ଓଡ଼ିଶା ପର୍ଯ୍ୟଟନ ଓ “ଷ୍ଟେ ଜିଲ୍ଲା’ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

stayzillaରାଜ୍ୟରେ ପର୍ଯ୍ୟଟନର ବିକାଶ ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଓ “ଷ୍ଟେ ଜିଲ୍ଲା’ ସଂଗଠନ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛିା ଆଜି ପୂର୍ବାହ୍ନରେ ପର୍ଯ୍ୟଟନ ବିଭାଗ କମିଶନର ତଥା ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଆରତୀ ଆହୁଜାଙ୍କ ଉପସ୍ଥିତିରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ନୀତିନ୍ ଭାନୁଦାସ ଜଓ୍ୱାଲେ ଓ “ଷ୍ଟେ ଜିଲ୍ଲା’ର ଉପାଧ୍ୟକ୍ଷ ଶ୍ରୀ ଅଙ୍କିତ ରସ୍ତୋଗୀ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତିା
“ଷ୍ଟେ ଜିଲ୍ଲା’ ଏକ ପ୍ରମୁଖ ସଂଗଠନ, ବିଶେଷତଃ ପର୍ଯ୍ୟଟକ ସୁବିଧା ଓ ଆତିଥ୍ୟ-ପରିଚର୍ଯ୍ୟା ଦିଗରେ କାର୍ଯ୍ୟ କରିଥାଏା ରାଜ୍ୟକୁ ଆସୁଥ#ବା ଘରୋଇ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଗ୍ରାମ୍ୟ ପର୍ଯ୍ୟଟନ, ଆଦିବାସୀ ପର୍ଯ୍ୟଟନ ଓ ଐତିହ୍ୟ ପର୍ଯ୍ୟଟନର ସୁବିଧା ଯୋଗାଇଦେବାରେ ଏହି ସଂସ୍ଥା କାର୍ଯ୍ୟ କରିବା ଓଡ଼ିଶାର ବିଭିନ୍ନ ସ୍ଥାନରେ ଘରୋଇ ରହଣି(ହୋମ୍ ଷ୍ଟେ) ବ୍ୟବସ୍ଥା କରିବା ସହିତ ପର୍ଯ୍ୟଟକମାନଙ୍କୁ ବିଭିନ୍ନ ସ୍ଥାନ ବୁଲାଇବା, ଗାଇଡ୍ ବନ୍ଦୋବସ୍ତ କରିବା, ସ୍ଥାନୀୟ ଖାଦ୍ୟ ପରିବେଷଣ କରିବା ଓ ରାଜ୍ୟର କଳା ତଥା ସାଂସ୍କୃତିକ ଐତିହ୍ୟକୁ ଅଧ#କ ଆଦୃତ କରାଇବାରେ ଏହି ହୋମ୍ ଷ୍ଟେ ବ୍ୟବସ୍ଥା ସାହାଯ୍ୟ କରିବା ରାଜ୍ୟର ଯେ କୌଣସି ସ୍ଥାନରେ ପର୍ଯ୍ୟଟକମାନଙ୍କୁ ଏହି ସଂସ୍ଥା ରହଣି, ପରିଚର୍ଯ୍ୟା, ଭୋଜନ, ଯାତାୟତ ସୁବିଧା ଯୋଗାଇଦେବାରେ ଭୂମିକା ଗ୍ରହଣ କରିବା ଅନ୍-ଲାଇନ୍ ଦେୟ ସାଙ୍ଗକୁ ଘରୋଇ ବ୍ୟବହାର, ଦାୟତ୍ୱସଂପନ୍ନ ପରିବେଶ ଓ ଅଧ#କ ପ୍ରଯନ# ଏହି ବ୍ୟବସ୍ଥାରେ ପରିଲକ୍ଷିତ ହେବା
“ହୋମ୍ ଷ୍ଟେ’ ବ୍ୟବସ୍ଥା ହେଲେ ଅଧ#କ ସଂଖ୍ୟାରେ ପର୍ଯ୍ୟଟକ ଆକୃଷ୍ଟ ହେବେ ଓ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳକୁ ଯିବାର ସୁଯୋଗ ପାଇବେ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଆହୁଜା କହିଛନ୍ତିା ସେ କହିଛନ୍ତି ଯେ ସବୁ ସ୍ଥାନରେ ହୋଟେଲ୍ ଭିତ୍ତିଭୂମି ନଥ#ଲା ବେଳେ ଏପରି ଯୋଜନା ବେଶ୍ ଫଳପ୍ରଦ ହେବ ଓ ପର୍ଯ୍ୟଟନ ବିକାଶରେ ସହାୟକ ହେବା ବିଶେଷ ଭାବରେ ରାଜ୍ୟର ଗ୍ରାମାଞ୍ଚଳ ଓ ଆଦିବାସୀ ଇଲାକା ତଥା କଳା-ଐତିହ୍ୟ ସଂପୃକ୍ତ ସ୍ଥାନଗୁଡିକରେ ପର୍ଯ୍ୟଟକମାନଙ୍କର ଉପସ୍ଥିତି ବୃଦ୍ଧି ପାଇବା
ଓଡ଼ିଶାରେ “ଷ୍ଟେ ଜିଲ୍ଲା’ ସଂଗଠନ ଘରୋଇ ରହଣି ପାଇଁ ପୁରୀ, କଟକ, ଭୁବନେଶ୍ୱର, ଚିଲିକା, କୋଣାର୍କ, ନୂଆପାଟଣା, ରଘୁରାଜପୁର ସମେତ ପ୍ରାୟ ୮୦ଟି ସ୍ଥାନରେ ଆବାସ ଚିହ୍ନଟ କରିଛିା ପର୍ଯ୍ୟାୟକ୍ରମେ ଅଧ#କ ସ୍ଥାନ ଚିହ୍ନଟ କରାଯିବ ବୋଲି ଉଲ୍ଲେଖ କରି ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଜଓ୍ୱାଲେ କହିଛନ୍ତି ଯେ ଏହି ବ୍ୟବସ୍ଥା ଫଳରେ ଓଡ଼ିଶାର ପର୍ଯ୍ୟଟନ ସମ୍ବଳର ସମୃଦ୍ଧି ଘଟିବା

Share in top social networks!