ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବର ଡ୍ରାମା କରନ୍ତି ପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଚିହ୍ନିବେ କ’ଣ, ନିଜ ଦଳର ସମସ୍ତ ବିଧାୟକମାନଙ୍କୁ ଚିହ୍ନନ୍ତି ନାହିଁ ନବୀନ ପଟ୍ଟନାୟକଙ୍କୁ ତାଙ୍କ ନିଜ ବିଜେଡି ଦଳର ନେତାମାନେ ହିଁ ଅନ୍ଧକାର ଭିତରେ ରଖୁଛନ୍ତି । ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ସାଧାରଣ ରାଜ୍ୟବାସୀଙ୍କ ପାଖରେ ଲୋକହସା ହେଉଛନ୍ତି ବୋଲି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ତାତ୍ସଲ୍ୟ କରି କହିଛନ୍ତି ।
ଅତୀତକୁ ସମୀକ୍ଷା କଲେ ଏହା ସ୍ପଷ୍ଟ ହୋଇଯାଉଛି ଯେ, ପ୍ରଚାର ସର୍ବସ୍ୱ ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବର ଡ୍ରାମାବାଜି କରି ରାଜ୍ୟବାସୀଙ୍କୁ ଅଯଥାରେ ଭୂଆଁ ବୁଲାଇ ଆସୁଛନ୍ତି । ନବୀନ ନିବାସରେ ବିଭିନ୍ନ ଦଳରୁ ବିଜେଡିରେ ଯୋଗଦାନ କରୁଥିବାର କହି ଏହି ମିଶ୍ରଣ ପର୍ବର ଡ୍ରାମା କରି ଆସୁଛନ୍ତି ବୋଲି କହିବା ସହ ଏହା କେବଳ ପ୍ରଚାର ସର୍ବସ୍ୱ ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି ।
ଗତ କାଲି ନବୀନ ନିବାସରେ ଅନୁÂିତ ହୋଇଥିବା ମିଶ୍ରଣ ପର୍ବ ମୁଖ୍ୟମନ୍ତ୍ରୀଙ୍କ ମିଛ ଚେହେରାକୁ ପଦାରେ ପକାଇ ଦେଇଛି । ଦେବଗଡ ଜିଲ୍ଲା ରିଆମାଲ ବ୍ଲକର ନିଶାଣି ବେହେରା ଓ ଚିତରଂଜନ ପ୍ରଧାନ ଦୁର୍ନୀତିରେ ସଂଶ୍ଳିଷ୍ଟ ଥିବା ଅଭିଯୋଗ କାରଣରୁ ଦୀର୍ଘ ୧୦ ବର୍ଷ ତଳୁ ପାର୍ଟୀରୁ ବହିଷ୍କୃତ ହୋଇଛନ୍ତି । ସେମାନେ ବର୍ତମାନ ଶାସକ ବିଜେଡି ଦଳର ପ୍ରମୁଖ କର୍ମୀ । ବିଜେଡି ଦୁର୍ନୀତିଗ୍ରସ୍ତଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଥିବାର ଏହା ସ୍ପଷ୍ଟ ପ୍ରମାଣିତ କରିଛି । ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କେବଳ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ଉଦେ୍ଧଶ୍ୟରେ ମୁଖ୍ୟମନ୍ତ୍ରୀ ଏଭଳି ମିଶ୍ରଣ ପର୍ବ ଦ୍ୱାରା ରାଜ୍ୟରେ ରାଜନୈତିକ ଭ୍ରମ ସୃଷ୍ଟି କରିବାରେ ଲାଗି ପଡିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ଦଳର ଏଭଳି ହୀନ ଏବଂ ଭ୍ରମ ସୃଷ୍ଟିକାରୀ ପ୍ରଚାରକୁ ରାଜ୍ୟବାସୀ ଆଉ ଶୁଣିବେ ନାହିଁ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ନିଜ ଦଳର ନେତାମାନଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରନ୍ତୁ, ନହେଲେ କିଛି ଦଲାଲ୍ ତାଙ୍କର ଅନଭିଜ୍ଞତାର ଲାଭ ନେବେ ବୋଲି ଶ୍ରୀ ଶର୍ମା ପରିହାସ କରି କହିଛନ୍ତି ।

Share in top social networks!