ପରିବେଶ ସୁରକ୍ଷା ଦିଗରେ ସଂବୈଧାନିକ ଓ ନ୍ୟାୟ ବ୍ୟବସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଡଃ ଜଷ୍ଟିସ୍ ଅରିଜିତ ପଶାୟତ

pasayattjiଆଜି ଅନୁÂିତ ନାଲ୍‍କୋ ପ୍ରତିÂା ଦିବସ ବକôୃତା ମାଳାର ଷୋଡ଼ଶ ସଂସ୍କରଣରେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ସଂପ୍ରତି କଳାଧନ ସମ୍ପର୍କିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଝକ୍ଟ୍ରରମସବକ୍ଷ ଓଦ୍ଭଙ୍ଖରଗ୍ଦଗ୍ଧସଶବଗ୍ଧସକ୍ଟଦ୍ଭ ଞରବଜ୍ଞ କ୍ଟଦ୍ଭ ଈକ୍ଷବମଳ ଗକ୍ଟଦ୍ଭରଚ୍ଚ) ର ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ ଡଃ ଜଷ୍ଟିସ୍ ଅରିଜିତ ପଶାୟତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ‘ପରିବେଶ ଓ ପ୍ରଗତି : ସମସ୍ୟା ଓ ଆହ୍ୱାନ’ ଶୀର୍ଷକରେ ଅଭିଭାଷଣ ପ୍ରଦାନ କରିଥିଲେ ।
ଚଳିତ ସଂସ୍କରଣର ବିଷୟବସ୍ତୁ ସମ୍ପର୍କରେ ସୂଚନା ପ୍ରଦାନ କରି ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଅଥର୍ବ ବେଦରୁ ଉଦ୍ଧୃତି ଦେଇ କହିଲେ ଯେ : ‘ମାତା ଭୂମି ପୁତ୍ରୋ ଅହଂପୃଥିବ୍ୟ’ । ଆମର ପରିବେଶ ସହ ସମ୍ପର୍କକୁ ମାତା ଓ ସନ୍ତାନର ସମ୍ପର୍କ ଭାବେ ଅବତାରଣା କରି ଡଃ ଚାନ୍ଦ ଖଣି ଉଦ୍ୟୋଗଗୁଡ଼ିକୁ କେବଳ ଖଣିଜ ଖନନର ଉଦ୍ଧ୍ୱର୍କୁ ଉଠି ବୈଜ୍ଞାନିକ ଓ ଉନ୍ନତ ପ୍ରଣାଳୀରେ ଖନନ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ‘ଯତ୍ନଶୀଳ ଭାବେ ଖନନ କାର୍ଯ୍ୟ’ ହିଁ ବର୍ତ୍ତମାନ ସମୟରେ ସମାଜର ସାମଗ୍ରିକ ବିକାଶ ଓ ପ୍ରଗତି ପାଇଁ ନିହାତି ଅପରିହାର୍ଯ୍ୟ ବୋଲି ସେ କହିଥିଲେ । ଏହା ଦ୍ୱାରା ପରିବେଶ ଓ ପ୍ରକୃତିର ସୁରକ୍ଷା ସୁନିଶ୍ଚିତ ହେବା ସହ ସାମାଜିକ ଉନ୍ନତି ସମ୍ଭବପରୋ ହୋଇପାରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଏକ ଦାୟିତ୍ୱସମ୍ପନ୍ନ କେନ୍ଦ୍ରୀୟ ଉଦ୍ୟୋଗ ଭାବେ ନାଲ୍କୋ ସର୍ବଦା ବ୍ୟବସାୟ ସହ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣକୁ ଗୁରୁତ୍ୱ ଦେଇଆସିଛି ବୋଲି ଡଃ ଚାନ୍ଦ କହିଥିଲେ ।
ନିଜର ଅଭିଭାଷଣରେ ମୁଖ୍ୟ ବକ୍ତା ଡଃ ଜଷ୍ଟିସ୍ ପଶାୟତ, ପରିବେଶ ଉପରେ ଆଧୁନିକତା ଓ ପ୍ରଦୂଷଣର କୁପ୍ରଭାବକୁ ରୋକିବା ଦିଗରେ ଭାରତୀୟ ବୈଧାନିକ ବ୍ୟବସ୍ଥା ଏବଂ ନ୍ୟାୟ ବ୍ୟବସ୍ଥାର ଭୂମିକା ସମ୍ପର୍କରେ ଗୁରତ୍ୱ ଆରୋପ କରିଥିଲେ । ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ତାଙ୍କ ଦ୍ୱାରା ବିଚାର କରାଯାଇଥିବା ପରିବେଶ ସମ୍ବନ୍ଧୀୟ ବିଭିନ୍ନ ମାମଲାର ଉଦାହରଣ ସେ ଦେଇଥିଲେ । ପରିବେଶ ସୁରକ୍ଷା ସଂପ୍ରତି ଏକ ଚିନ୍ତାର ବିଷୟ ପାଲଟିଥିବା ବେଳେ ଏ ଦିଗରେ ସଂବୈଧାନିକ ବ୍ୟବସ୍ଥା ଦ୍ୱାରା ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଏହି ଅବସରରେ, ଅନଗୁଳ ଅଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ୧୦ ଜଣ ଛାତ୍ରୀଙ୍କୁ ନାଲ୍କୋର ଅଲିଅଳୀ ଝିଅ ଯୋଜନା ଅଧିନରେ ମେଧାବୃତ୍ତି ଚେକ୍ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଯୋଜନାଟି କେନ୍ଦ୍ର ସରକାରଙ୍କ ‘ବେଟୀ ବଚାଓ ବେଟୀ ପଢାଓ’ କାର୍ଯ୍ୟକ୍ରମ ଦ୍ୱାରା ଅନୁପ୍ରାଣିତ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ନାଲ୍କୋ ମହିଳା ସମିତିର ସଦସ୍ୟାମାନଙ୍କ ଦ୍ୱାରା ଅଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶେଷରେ, କମ୍ପାନୀର ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ବି.କେ. ଠାକୁର ଧନ୍ୟବାଦ ଜ୍ଞାପନ କରିଥିଲେ ।

Share in top social networks!