ଜାନୁଆରୀ ୫ରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲିବ ।

gardenrajରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପ୍ରର୍ଯ୍ୟାୟରେ ଜାନୁଆରୀ ୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପ୍ରର୍ଯ୍ୟାୟରେ ଫେବୃଆରୀ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଛୁଟିଦିନ ଏବଂ ରବିବାର ସହିତ ପ୍ରତ୍ୟହ ଅପରାହ୍ନ ୩ଟାରୁ ୫.୩୦ ପ୍ରର୍ଯ୍ୟନ୍ତ ସର୍ବସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ । କାକ୍ଟ୍ସ୍ ହାଉସ୍, ୱାଟର ଫାଉଣ୍ଟେନ୍, ସଂଗୀତମୟ ଝରଣା (ମୁ୍ୟଜିକାଲ୍ ଫାଉଣ୍ଟେନ୍), ଗୋଲାପ ଉଦ୍ୟାନ, ଆୟୁର୍ବେଦିକ୍ ବୃକ୍ଷ ଉଦ୍ୟାନ, ହରିଣ ପାର୍କ ଏବଂ ସର୍ବୋପରି
ଉଦ୍ୟାନର ସବୁଜିମା ଦର୍ଶକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିବ । ପରିଦର୍ଶନ ସମୟରେ ରାଜଭବନ ପରିସରକୁ କୌଣସି ମାରଣାସ୍ତ୍ର, ମାଦକ ଦ୍ରବ୍ୟ ଆଦି ଆପତ୍ତିଜନକ ସାମଗ୍ରୀ ନଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି ।

Share in top social networks!