି । ତୃଣମୂଳ ଖୋଲାଖୋଲି ଭାବେ ରାଜରାସ୍ତାରେ ନିଜର ମତ ସ୍ପଷ୍ଟ କରିଥିବା ବେଳେ ବିଜେଡି ଲୁଚି ଛପି ତୃଣମୂଳକୁ ସମର୍ଥନ ଯୋଗାଇ ଦେବା ଗଣତନ୍ତ୍ରରେ ନିନ୍ଦନୀୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ରୋଜଭ୍ୟାଲି ଚିଟଫଣ୍ଡ ମହାଦୁର୍ନୀତିର ଚେର ଓଡିଶାରେ ବହୁତ ଶକ୍ତ । ପଶ୍ଚିମ ବଙ୍ଗର ତୃଣମୂଳ କଂଗ୍ରେସ ଓ ଓଡିଶାର ବିଜେଡି ନେତାମାନଙ୍କର ଏଥିରେ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି । ତୃଣମୂଳକୁ ଆନେ୍ଦାଳନରେ ସମର୍ଥନ ଦେଇ ନିଜ ପାଇଁ ଖସିବାର ବାଟ ବିଜେଡି ଖୋଜୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ବିଜେଡି ୨୦୧୪ ନିର୍ବାଚନରେ ଓଡିଶାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲା । ଏଥିପାଇଁ ର୍କପୋସ ଫଣ୍ଡ ତିଆରି କରିଥିଲା । ଇତି ମଧ୍ୟରେ ଅଢେଇ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କାଟିଏ କାହିଁକି ଫେରସ୍ତ ମିଳି ନାହିଁ ବୋଲି ଓଡିଶାର ଜନତା ଉତର ମାଗୁଥିବା ବେଳେ ବିଜେଡି କାହିଁକି ଚୁପ ବସିଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଆସନ୍ତା ମାସରେ ରାଜ୍ୟ ସାରା ଗ୍ରାମାଂଚଳର ଲୋକମାନେ ପଂଚାୟତ ନିର୍ବାଚନରେ ଭୋଟ ଦେବେ । ସେମାନଙ୍କର କଷ୍ଟ ଅର୍ଜିତ ଅର୍ଥ ଫେରସ୍ତକୁ ନେଇ ଲୋକ ମାନେ ରାଜ୍ୟ ସରକାରଙ୍କୁ ଦୃଢ ବିରୋଧ କରୁଛନ୍ତି । ଗୋଟିଏ ପଟେ ନବୀନ ସରକାର ଅର୍ଥ ଫେରସ୍ତ ନ କରିବା ଓ ଅନ୍ୟ ପଟେ ଚିଟ ଫଣ୍ଡ କେଳେଙ୍କାରୀରେ ତୃଣମୂଳ କଂଗ୍ରେସକୁ କର୍ମୀ ବଳ ଯୋଗାଇ ଦେବା ଏହି ପ୍ରସଙ୍ଗକୁ ଲୋକମାନଙ୍କ ପାଖକୁ ନେଇ ନବୀନ ପଟ୍ଟନାୟକଙ୍କ ଦୋମୁହାଁ ଚରିତ୍ରକୁ ଜନଦରବାରରେ ତାଙ୍କ ଦଳ ଉପସ୍ଥାପିତ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏବଂ ପ୍ରବକ୍ତା ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!