କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ମାତୃଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ

15822954_1415728895106386_1423276864344219731_nନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ “ଦି ଇଣ୍ଟେଲେକ୍ଟସ୍” ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟାତାର ୩ୟ ବାର୍ଷିକ ଅବସରରେ “ଆମରି ଭାଷା ପଥେ” ଶୀର୍ଷକ ମାତୃଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜନ କରୁଛି। ଏହି ମାତୃଭାଷା ସମ୍ମିଳନୀରେ ଦେଶ ତଥା ଦେଶ ବାହାରର ଭାଷାବିତ, ବୁଦ୍ଧିଜୀବୀ, ଲେଖକ, କବି, ସମାଲୋଚକ, ଗବେଷକ, ଶିକ୍ଷକ ଓ ଛାତ୍ର ଛାତ୍ରୀ ଯୋଗଦେଇ ସେମାନଙ୍କ ମତାମତ ଉପସ୍ଥାପନ କରିବେ।

ଏହି ସମ୍ମିଳନୀର ଲୋଗୋକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି। ଇତ୍ୟ ଅବସରରେ ସଂଗଠନର ଅଧ୍ୟକ୍ଷ ଦେବେନ୍ଦ୍ର ରାଉତ, ସମ୍ପାଦିକା ପଙ୍କଜମାଳା ଷଡଙ୍ଗି, ସଭ୍ୟ ଉମାକାନ୍ତ ଜେନା, ଅଶିତ ମିଶ୍ର, ରାଜ ମହାପାତ୍ର ଉପସ୍ଥିତ ଥିଲେ।

ଏହି ଭାରତୀୟ ଭାଷା ସମ୍ମିଳନୀ ରାଷ୍ଟ୍ରୀୟ ରାଜଧାନୀରେ ପ୍ରଥମ ଥର ପାଇଁ ଓଡିଆ ଭାଷାର ନେତୃତ୍ବରେ ଆୟୋଜିତ ହେଉଥିବାରୁ ପ୍ରବାସୀ ଓଡିଆଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ଏହି ପରିପ୍ରେକ୍ଷିରେ ବାର୍ଷିକ “ପ୍ରବାସୀ ଭାଷା ସମ୍ମାନ” ପ୍ରଦାନ କରାଯିବ। ଏହି ସମ୍ମାନ ପ୍ରତି ବର୍ଷ ଅନୁଷ୍ଠାନ ତରଫରୁ ମାତୃଭାଷାରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ଅତିତରେ ଓଡିଆ ଭାଷାର ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ଏହା ପ୍ରଦାନ କରାଯାଇଛି।

୨୦୧୭ ମସିହା ପାଇଁ ଅନୁଷ୍ଠାନ ତରଫରୁ ସର୍ବସାଧାରଣଙ୍କ ଠାରୁ ମନୋନୟନ ଆହ୍ବାନ କରାଯାଇଛି। ଯେକୌଣସି ବ୍ୟକ୍ତି ବା ଅନୁଷ୍ଠାନ ନିଜର ତଥା ଅନ୍ୟ ପାଇଁ ଆବେଦନ ପଠାଇ ପାରିବେ। ନିମ୍ନ ଲିଖିତ ବିଭାଗରେ ଉଲ୍ଲେଖନିୟ ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯିବ ; ସାହିତ୍ୟ, ପାଠାଗାର, ଅନୁବାଦ (ଓଡିଆରୁ ଅନ୍ୟ ଭାଷାକୁ), ସାମ୍ବାଦିକତା, ସଙ୍ଗୀତ, ଲୋକନୃତ୍ୟ, ପ୍ରଦର୍ଶନ କଳା ଓ ଯୁବ ପ୍ରେରଣା। ଏଥି ନିମିତ ଜାନୁଆରୀ ୩୧ ତାରିଖ ମଧ୍ୟରେ ନିମ୍ନ ଠିକଣାରେ ଆବେଦନ କରିବା ପାଇଁ ଅନୁରୋଧ କରାଯାଇଛି।
Email: cm.intellects@gmail.com
Mob: 9350127370, 9717302205, 9910155568

“ଦି ଇଣ୍ଟେଲେକ୍ଟସ୍” ନିରବଛିନ୍ନ ଭାବରେ ଓଡିଆ ଭାଷାକୁ ରାଷ୍ଟ୍ରୀୟ ରାଜଧାନୀରେ ପ୍ରଚାର ଓ ପ୍ରସାରରେ କାର୍ଯ୍ୟରତ। ଏହି ମାତୃଭାଷା ସମ୍ମିଳନୀ ମାଧ୍ୟମରେ ଅନ୍ୟ ଭାଷାମାନଙ୍କ ସହିତ ସଂଯୋଗ ସ୍ଥାପନ ହେବା ସହିତ ଆମ ଭାଷାର ବିଶେଷତ୍ବ ଆନ୍ତର୍ଯାତୀୟ ସ୍ତରରେ ଆହୁରି ବୃଦ୍ଧି ପାଇବ ବୋଲି ଆବାହକ ଶ୍ରୀଯୁକ୍ତ ରାଉତ ପ୍ରକାଶ କରିଛନ୍ତି।

Share in top social networks!