ଚାଷୀଙ୍କ ଉପରେ ପୋଲିସ୍ର ବର୍ବରୋଚିତ ଆକ୍ରମଣ ପ୍ରସଙ୍ଗରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ହସ୍ତକ୍ଷେପ ଲୋଡିଲା କୃଷକ ମୋର୍ଚ୍ଚା

nhrcଆଜି ରାଜ୍ୟର ଚାଷୀସମୁହ ସଂପୂର୍ଣ୍ଣ ଭାବେ ଅବହେଳିତ । ନିଜର ନ୍ୟାର୍ଯ୍ୟ ହକ୍ ପାଇଁ ଚାଷୀମାନେ କରୁଥିବା ପ୍ରତିବାଦ ଓ ଆନେ୍ଦାଳନକୁ ପୋଲିସ୍ ସହାୟତାରେ ଦମନ କରିଦେବା ଅଗଣତାନ୍ତ୍ରୀକ । ସଂପ୍ରତି ରାଜ୍ୟରେ ଦିନକୁ ଦିନ ନୀରିହ ଚାଷୀମାନେ ତାଙ୍କର ହକ୍ ପାଇଁ ଲଢେଇ କରୁଥିବାବେଳେ ଯେଭଳି ଭାବରେ ରାଜ୍ୟ ପ୍ରଶାସନ ଏବଂ ବିଶେଷ କରି ଓଡିଶା ପୋଲିସ୍ ପ୍ରତିହିଂସା ପରାୟଣ ହୋଇ ସେମାନଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରୁଅଛି, ତାହା ତକ୍ରାଳୀନ ଇଂରେଜ ଶାସନ ଏବଂ ସଂପ୍ରତି ଆଇଏସଆଇର ବର୍ବରତାଠାରୁ ମଧ୍ୟ ଟପିଯାଉଛି । ଗତ ୨୮ ତାରିଖ ବୁଧବାର ଦିନ ପୁରୀଜିଲ୍ଲା ସତ୍ୟବାଦୀ ଅଚଂଳର ହଜାର ହଜାର ଚାଷୀ ସେମାନଙ୍କର ଜିବୀକା ଜୀବନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ବେଳେ ପୋଲିସ୍ ଓ ପ୍ରଶାସନ ସେମାନଙ୍କ ମୁହଁରୁ ଖାଉଥିବା ଖାଦ୍ୟକୁ ଛଡାଇନେଇ ରନ୍ଧାଯାଇଥିବା ଖାଦ୍ୟ ଉପରେ ପୋଲିସ୍ ଗାଡି ଚଢାଇ ନଷ୍ଟ କରି ଦେବା ସହ ଅମାନୁଷିକ ଲାଠି ମାଡ କଲା, ତାହା ଅତ୍ୟନ୍ତ ଦୁଃଖଦାୟକ । ଅତୀତରେ ମଧ୍ୟ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଭୂମିହୀନମାନଙ୍କ ଆନେ୍ଦାଳନକୁ ପୋଲିସ୍ ଲଗାଇ ତଂଟିଚିପି ଓ ଲାଠି ମାଡ କରି ପ୍ରତିହତ କରାଗଲା । ସେହିପରି କିଛିଦିନ ତଳେ ସାରା ଓଡିଶାର ଚାଷୀସମାଜ ରାଜଧାନୀ ଅଭିମୁଖେ ସେମାନଙ୍କର ହକ୍ ପାଇଁ ଆସୁଥିବାବେଳେ, ଯେପରି ଭାବେ ବିଭିନ୍ନ ସ୍ଥାନରୁ ଏପରିକି ସେମାନଙ୍କ ଗାଁରୁ ପୋଲିସ୍ ସେମାନଙ୍କୁ ଉଠାଇ ନେବା ସହ ଅଧାବାଟରେ ରାଜ୍ୟ ପୋଲିସ ସେମାନଙ୍କର କାମଛାଡି ଚାଷୀମାନଙ୍କୁ ଅଟକାଇ ହଇରାଣ କଲା, ଲାଠିମାଡ କଲା ଏପରିକି ହାତଗୋଡଧରି ଟେକିନେଇ ଅଜଣା ସ୍ଥାନରେ ରଖିଲା, ବିଶେଷ କରି ଲୋୟରପିଏମଜିରେ ଘୋଷାରି ଘୋଷାରି ମାରଧର କରି ସେମାନଙ୍କର ଆନେ୍ଦାଳନକୁ ଚପାଇ ଦେଇ ସେମାନଙ୍କୁ ଜେଲ୍ ପଠାଇଲା ତାହା ଆଜି ଓଡିଶା ଇତିହାସରେ ଚର୍ଚ୍ଚିତ ଓ ଅମାନୁଷିକ ବିଷୟ ହୋଇ ରହିଗଲା । ରାଜ୍ୟ ସରକାର ଏ ସଂକ୍ରନ୍ତରେ ନିରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ବୋଲି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶିବାଜୀ ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି ।
ଏହି ମର୍ମରେ ଆଜି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମାନବାଧିକାର ଆୟୋଗଙ୍କୁ ଭେଟି, ତୁରନ୍ତ ରାଜ୍ୟପ୍ରଶାସନ ଏବଂ ରାଜ୍ୟପୋଲିସ୍ର ଏହି ଅମାନୁଷିକ ଓ ବର୍ବରୋଚିତ କାଣ୍ଡକୁ ସହୃଦୟତାର ଓ ଗମ୍ଭୀରତାର ସହ ନେଇ ବିହିତ ପଦକ୍ଷପ ଗ୍ରହଣ କରିବା ପାଇଁ ଅଭିଯୋଗ କରିବା ସହ ସ୍ମାରକ ପତ୍ର ପ୍ରଦାନ କରିଛି । ରାଜ୍ୟ ମାନବଧିକାର ଆୟୋଗ ଏହି ଅଭିଯୋଗକୁ ଗ୍ରହଣକରି କେନ୍ଦ୍ରାଂଚଳ ଆଇ.ଜିଙ୍କୁ ତଦନ୍ତ ଦାୟୀତ୍ୱ ଦେଇ ୪ସପ୍ତାହ ମଧ୍ୟରେ ଉକ୍ତ ଘଟଣାକୁ ବିଚାର କରିବେ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ କୃଷକମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଓ ସମୀର ପାତ୍ର, ଉପସଭାତି ନାରାୟଣ ପଟ୍ଟନାୟକ, ଦିଲିପ ସ୍ୱାଇଁ, ପ୍ରଦୀପ କୁମାର ସାହୁ ଓ ହୃଷିକେଶ ଜେନା, ସଂପାଦକ ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ, ପ୍ରଦୀପ ମହାନ୍ତ, ମନୀସା ପ୍ରିୟଦର୍ଶିନୀ ଓ ଅଶୋକ ସେଠୀ, ରବିନାରାୟଣ ମହାପାତ୍ର, ଅଜୟ ପ୍ରଧାନ, ଶୁଭେନ୍ଦୁ ମହାନ୍ତି, ଅନନ୍ତ ଚରଣ ପ୍ରଧାନ, ବିକ୍ରମ କେଶରୀ ରାଉତରାୟ ଓ ବିପିନ ଦାସ ପ୍ରମୁଖ ଯାଇଥିଲେ ।

Share in top social networks!