ରୋଲାଣ୍ଡ୍ ଫାର୍ମାସୀ କଲେଜରେ ଦିନିକିଆ ରାଷ୍ଟ୍ରୀୟ କର୍ମଶାଳା ଅନୁଷ୍ଠିତ

roland“କ୍ବାଲିଟି ବାଇ ଡିଜାଇନ୍ ଏଣ୍ଡ୍ ଇଟ୍‌ସ ଆପ୍ଲିକେସନ୍ ଇନ୍ ଫାର୍ମାସ୍ୟୁଟିକାଲ୍ ଡେଭେଲପ୍‌ମେଣ୍ଟ୍” ଶୀର୍ଷକ ଏକ ଦିନିକିଆ ଜାତୀୟସ୍ତରୀୟ କର୍ମଶାଳା ସ୍ଥାନୀୟ ରୋଲାଣ୍ଡ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ ଠାରେ ଡିସେମ୍ବର ୨୬ ତାରିଖରେ ଆୟୋଜିତ ହୋଇଯାଇଛି୤ ଏହିପରି କର୍ମଶାଳା ରାଜ୍ୟରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା କଥା ଆୟୋଜକଙ୍କ ଦ୍ବାରା ସୂଚନା ଦିଆଯାଇଛି୤ ଓଡ଼ିଶାର ବିଭିନ୍ନ ଫାର୍ମାସୀ ଶିକ୍ଷାନୁଷ୍ଠାନର ଶିକ୍ଷକ, ଗବେଷକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ୤
କର୍ମଶାଳାରେ ଅନୁଷ୍ଠାନର ଅଧ୍ୟକ୍ଷ ଡା ଏମ୍ ଇ ଭାନୋଜୀ ରାଓ ସ୍ବାଗତ ସମ୍ବର୍ଦ୍ଧନା ଦେଇ ଏହି ବିଷୟର ବିଶେଷତ୍ବ ବିଷୟରେ କହିଥିଲେ୤ କାର୍ଯ୍ୟକ୍ରମର ସମ୍ମାନିତ ଅତିଥି, ଅନୁଷ୍ଠାନର ପରିଚାଳିକା ଶ୍ରୀମତି ଜେ ଜୟଲକ୍ଷ୍ମୀ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କ୍ବାଲିଟିର ମହତ୍ତ୍ବ ବିଷୟରେ କହିଥିଲେ୤ ନିର୍ଦ୍ଦେଶକ ଡା ଜେ ସୂର୍ଯ୍ୟା ରାଓ, ଉପାଧ୍ୟକ୍ଷ ଡା ବି ଭି ଭି ରବିକୁମାର କର୍ମଶାଳା ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ୤ ଅଧ୍ୟାପିକା ଶ୍ରୀମତି ଜେ ଶ୍ରୁତି ଉତ୍ସବ ପରିଚାଳନା କରିଥିଲେ୤
ଜୁବିଲାଣ୍ଟ୍ ଜେନେରିକ ଲିମିଟେଡ଼ର ଗବେଷକ ବୈଜ୍ଞାନିକ ଶ୍ରୀ ସରୱର୍ ବେଗ୍ କର୍ମଶାଳା ପରିଚାଳନା କରିଥିଲେ୤ ଅନେକ ସଂସ୍ଥାଦ୍ବାରା ଉଚ୍ଚପ୍ରଶଂସିତ ଓ ସମ୍ମାନିତ ଶ୍ରୀ ବେଗ୍ କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ସଦସ୍ୟମାନଙ୍କୁ ଏହି ବିଷୟରେ ଜ୍ଞାନ ଓ ପ୍ରଶିକ୍ଷଣ ଦେଇଥିଲେ୤ କର୍ମଶାଳାର ସଂଚାଳକ ଅଧ୍ୟାପକ ଶ୍ରୀ ସାଗର ସୂମନ ପଣ୍ଡା କର୍ମଶାଳାର ଶେଷ ପର୍ଯ୍ୟାୟରେ ସଦସ୍ୟମାନଙ୍କୁ ଅଧିକ ସୂଚନା ଦେବା ସହ ଏହି ବିଷୟର ବ୍ୟବହାରିକ ଦିଗ ପ୍ରତି ସଚେତନ କରାଇଥିଲେ୤
କର୍ମଶାଳା ଶେଷରେ ଅଧ୍ୟାପକ ଡା ଅଞ୍ଜନ କୁମାର ସଦସ୍ୟମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ୤

Share in top social networks!